ଛାଡ଼ପତ୍ର ପୂର୍ବରୁ କୋର୍ଟ ସାମ୍ନାରେ ପତ୍ନୀଙ୍କୁ ବାରମ୍ବାର ଭୁସିଲେ ଛୁରୀ

ଚେନ୍ନାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଛାଡ଼ପତ୍ରର ଶୁଣାଣି ପୂର୍ବରୁ କୋର୍ଟ ସାମ୍ନାରେ ହିଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବାରମ୍ବାର ଛୁରୀ ମାଡ଼ କରିଛନ୍ତି। ତାମିଲନାଡୁର ପେରାମବାଲୁର ଜିଲ୍ଲାରେ ଥିବା ଗୋଟିଏ କୋର୍ଟରେ ସାମ୍ନାରେ ଏପରି ଘଟଣା ଘଟିଛି। କୋର୍ଟକୁ ଉଭୟ ଛାଡ଼ପତ୍ର ମାମଲାର ଶୁଣାଣି ପାଇଁ ଆସିଥିଲେ। ପୁଲିସ୍‌ ଏହି ଘଟଣାରେ ଆକ୍ରମଣକାରୀ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ପୁଲିସ୍‌ […]

Knief

Hemant Lenka
  • Published: Friday, 29 April 2022
  • , Updated: 29 April 2022, 05:41 PM IST

ଚେନ୍ନାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଛାଡ଼ପତ୍ରର ଶୁଣାଣି ପୂର୍ବରୁ କୋର୍ଟ ସାମ୍ନାରେ ହିଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବାରମ୍ବାର ଛୁରୀ ମାଡ଼ କରିଛନ୍ତି। ତାମିଲନାଡୁର ପେରାମବାଲୁର ଜିଲ୍ଲାରେ ଥିବା ଗୋଟିଏ କୋର୍ଟରେ ସାମ୍ନାରେ ଏପରି ଘଟଣା ଘଟିଛି। କୋର୍ଟକୁ ଉଭୟ ଛାଡ଼ପତ୍ର ମାମଲାର ଶୁଣାଣି ପାଇଁ ଆସିଥିଲେ। ପୁଲିସ୍‌ ଏହି ଘଟଣାରେ ଆକ୍ରମଣକାରୀ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

ପୁଲିସ୍‌ କହିଛି ଯେ ଛାଡ଼ପତ୍ର ମାମଲାର ଶୁଣାଣି ପାଇଁ କାମରାଜ ଓ ସୁଧା ସଂଯୋଗବଶତଃ ଗୋଟିଏ ବସ୍‌ରେ ଆସିଥିଲେ। କୋର୍ଟ ବସ୍ ଷ୍ଟାଣ୍ଡରେ ଉଭୟ ଓହ୍ଲାଇବା ପରେ ଘଟିଥିଲା ଅଘଟଣ। ସ୍ୱାମୀ ଜଣଙ୍କ ନିଜ ପାଖରେ ରଖିଥିବା ଛୁରୀ ବାହାର କରି ହଠାତ୍‌ ବାରମ୍ବାର ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ।

ଏହାକୁ ଦେଖି ବସରେ ଥିବା ଜଣେ ପୁଲିସ୍ କର୍ମଚାରୀ ଓ କୋର୍ଟ ବାହାରେ ଡ୍ୟୁଟିରେ ଥିବା ପୁଲିସ୍ କର୍ମୀ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ। ଏହି ସମୟରେ ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଘଟଣା ପରେ ମହିଳାଙ୍କୁ ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେହିପରି ବିଭିନ୍ନ ଦଫାରେ କାମରାଜଙ୍କୁ ଗିରଫ କରାଯାଇଛି।

ଏହି ଦମ୍ପତି ଦୀର୍ଘ ବର୍ଷ ହେଲାଣି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ବାରମ୍ବାର ଶୁଣାଣିର ସମ୍ମୁଖୀନ ହେଉଥିଲେ। ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସ୍ୱାମୀ କାମରାଜ ଏପରି ଘଟଣା ଘଟାଇଥିବା ପୁଲିସ୍ କହିଛି।

Related story