ନୂଆ ମଦ୍ରାସାକୁ ମିଳିବନି ସରକାରୀ ଅନୁଦାନ

ଲକ୍ଷ୍ନୌ: ନୂଆ ମଦ୍ରାସା ଗୁଡ଼ିକୁ ଆଉ ମିଳିବନି ସରକାରୀ ଅନୁଦାନ। ଏ ସମ୍ପର୍କରେ କ୍ୟାବିନେଟରେ ଆଗତ ଏକ ପ୍ରସ୍ତାବକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ଅଖିଳେ ସରକାରଙ୍କ ନୀତିକୁ ରଦ୍ଦ କରାଯାଇଛି। ଫଳରେ ଏବେଠାରୁ ନୂଆ ମଦ୍ରାସା ସବୁ କୌଣସି ଅନୁଦାନ ପାଇବେ ନାହିଁ । ଗତ ବଜେଟରେ ଉତ୍ତର ପ୍ରଦେଶ ସରକାର ୧୬୦୦୦ ମଦ୍ରାସାରୁ ସମୁଦାୟ ୫୫୮ଟିକୁ ଅନୁଦାନ ମଞ୍ଜୁର କରିଥିଲେ। ମଦ୍ରାସା ଆଧୁନିକିକରଣ ଯୋଜନାରେ ୪୭୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। […]

yogi

Tapas Behera
  • Published: Wednesday, 18 May 2022
  • , Updated: 18 May 2022, 02:40 PM IST

ଲକ୍ଷ୍ନୌ: ନୂଆ ମଦ୍ରାସା ଗୁଡ଼ିକୁ ଆଉ ମିଳିବନି ସରକାରୀ ଅନୁଦାନ। ଏ ସମ୍ପର୍କରେ କ୍ୟାବିନେଟରେ ଆଗତ ଏକ ପ୍ରସ୍ତାବକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ଅଖିଳେ ସରକାରଙ୍କ ନୀତିକୁ ରଦ୍ଦ କରାଯାଇଛି। ଫଳରେ ଏବେଠାରୁ ନୂଆ ମଦ୍ରାସା ସବୁ କୌଣସି ଅନୁଦାନ ପାଇବେ ନାହିଁ । ଗତ ବଜେଟରେ ଉତ୍ତର ପ୍ରଦେଶ ସରକାର ୧୬୦୦୦ ମଦ୍ରାସାରୁ ସମୁଦାୟ ୫୫୮ଟିକୁ ଅନୁଦାନ ମଞ୍ଜୁର କରିଥିଲେ।

ମଦ୍ରାସା ଆଧୁନିକିକରଣ ଯୋଜନାରେ ୪୭୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର  କ୍ଲାସ ଆରମ୍ଭ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ମଦ୍ରାସା ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତା ମୂଳକ କରିଛନ୍ତି । ଏହାର ସପ୍ତାହକ ମଧ୍ୟରେ ନୂଆ ମଦ୍ରାସା ଗୁଡ଼ିକୁ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ଘୋଷଣା କରାଯାଇଛି। ଜାତୀୟ ସଙ୍ଗୀତ ଗାନ ଆଦେଶ ମେ ୧୨ ତାରିଖ ଦିନ ଲାଗୁ କରାଯାଇଥିଲା।

ଜାତୀୟ ସଙ୍ଗୀତ ଗାନ ନେଇ ଉତ୍ତର ପ୍ରଦେଶର ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ୍‌ ଆଜାଦ୍‌ ଅନ୍‌ସାରି ନିର୍ଦ୍ଦେଶ ଦେଇଥଥିଲେ।  ଗତ ମାର୍ଚ ୨୪ ତାରିଖରେ ଆୟୋଜିତ ହୋଇଥିବା ୟୁପି. ମଦ୍ରାସା ଏଜୁକେସନ୍‌ ବୋର୍ଡ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Related story