ପ୍ରେମିକଙ୍କୁ ଫସେଇବା ପାଇଁ ଗ୍ୟାଙ୍ଗରେପ୍‌ ଷ୍ଟୋରୀ, ତଦନ୍ତରେ ଲାଗିଥିଲେ ୧୦୦୦ ପୁଲିସ

ନାଗପୁର: ପ୍ରେମକୁ ପାଇବା ପାଇଁ ସାଂଘାତିକ କାହାଣୀ ରଚନା। ପ୍ରେମିକଙ୍କୁ ଫସେଇବା ପାଇଁ  ଗ୍ୟାଙ୍ଗରେପ୍‌ ଷ୍ଟୋରୀ। ବିବାହ ପାଇଁ ଥାନାରେ ହୋଇଥିଲା ନକଲି ଅଭିଯୋଗ। ଭଲ ପାଉଥିବା ଯବୁକଙ୍କୁ ବାହା ହେବା ପାଇଁ ଥାନାରେ ହୋଇଥିଲା ଗ୍ୟାଙ୍ଗ ରେପ୍‌ ଅଭିଯୋଗ। ଏମିତି ଏକ ଅଦ୍ଭୁତ ଘଟଣା ମହାରାଷ୍ଟ୍ରର ନାଗପୁରରୁ ଆସିଛି। ଘଟଣାକୁ ନେଇ ବହୁ ତନାଘନା ପରେ ପୁଲିସ ଶେଷରେ ଏହା ପଛରେ ଥିବା ଷଡ଼ଯନ୍ତ୍ରର ଥିଉରୀକୁ ଉନ୍ମୋଚନ କରିଛି। ଗଣ ଦୁଷ୍କର୍ମ ଅଭିଯୋଗ  ହେବା ପରେ […]

rape

Tapas Behera
  • Published: Tuesday, 14 December 2021
  • , Updated: 14 December 2021, 04:19 PM IST

ନାଗପୁର: ପ୍ରେମକୁ ପାଇବା ପାଇଁ ସାଂଘାତିକ କାହାଣୀ ରଚନା। ପ୍ରେମିକଙ୍କୁ ଫସେଇବା ପାଇଁ  ଗ୍ୟାଙ୍ଗରେପ୍‌ ଷ୍ଟୋରୀ। ବିବାହ ପାଇଁ ଥାନାରେ ହୋଇଥିଲା ନକଲି ଅଭିଯୋଗ। ଭଲ ପାଉଥିବା ଯବୁକଙ୍କୁ ବାହା ହେବା ପାଇଁ ଥାନାରେ ହୋଇଥିଲା ଗ୍ୟାଙ୍ଗ ରେପ୍‌ ଅଭିଯୋଗ। ଏମିତି ଏକ ଅଦ୍ଭୁତ ଘଟଣା ମହାରାଷ୍ଟ୍ରର ନାଗପୁରରୁ ଆସିଛି। ଘଟଣାକୁ ନେଇ ବହୁ ତନାଘନା ପରେ ପୁଲିସ ଶେଷରେ ଏହା ପଛରେ ଥିବା ଷଡ଼ଯନ୍ତ୍ରର ଥିଉରୀକୁ ଉନ୍ମୋଚନ କରିଛି।

ଗଣ ଦୁଷ୍କର୍ମ ଅଭିଯୋଗ  ହେବା ପରେ ନାଗପୁର ପୁଲିସ୍ ପକ୍ଷରୁ ପାଖାପାଖି ୧୦୦୦ ପୁଲିସ କର୍ମଚାରୀ ଏହି ଘଟଣାରେ ତଦନ୍ତ ପାଇଁ ନିୟୋଜିତ ହୋଇଥିଲେ। ନାଗପୁର ପୁଲିସ କମିଶନର ଅମିତେଶ କୁମାର ଏହି ସୂଚନା ଦେଇଛନ୍ତି । ସମଗ୍ର ସହରରେ ୨୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ଅନ୍ୟାନ୍ୟ ଦିଗକୁ ନେଇ ଅନୁସନ୍ଧାନ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଗଣ ଦୁଷ୍କର୍ମ ନୁହେଁ ବରଂ ଏକ ମିଛ ଅଭିଯୋଗ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଘଟଣା ସମ୍ପର୍କରେ ପଚରାଉଚୁରା ପରେ ଯୁବତୀ ଜଣକ ମଧ୍ୟ ମିଛ ଅଭିଯୋଗ ଆଣିଥିବା ସ୍ୱୀକାର କରିଛନ୍ତି । ୧୯ ବର୍ଷୀୟ ଯୁବତୀ ଜଣକ କହିଛନ୍ତି ସେ ତାଙ୍କ ପ୍ରେମିକଙ୍କୁ ବାହା ହେବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ଏମିତି ଏକ କାହାଣୀ ରଚନା କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ନାଗପୁରର ଚିଖାଲି ଅଞ୍ଚଳ ନିକଟ ଏକ ନିଛାଟିଆ ଅଞ୍ଚଳରେ ଦୁଇ ଜଣ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା  ଅଭିଯୋଗ କରିଥିଲେ। ଯୁବତୀ ଜଣକ କହିଛନ୍ତି ଯେ, ସୋମବାର ସକାଳେ ସେ ମ୍ୟୁଜିକ୍‌ କ୍ଲାସ ପାଇଁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ଧଳା ରଙ୍ଗର ଭ୍ୟାନ୍‌ରେ ଆସି ତାଙ୍କୁ ଏକ ରାସ୍ତାର ଠିକଣା ପଚାରିବା ବାହାନା ଅଟକିଥିଲେ । ଏହି ସମୟରେ ସେହି ଦୁଇ ଜଣ ଯୁବକ ତାଙ୍କୁ ଭ୍ୟାନ ଭିତରକୁ ଟେକି ନେଇ ମୁହଁ ବନ୍ଦ କରିଦେଥିଲେ। ପରେ ଏକ ନିଛାଟିଆ ଅଞ୍ଚଳକୁ ନେଇ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ।

ସୋମାବାର ଦିନ ୧୧ଟା ବେଳେ କଲମନ୍ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ ହୋଇଥିଲା।  ଘଟଣାର ଗମ୍ଭୀରତାକୁ ଅନୁଭବ କରି ପୁଲିସ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ଏହା ପରେ ଯୁବତୀଙ୍କୁ ଯେଉଁ ଜାଗାରୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା ସେହି ସ୍ଥାନରୁ ଆରମ୍ଭ କରି ସହରର ବିଭିନ୍ନ ଅଞ୍ଚଳ ପର୍ଯ୍ୟନ୍ତ ସିସିଟିଭି ଯାଞ୍ଚ କରାଯାଥିଲା। ପ୍ରାୟ ୪୦ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ମାମଲା ସମ୍ବେଦନଶୀଳ ଥିବାରୁ ସର୍ଚ୍ଚ ଅପରେଶନଠାରୁ ଆରମ୍ଭ କରି ତଦନ୍ତ ପର୍ଯ୍ୟନ୍ତ  ପ୍ରାୟ ୧୦୦୦ ପୁଲିସ କର୍ମଚାର ନିୟୋଜିତ ହୋଇଥିଲେ। ମହିଳାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରାଯିବା ସହ ତାଙ୍କ ଡାକ୍ତରୀ ପାରୀକ୍ଷା କରାଯାଥିଲା। ଏନେଇ ସହରରେ ୨୫୦ଟି ସିସିଟିଭ ଫୁଟେଜ ଯାଞ୍ଚ କରାଯାଇଥିଲା। ଗତ ୬ ଘଣ୍ଟାରେ ପୁଲିସ ଏଥିପାଇଁ ୫୦ ଜଣରୁ ଅଧିକ ଲୋକଙ୍କୁ  ପଚରାଉଚରା ମଧ୍ୟ କରିଛି।

ହେଲେ ଯୁବତୀଙ୍କ ଅଭିଯୋଗର କୌଣସି ପ୍ରମାଣ ମିଳଲା ନାହିଁ। ବହୁ ତନାଘନା କରି ପୁଲିସ ନୟାନ୍ତ ହେବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚୁରା ପରେ ସେ ସତକଥା କହିଥିଲେ। ଯୁବତୀ ଜଣକ  ଯୁବକଙ୍କୁ ଭଲ ପାଉଥିଲେ। ହେଲେ ସେ ବିବାହ ପାଇଁ ରାଜି ହେଉନଥିବାରୁ ସେ ଏଭଳି ଯୋଜନା କରିଥିବା ମାନିଛନ୍ତି।

Related story