ହିଜାବରେ ହାତ ମାରିଲେ ହାତ କାଟି ଦିଆଯିବ: ରୁବିନା ଖାନୁମ୍‌

ଲକ୍ଷ୍ନୌ: ହିଜାବରେ ହାତ ମାରିଲେ ହାତ କାଟି ଦିଆଯିବ। ଏମିତି ଖୋଲାଖୋଲି ଚେତାବନୀ ଦେଇଛନ୍ତି ସମାଜବାଦୀ ପାର୍ଟିର ନେତ୍ରୀ ରୁବିନା ଖାନୁମ୍‌। ହିଜାବ ବିବାଦକୁ ନେଇ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ରୁବିନା। ହିଜାବ ହେଉଛି ବ୍ୟକ୍ତିଗତ ସମ୍ମାନର ପ୍ରତୀକ। ତେଣୁ ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ବୋଲି କହିଛନ୍ତି ରୁବିନା। ସେ କହିଛନ୍ତି ଯେ, ଭାରତ ବିବିଧତାର ଦେଶ। ଏଠାରେ କିଛି ଲୋକଙ୍କ କପାଳରେ ତିଲକ, କିଛି ଲୋକଙ୍କ […]

hijab

Tapas Behera
  • Published: Saturday, 12 February 2022
  • , Updated: 12 February 2022, 06:51 PM IST

ଲକ୍ଷ୍ନୌ: ହିଜାବରେ ହାତ ମାରିଲେ ହାତ କାଟି ଦିଆଯିବ। ଏମିତି ଖୋଲାଖୋଲି ଚେତାବନୀ ଦେଇଛନ୍ତି ସମାଜବାଦୀ ପାର୍ଟିର ନେତ୍ରୀ ରୁବିନା ଖାନୁମ୍‌। ହିଜାବ ବିବାଦକୁ ନେଇ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ରୁବିନା। ହିଜାବ ହେଉଛି ବ୍ୟକ୍ତିଗତ ସମ୍ମାନର ପ୍ରତୀକ। ତେଣୁ ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ବୋଲି କହିଛନ୍ତି ରୁବିନା। ସେ କହିଛନ୍ତି ଯେ, ଭାରତ ବିବିଧତାର ଦେଶ। ଏଠାରେ କିଛି ଲୋକଙ୍କ କପାଳରେ ତିଲକ, କିଛି ଲୋକଙ୍କ ଶରୀରରେ ହିଜାବ କିମ୍ବା ପଗଡି ଥାଏ। ମୁଣ୍ଡରେ ଓଢ଼ଣା ହେଉ କିମ୍ବା ହିଜାବ, ଏସବୁ ଆମର ଭାରତୀୟ ସଂସ୍କୃତିର ଅଂଶ ।

ଏହା ଉପରେ ରାଜନୀତି କରି ବିବାଦ ସୃଷ୍ଟି କରିବା ଉଚିତ୍ ନୁହେଁ। କଳିଯୁଗର ରାବଣ ମାନେ ଆମର ହିଜାବ ଛଡ଼େଇ ନେବାକୁ ବାହାରିଛନ୍ତି। ମହିଳାମାନଙ୍କୁ ଦୁର୍ବଳ ଭାବିବାରେ ଭୁଲ କରନ୍ତୁ ନାହିଁ। ଏଥିରେ ସରକାର କେଉଁ ଦଳ ହୁଅନ୍ତୁ ନା କାହିଁକି, ଯଦି ମା’ ଭଉଣୀଙ୍କ ଆତ୍ମସମ୍ମାନର କଥା ଆସେ ତେବେ ଆମେ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଏବଂ ରଜିଆ ସୁଲତାନ ହେବାକୁ ପଛାଇବୁ ନାହିଁ।  ସେପଟେ କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ହିଜାବ ମାମଲାରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ହିଜାବ ବିବାଦକୁ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରନାହିଁ। ଆମେ ସଠିକ୍‌ ସମୟରେ ଏହି ମାମଲାରେ ହସ୍ତକ୍ଷେପ କରିବୁ। ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ହିଜାବ ବିବାଦ ଥମିବା ଆବଶ୍ୟକ ଏବଂ ଏହାକୁ ଏକ ବଡ଼ ପ୍ରସଙ୍ଗରେ ପରିଣତ କରିବାକୁ କେହି ପ୍ରୟାସ କରିବା ଉଚିତ ନୁହେଁ। କ’ଣ ଘଟୁଛି ତାହା ଆମେ ଜାଣିଛୁ।

ମାମଲାକୁ ଜାତୀୟ ସ୍ତରକୁ ଆଣି ବିବାଦ ବଢ଼ାଇବା ଠିକ୍‌ ହେବାନହିଁ। ଯଦି କିଛି ଭୁଲ୍‌ ଥାଏ ତେବେ ଆମେ ହସ୍ତକ୍ଷେପ କରିବୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଗତକାଲି କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରିବା ସହ ଅନ୍ତରୀଣ ରାୟ ଦେଇ କହିଥିଲେ ଯେ ମାମଲା ବିଚାରାଧୀନ ଥିବ‌ା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଧର୍ମକୁ ନେଇ କିଛି ପୋଷାକ ପିନ୍ଧି ପାରିବେନି। ଏଥିସହ ରାଜ୍ୟରେ ସମସ୍ତ ସ୍କୁଲ୍‌ କଲେଜ ପୁନର୍ବାର ଖୋଲିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related story