ସ୍ୱାମୀ ଲୁଚାଇଥିଲେ ଦରମା, ଆର୍‌ଟିଆଇ ବଳରେ ଜାଣିଲେ ସ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ବୟସ ଲୁଚାନ୍ତି ଓ ପୁରୁଷମାନେ ଦରମା। ଆପଣଙ୍କ ଦରମା କେତେ? ଆପଣ ମାସକୁ କେତେ ଟଙ୍କା ପାଉଛନ୍ତି?  ଅଧିକାଂଶ ଲୋକେ ଏ ପ୍ରଶ୍ନର ଉତ୍ତର ଦେବାକୁ ଚାହାନ୍ତି ନାହିଁ। ଅନେକଙ୍କୁ ଏହି ପ୍ରଶ୍ନ ବେଶ୍‌ ଅଡୁଆ ଲାଗେ। ସେମାନେ ଏଥିରୁ ମୁହଁ ଫେରାଇ ନିଅନ୍ତି। କିନ୍ତୁ ଜଣେ ସ୍ୱାମୀର ଦରମା ବାବଦରେ ଆର୍‌ଟିଆଇ ଖୋଲି ଦେଇଛି ଗୁମର। ନିଜ ଆୟ ବିଷୟରେ ଲୁଚାଇ ଆସୁଥିବା ସ୍ୱାମୀର ସମସ୍ତ ତଥ୍ୟ ଆର୍‌ଟିଆଇ ବଳରେ ଜାଣି […]

wife-gets-husband-income-details

Madhupriya Mistry
  • Published: Monday, 03 October 2022
  • , Updated: 03 October 2022, 03:18 PM IST

ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ବୟସ ଲୁଚାନ୍ତି ଓ ପୁରୁଷମାନେ ଦରମା। ଆପଣଙ୍କ ଦରମା କେତେ? ଆପଣ ମାସକୁ କେତେ ଟଙ୍କା ପାଉଛନ୍ତି?  ଅଧିକାଂଶ ଲୋକେ ଏ ପ୍ରଶ୍ନର ଉତ୍ତର ଦେବାକୁ ଚାହାନ୍ତି ନାହିଁ। ଅନେକଙ୍କୁ ଏହି ପ୍ରଶ୍ନ ବେଶ୍‌ ଅଡୁଆ ଲାଗେ। ସେମାନେ ଏଥିରୁ ମୁହଁ ଫେରାଇ ନିଅନ୍ତି। କିନ୍ତୁ ଜଣେ ସ୍ୱାମୀର ଦରମା ବାବଦରେ ଆର୍‌ଟିଆଇ ଖୋଲି ଦେଇଛି ଗୁମର। ନିଜ ଆୟ ବିଷୟରେ ଲୁଚାଇ ଆସୁଥିବା ସ୍ୱାମୀର ସମସ୍ତ ତଥ୍ୟ ଆର୍‌ଟିଆଇ ବଳରେ ଜାଣି ଦେଇଛନ୍ତି ତାଙ୍କ ସ୍ତ୍ରୀ। ଏଭଳି କିଛି ରୋଚକ ଘଟଣା ଘଟିଛି ଉତ୍ତରପ୍ରଦେଶରେ।

ବରେଲିର ସଞ୍ଜୁ ଗୁପ୍ତା ନାମକ ଜଣେ ମହିଳା ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ସ୍ୱାମୀଙ୍କ ମୋଟ ଆୟର ବିବରଣୀ ଜାଣିବା ପାଇଁ ଆର୍‌ଟିଆଇ (ସୂଚନା ଅଧିକାର)ରେ ଆବେଦନ କରିଥିଲେ। ତେବେ ପ୍ରାରମ୍ଭରେ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ)ର ଆୟକର ଅଧିକାରୀ, ଆୟକର ବିଭାଗର ବରେଲି କାର୍ଯ୍ୟାଳୟ ଇନ୍‌କମ ଟ୍ୟାକ୍ସ ଅଫିସର୍‌ ଆଇଟିଆଇ ଅଧୀନରେ ଏହି ସୂଚନା ଦେବାକୁ ମନା କରିଦେଇଥିଲେ। କାରଣ ସଞ୍ଜୁଙ୍କ ସ୍ୱାମୀ ଏଥିପାଇଁ ସହମତ ନଥିଲେ।

ଏହାପରେ ମହିଳା ଜଣକ ପ୍ରଥମ ଅପିଲ ଅଥରିଟି (FAA)ରେ ଆବେଦନ କରିଥିଲେ। ତେବେ FAA ସିପିଆଇଓଙ୍କ ଆଦେଶକୁ ବଜାୟ ରଖିଥିଲେ। ଏହାପରେ ସଞ୍ଜୁ ଗୁପ୍ତାଙ୍କୁ ସିଆଇସିରେ ଦ୍ୱିତୀୟ ଆବେଦନ କରିବାକୁ ପଡିଥିଲା। ଏହାପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଧ୍ୟାନ ଦେଇ  କେନ୍ଦ୍ରୀୟ ସୂଚନା ଆୟୋଗ ନିଜର ପୁରୁଣା ନିର୍ଦ୍ଦେଶକୁ ବଦଳାଇଥିଲେ। ଏହାପରେ ୧୯ ସେପ୍ଟେମ୍ବର ୨୦୨୨ରେ ସ୍ୱାମୀଙ୍କ ମୋଟ ବାର୍ଷିକ ଆୟ ବିଷୟରେ ପତ୍ନୀଙ୍କୁ ୧୫ ଦିନ ଭିତରେ ଜଣାଇବାକୁ CIC ସିପିଆଇଓକୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯାଗ୍ୟ, ସମ୍ପତ୍ତି, ଆୟକର ରିଟର୍ଣ୍ଣ, ଇନ୍‌ଭେଷ୍ଟମେଣ୍ଟର ସୂଚନା, ଋଣ ଇତ୍ୟାଦି ବ୍ୟକ୍ତିଗତ ବିବରଣୀ ବର୍ଗରେ ଆସେ। ଆରଟିଆଇ ଆକ୍ଟର ଧାରା 8 (1) (j) ଅନୁଯାୟୀ, ଏଭଳି ବ୍ୟକ୍ତିଗତ ସୂଚନାକୁ ସିକ୍ରେଟ୍‌ ରଖିବା ଆବଶ୍ୟକ।

Related story