ହ୍ୱାଟ୍‌ସଆପ୍‌ ଷ୍ଟାଟସ୍‌ରୁ ହତ୍ୟାକାଣ୍ଡ: ଚାଲିଗଲା ମହିଳାଙ୍କ ଜୀବନ

ମୁମ୍ବାଇ: ସାମାନ୍ୟ କଥାରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ହ୍ୱାଟସ୍‌ଆପ୍‌ରେ ଷ୍ଟାଟସ୍‌ ଅପଡେଟ୍‌କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ମହରାଷ୍ଟ୍ରର ପାଲଘର ଜିଲ୍ଲାରେ ଫେବୃଆରୀ ୧୦ରେ ଏହିଘଟଣା ଘଟିଛି। ଘଟଣାରେ ପୁଲିସ ଜଣେ ପୁରୁଷଙ୍କ ସହ ୨ ଜଣ ମହିଳାଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁଯାୟୀ, ପ୍ରୀତିପ୍ରସାଦ(୨୦) ନାମ୍ନୀ ଜଣେ ଯୁବତୀ ତାଙ୍କ ହ୍ୱାଟ୍ସ୍‌ଆପ୍‌ରେ ଏକ ଷ୍ଟାଟସ୍ ଅପଡେଟ୍ କରିଥିଲେ। ଯାହାକୁ ନେଇ ତାଙ୍କ ପଡ଼ୋଶୀ ବାନ୍ଧବୀଙ୍କ […]

WHATS AAP

Tapas Behera
  • Published: Monday, 14 February 2022
  • , Updated: 14 February 2022, 11:06 AM IST

ମୁମ୍ବାଇ: ସାମାନ୍ୟ କଥାରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ହ୍ୱାଟସ୍‌ଆପ୍‌ରେ ଷ୍ଟାଟସ୍‌ ଅପଡେଟ୍‌କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ମହରାଷ୍ଟ୍ରର ପାଲଘର ଜିଲ୍ଲାରେ ଫେବୃଆରୀ ୧୦ରେ ଏହିଘଟଣା ଘଟିଛି। ଘଟଣାରେ ପୁଲିସ ଜଣେ ପୁରୁଷଙ୍କ ସହ ୨ ଜଣ ମହିଳାଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁଯାୟୀ, ପ୍ରୀତିପ୍ରସାଦ(୨୦) ନାମ୍ନୀ ଜଣେ ଯୁବତୀ ତାଙ୍କ ହ୍ୱାଟ୍ସ୍‌ଆପ୍‌ରେ ଏକ ଷ୍ଟାଟସ୍ ଅପଡେଟ୍ କରିଥିଲେ। ଯାହାକୁ ନେଇ ତାଙ୍କ ପଡ଼ୋଶୀ ବାନ୍ଧବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ପରେ ପଡ଼ୋଶୀ ବାନ୍ଧବୀ ତାଙ୍କ ମା ଏବଂ ଭାଇ ପ୍ରୀତିପ୍ରସାଦଙ୍କ ଘରକୁ ଯାଥିବା ବେଳେ ସେଠାରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସମୟରେ ପିଟାପିଟି ହେବାରୁ ପ୍ରୀତିପ୍ରସାଦଙ୍କ ମା ଲିଳାବତୀ ଦେବୀ ଗୁରୁତର ହୋଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି।

ପୁଲିସ କହିଛି ମହିଳା ଜଣକର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଆପିସି ଧାରେ ୩୦୪ ଦଫା ଲଗାବା ସହ ସମ୍ପୃକ୍ତ ନାବାଳିକା ସହ ତାଙ୍କ ପରିବାରର ଆଉ ୨ ଜଣଙ୍କୁ ଗରଫ କରିଛି। ତେବେ ହ୍ୱାଟସ୍‌ଆପ ଷ୍ଟାଟସ୍‌ ସମ୍ପର୍କରେ ପୁଲିସ କିଛି ଖୋଲାସା କରିବାକୁ ମନା କରିଦେଇଛି।

Related story