ଦାଉଦ ଓ ହାଫିଜ କଥା ପଚାରିବାରୁ ମୁହଁ ବନ୍ଦ ରଖିବାକୁ କହିଲେ ପାକ ଅଧିକାରୀ

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ୨୬/୧୧ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ସମ୍ପର୍କରେ ପଚାରିବାରୁ ମୁହଁରେ ତାଲା ପକାଇ ଦେଇଛନ୍ତି ପାକିସ୍ତାନ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀ। ସେ ଏ ସମ୍ପର୍କରେ କୌଣସି ପ୍ରଶ୍ନ ନ ପଚାରିବାକୁ ଇଙ୍ଗିତ କରିବା ସହ ଓଠରେ ଆଙ୍ଗୁଠି ଲଗାଇ ଚୁପ ରହିବାକୁ ସଙ୍କେତ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଦାଉଦ ଓ ହାଫିଜ ଉଭୟ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ। ସେମାନଙ୍କୁ ଭାରତୀୟ ସୁରକ୍ଷା […]

pakistan

  • Published: Tuesday, 18 October 2022
  • , Updated: 18 October 2022, 06:31 PM IST

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ୨୬/୧୧ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ସମ୍ପର୍କରେ ପଚାରିବାରୁ ମୁହଁରେ ତାଲା ପକାଇ ଦେଇଛନ୍ତି ପାକିସ୍ତାନ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀ। ସେ ଏ ସମ୍ପର୍କରେ କୌଣସି ପ୍ରଶ୍ନ ନ ପଚାରିବାକୁ ଇଙ୍ଗିତ କରିବା ସହ ଓଠରେ ଆଙ୍ଗୁଠି ଲଗାଇ ଚୁପ ରହିବାକୁ ସଙ୍କେତ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଦାଉଦ ଓ ହାଫିଜ ଉଭୟ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ। ସେମାନଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସି ଧରିବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେମାନେ ପାକିସ୍ତାନରେ ରହିଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ପାକିସ୍ତାନ ଅଧିକାରୀଙ୍କୁ ପଚରା ଯାଇଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଯାଇଛନ୍ତି।

ପାକିସ୍ତାନ ଫେଡରାଲ ଇନଭେଷ୍ଟିଗେସନ ଏଜେନ୍ସି(ଏଫଆଇଏ)ର ମହାନିର୍ଦ୍ଦେଶ ମୋହସିନ ବୁଟ୍ଟ ଓ ଆଉ ଜଣେ ଅଧିକାରୀ ଏବେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଟରପୋଲ ଜେନେରାଲ ମହାସଭାରେ ଯୋଗଦେବାକୁ ଆସିଛନ୍ତି। ଆଜି ମହାସଭାରେ ମୋହସିନ ବୁଟ୍ଟଙ୍କୁ ଏଏନଆଇର ସାମ୍ବାଦିକ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ ଦାଉଦ ଇବ୍ରାହିମ ଓ ଲସ୍କର ମୁଖ୍ୟ ହାଫିଜକୁ ପାକିସ୍ତାନ ପଡ଼ୋଶୀ ଭାରତକୁ ହସନ୍ତାନ୍ତର କରିବ କି? ଏହାକୁ ସେ ଏଡ଼ାଇ ଯାଇଥିଲେ। ଏଥିସହ ଓଠରେ ଆଙ୍ଗୁଳି ରଖି ଚୁପ ରହିବାକୁ ସଙ୍କେତ ଦେଇଥିଲେ। ଏହାର ଭିଡିଓ ଏଏନଆଇ ପକ୍ଷରୁ ଟ୍ୱିଟ କରାଯାଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତିକ୍ତତା ଲାଗି ରହିଛି। ତଥାପି ଇଣ୍ଟରପୋଲ ବୈଠକରେ ଯୋଗଦେବାକୁ ପାକିସ୍ତାନ ୨ ଜଣିଆ ପ୍ରତିନିଧି ଦଳ ଭାରତକୁ ପଠାଇଛି। ଏହି ୪ ଦିନିଆ ବୈଠକ ଶୁକ୍ରବାର ଯାଏ ଚାଲିବ। ଏଥିରେ ୧୯୫ ଦେଶର ପ୍ରତିନିଧି, ମନ୍ତ୍ରୀ, ପୁଲିସ୍‌ ମୁଖ୍ୟଙ୍କ ଭଳି ପଦପଦବୀରେ ଥିବା ବିଭିନ୍ନ ଦେଶର ଅଧିକାରୀ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଏହି ଇଣ୍ଟରପୋଲ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଥିଲେ।

Related story