ଆପଣ ଅନୁମତି ଦେବାକୁ କିଏ? ରାହୁଲଙ୍କ ଉପରେ ବର୍ଷିଲେ ବାଚସ୍ପତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଲେ ବାଚସ୍ପତି ଓମ୍‌ ବିର୍ଲା। ପଚାରିଲେ ଆପଣ ଅନୁମତି ଦେବାକୁ କିଏ?  ଅନୁମତି ଦେବା କାମ ତୁମର ନୁହେଁ। ସେ କାମ ମୋର। ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ବିତର୍କ ସମୟରେ ରାହୁଲ ଗାନ୍ଧିଙ୍କ ଉପରେ ଏଭଳି କିଛି ବର୍ଷିଛନ୍ତି ବାଚସ୍ପତି। ରାହୁଲ ଗାନ୍ଧି ଆଜି ଗୃହରେ ନିଜେ କହିବା ପରେ ଅନ୍ୟ ଜଣେ ସାଂସଦଙ୍କୁ କହିବା ପାଇଁ ଅନୁମତି ଦେଇଥିଲେ। ଏହା […]

Rahul and Omm Birla

Madhupriya Mistry
  • Published: Thursday, 03 February 2022
  • , Updated: 03 February 2022, 12:58 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଲେ ବାଚସ୍ପତି ଓମ୍‌ ବିର୍ଲା। ପଚାରିଲେ ଆପଣ ଅନୁମତି ଦେବାକୁ କିଏ?  ଅନୁମତି ଦେବା କାମ ତୁମର ନୁହେଁ। ସେ କାମ ମୋର। ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ବିତର୍କ ସମୟରେ ରାହୁଲ ଗାନ୍ଧିଙ୍କ ଉପରେ ଏଭଳି କିଛି ବର୍ଷିଛନ୍ତି ବାଚସ୍ପତି।

ରାହୁଲ ଗାନ୍ଧି ଆଜି ଗୃହରେ ନିଜେ କହିବା ପରେ ଅନ୍ୟ ଜଣେ ସାଂସଦଙ୍କୁ କହିବା ପାଇଁ ଅନୁମତି ଦେଇଥିଲେ। ଏହା ପରେ ବାଚସ୍ପତି ତାଙ୍କୁ ତାଗିଦ କରିଥିଲେ। ସେ କହିଥିଲେ, "ଆପଣ ଅନୁମତି ଦେବାକୁ କିଏ? ଆପଣ ଅନୁମତି ଦେଇ ପାରିବେ ନାହିଁ, ଏହା ମୋର ଅଧିକାର। ଅନୁମତି ଦେବାକୁ, କେବଳ ବାଚସ୍ପତିଙ୍କ ଚେୟାର ପାଖରେ ହିଁ ଏହି ଅଧିକାର ଅଛି।"

ଓମ୍ ବିର୍ଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସେତେବେଳେ ଏହି ତାଗିଦ କରିଥିଳେ ଯେତେବେଳେ ରାହୁଲ ତାଙ୍କ ମନ୍ତବ୍ୟ ଦେବାବେଳେ ଅଟକି ଯାଇ କିଛି କହିବାକୁ ପ୍ରୟାସ କରୁଥିବା ବିଜେପି ସାଂସଦ କମଲେଶ ପାସୱାନଙ୍କୁ ଇସାରା କରି କହିଥିଲେ- ମୁଁ ଜଣେ ଗଣତାନ୍ତ୍ରିକ ବ୍ୟକ୍ତି ଏବଂ ମୁଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହିବାକୁ ଅନୁମତି ଦେଉଛି। " ରାହୁଲଙ୍କ ଏହି କଥାରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଚିଡି ଯାଇଥିଲେ ଏବଂ ତାଙ୍କୁ କଡା ଭାଷାରେ ତାଗିଦ କରିଥିଲେ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମୟରେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଥିଳେ। ସେ କହିଥିଲେ 'ଭାରତ ଉପରେ ସାମ୍ରାଜ୍ୟ ରୂପେ ଶାସନ ହୋଇପାରିବ ନାହିଁ ... ରାଜା କାହା କଥା ଶୁଣନ୍ତି ନାହିଁ।' କେବଳ ସେତିକି ନୁହେଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କମଳେଶ ପାସୱାନଙ୍କ ନାଁ ମଧ୍ୟ ନେଇଥିଲେ ଏବଂ କହିଥିଲେ ଦଳିତ ବିଜେପି ସାଂସଦ ଭୁଲ୍‌ ଦଳରେ ଅଛନ୍ତି।

ରାହୁଲ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ, 'ଆପଣ କାହା କଥା ଶୁଣନ୍ତି ନାହିଁ, ଏପରିକି ମୋର ପ୍ରିୟ ଭାଇ ଓ ଭଉଣୀ ବିଜେପିରେ ଥାଇ ମଧ୍ୟ ତାଙ୍କ କଥା ବି ଶୁଣାଯାଏ ନାହିଁ। ମୁଁ ମୋର ଦଲିତ ସହକର୍ମୀ ପାସୱାନ୍ ଜି ଆଜି ଏଭଳି କଥା ହେଉଥିବା ଦେଖିଛି। ସେ ଦଲିତଙ୍କ ଇତିହାସ ଜାଣିଛନ୍ତି। ସେ ଜାଣିଛନ୍ତି ଯେ, ୩ ହଜାର ବର୍ଷ ଧରି ଦଳିତଙ୍କ ଉପରେ କିଏ ଅତ୍ୟାଚାର କରିଛି।'

ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ବିଜେପି ନେତା ପସୱାନ ରାହୁଲଙ୍କ ପାଲଟା ଜବାବ ଦେଇଥିଲେ। ସେ କହିଥିଲେ, 'ମୁଁ ଭୁଲ ଦଳରେ ନାହିଁ, ସଠିକ୍‌ ଦଳରେ ଅଛି। ମୋ ପାର୍ଟି ମୋତେ ତିନି ଥର ସାଂସଦ କରିଛି। ମୋତେ ଆଉ କ'ଣ ଦରକାର। ମୁଁ ମୋ ନିଜ ଦଳ ପାଇଁ ହିଁ ଆଜି କହିପାରୁଛି।'

Related story