ଚଳନ୍ତା ମେଟ୍ରୋ ଟ୍ରେନରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ସୋମବାର ଜଣେ ମହିଳା ଦିଲ୍ଲୀର ଚଳନ୍ତା ମେଟ୍ରୋ ଟ୍ରେନରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।  ଦିଲ୍ଲୀ ଜୋରବାଗ ମେଟ୍ରୋ ଷ୍ଟେସନରେ ଏହି ଅଘଟଣ ଘଟିଛି। ମହିଳା ଜଣକ ଆତ୍ମହତ୍ୟା କରିବା ପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବହୁ କରିଡରରେ ଦୀର୍ଘ ସମୟର ଧରି ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଥିଲା। ଯୁବତୀ ଜଣକ ଯାତ୍ରା କରୁଥିବା ଟ୍ରେନଟି ହୁଡା ସିଟି ସେଣ୍ଟର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଯୁବତୀ ଜଣକ ଚଳନ୍ତା ଟ୍ରେନରୁ ଡେଇଁ ଆତ୍ମହତ୍ୟା […]

Metro

Metro

Tapas Behera
  • Published: Monday, 04 July 2022
  • Updated: 04 July 2022, 06:20 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଜଣେ ମହିଳା ଦିଲ୍ଲୀର ଚଳନ୍ତା ମେଟ୍ରୋ ଟ୍ରେନରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।  ଦିଲ୍ଲୀ ଜୋରବାଗ ମେଟ୍ରୋ ଷ୍ଟେସନରେ ଏହି ଅଘଟଣ ଘଟିଛି। ମହିଳା ଜଣକ ଆତ୍ମହତ୍ୟା କରିବା ପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବହୁ କରିଡରରେ ଦୀର୍ଘ ସମୟର ଧରି ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଥିଲା। ଯୁବତୀ ଜଣକ ଯାତ୍ରା କରୁଥିବା ଟ୍ରେନଟି ହୁଡା ସିଟି ସେଣ୍ଟର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଯୁବତୀ ଜଣକ ଚଳନ୍ତା ଟ୍ରେନରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ବୟସ ୫୦ ବର୍ଷ ଅନୁମାନ କରାଯାଉଥିବା ବେଳେ ତାଙ୍କ ପରିଚୟ ମିଳି ପାରି ନାହିଁ।

ମେଟ୍ରୋ ଟ୍ରେନରୁ ଡେଇଁବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ପୁଲିସ ସଫଦରଜଙ୍ଗ ମେଡିକାଲକୁ ନେଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ପୁଲିସ କହିଛି। ତେବେ ତାଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ଜବତ ହୋଇ ନାହିଁ।  ତେଣୁ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ମହିଳାଙ୍କ ମୃତ ଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ତାଙ୍କ ପରିବାର ସଦସ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିବା ପୁଲିସ କହିଛି।

ଦିଲ୍ଲୀ ମେଟ୍ରୋ ହେଉଛି ଅନେକ ଯାତ୍ରୀଙ୍କ ଲାଇଫଲାଇନ୍। ମୁଖ୍ୟତଃ ଦିଲ୍ଲୀର ୟେଲୋ ଲାଇନ୍‌ ସମୟପୁର ବାଡଲିସ୍‌ ସହ ଗୁରୁଗ୍ରାମର ହୁଡା ସିଟିକୁ ଯୋଗାଯୋଗ କରିଛି। ଏହା ଏକ ବ୍ୟସ୍ତବହୁଳ ଲାଇନ୍ ହୋଇଥିବାରୁ ଟ୍ରେନ ବିଳମ୍ବ ହେବାରୁ ଯାତ୍ରୀ ଅସନ୍ତୋଷ ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos