କରୋନାରୁ ସୁସ୍ଥ ହେବାର ପରେ ତୁରନ୍ତ ଟୁଥବ୍ରଶ ବଦଳାଇ ଦିଅନ୍ତୁ, ନଚେତ୍‌...

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଣେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ଆଉଥରେ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ବିରୋଧରେ ଟିକା ଫଳପ୍ରଦ ହେଉଛି। କିନ୍ତୁ ଟିକା ନେଇଥିଲେ ଯେ ଜଣେ ସଂକ୍ରମିତ ହେବନାହିଁ, ତା’ର ଗ୍ୟାରେଣ୍ଟି ବୈଜ୍ଞାନିକମାନେ ଦେଇପାରୁନାହାନ୍ତି। ତେଣୁ ସତର୍କ ରହିବା ହିଁ ଏକ ମାତ୍ର ଉପାୟ। ଯିଏ କରୋନାରେ ସଂକ୍ରମିତ ହୋଇନାହାନ୍ତି କିମ୍ବା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନେ ଏହି ଭାଇରସ ପ୍ରତି ସତର୍କ ରହିବା […]

Corona

Corona

Hemant Lenka
  • Published: Thursday, 06 May 2021
  • Updated: 06 May 2021, 09:52 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଣେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ଆଉଥରେ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ବିରୋଧରେ ଟିକା ଫଳପ୍ରଦ ହେଉଛି। କିନ୍ତୁ ଟିକା ନେଇଥିଲେ ଯେ ଜଣେ ସଂକ୍ରମିତ ହେବନାହିଁ, ତା’ର ଗ୍ୟାରେଣ୍ଟି ବୈଜ୍ଞାନିକମାନେ ଦେଇପାରୁନାହାନ୍ତି।

ତେଣୁ ସତର୍କ ରହିବା ହିଁ ଏକ ମାତ୍ର ଉପାୟ। ଯିଏ କରୋନାରେ ସଂକ୍ରମିତ ହୋଇନାହାନ୍ତି କିମ୍ବା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନେ ଏହି ଭାଇରସ ପ୍ରତି ସତର୍କ ରହିବା ଉଚିତ।

ଦାନ୍ତ ଡାକ୍ତରଙ୍କ ମତରେ ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ତୁରନ୍ତ ସେ ବ୍ୟବହାର କରୁଥିବା ଟୁଥବ୍ରଶ, ଜିଭଛେଲା ଓ ଅନ୍ୟାନ୍ୟ ଜିନିଷକୁ ବଦଳାଇ ଦିଅନ୍ତୁ। ଏହାଦ୍ୱାରା ବ୍ୟକ୍ତି ଜଣଙ୍କ କେବଳ ନିଜକୁ ପୁନଃ ସଂକ୍ରମିତ ହେବାରୁ ରକ୍ଷା କରିବେ ନାହିଁ, ବରଂ ସମାନ ୱାଶରୁମ ବ୍ୟବହାର କରୁଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ କରୋନାରୁ ସୁରକ୍ଷା ଦେଇପାରିବେ।

ନୂଆଦିଲ୍ଲୀରେ ଥିବା Lady Hardinge Medical Collegeର ଡେଣ୍ଟାଲ ସର୍ଜରୀ ବିଭାଗର ଏଚଓଡି ଡା ପରଭେଶ ମେହର କହିଛନ୍ତି, “ଆପଣଙ୍କ ପରିବାର, ବନ୍ଧୁବାନ୍ଧବ କିମ୍ବା ଆପଣଙ୍କ ଚାରିପାଖରେ ଯଦି କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି, ତା’ହେଲେ ସେ ବ୍ୟବହାର କରୁଥିବା ଟୁଥବ୍ରଶ, ଜିଭଛେଲା ଓ ଅନ୍ୟାନ୍ୟ ଜିନିଷକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଏସବୁ ଜିନିଷରେ ଭାଇରସ ବହୁଦିନ ସକ୍ରିୟ ରହିଥାଏ। ତେଣୁ ଏଗୁଡ଼ିକୁ ବ୍ୟବହାର ନ କଲେ ଭାଇରସକୁ ଆମେ ଦୂରେଇ ରଖିପାରିବା।”

ଏହି କଥାରେ ଡାକ୍ତର ଭୂମିକା ମଦନ ମଧ୍ୟ ଏକମତ ହୋଇଛନ୍ତି। ସେ ସଜିନାଲ ଫ୍ଲୁ, କଫ ଜନିତ ରୋଗ କିମ୍ବା ଥଣ୍ଡାରୁ ସୁସ୍ଥ ହେଉଥିବା ଲୋକଙ୍କୁ ଟୁଥବ୍ରଶ ଓ ଜିଭଛେଲା ବଦଳାଇବାକୁ ପରାମର୍ଶ ଦିଅନ୍ତି। ଏବେ ସେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ମଧ୍ୟ ସମାନ କଥା କହୁଛନ୍ତି।

ସେ କହିଛନ୍ତି, “ଆମେ କରୋନା ରୋଗୀଙ୍କୁ ମଧ୍ୟ ଥଣ୍ଡା, କାଶ ଓ ଜ୍ୱରରୁ ସୁସ୍ଥ ହେଉଥିବା ଲୋକଙ୍କ ଭଳି ସମାନ କଥା କହୁଛୁ। ଯଦି କେହି କରୋନା ଭାଇରସ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ଲକ୍ଷଣ ଦେଖାଯିବାର ୨୦ ଦିନ ପରେ ତୁରନ୍ତ ନିଜର ଟୁଥବ୍ରଶ, ଜିଭଛେଲା ଇତ୍ୟାଦିକୁ ବଦଳାଇ ଦିଅନ୍ତୁ।

ଟୁଥବ୍ରଶରେ ବ୍ୟାକଟେରିଆ/ଭାଇରସ ଦୀର୍ଘ ସମୟ ଧରି ଘର କରି ରୁହନ୍ତି। ଏହାଦ୍ୱାରା upper respiratory tract infections ସୃଷ୍ଟି ହୋଇଥାଏ। ଏଥିପାଇଁ ଆମେ ମାଉଥ ୱାଶ ଓ ବେଟାଡାଇନ ଦ୍ୱାରା ଗର୍ଗଲ କରିବାକୁ କହିଥାଉ। ଏହାଦ୍ୱାରା ଭାଇରସ ଓ ବ୍ୟାକଟେରିଆ ଅଧିକ ସମୟ ରହିପାରନ୍ତି ନାହିଁ।

ଯଦି ମାଉଥ ୱାଶ ନାହିଁ, ତା’ହେଲେ ଗରମ ପାଣିରେ ଲୁଣ ପକାଇ ଗର୍ଗଲିଂ କରିପାରିବେ। ଏହାବାଦ ଜଣେ ବ୍ୟକ୍ତି ଦିନକୁ ଦୁଇଥର ବ୍ରଶ କରିବା ଉଚିତ।”

ବିଶେଷଜ୍ଞମାନେ ଲୋକଙ୍କୁ ସେମାନଙ୍କ ଟୁଥବ୍ରଶ ଓ ଜିଭଛେଲାକୁ ଡିସଇନଫେକ୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story