ୟଙ୍ଗ ଇଣ୍ଡିଆନ ଲିଃ ଅଫିସ ସିଲ କଲା ଇଡି, ସୋନିଆଙ୍କ ଘର ଆଗରେ ପୁଲିସ ମୁତୟନ

ନଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ଥିବା ହେରାଲ୍ଡ ହାଉସର କିଛି ଅଂଶକୁ ଆଜି ସିଲ୍‌ କରାଯାଇଛି। ବିଲଡିଂରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ହିଁ ଇଡି ଆଜି ସିଲ୍‌ କରିଛି। ନ୍ୟାଶନାଲ ହେରାଲ୍ଡ ଖବର କାଗଜକୁ ଆସୋସିଏଟ ଜର୍ଣ୍ଣାଲ ଲିଃ ଚଳାଉଥିଲା। ଏହାକୁ ୟଙ୍ଗ ଇଣ୍ଡିଆନ ଲିଃ ଅଧିଗ୍ରହଣ କରିଥିଲେ। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଇଡି ମନିଲଣ୍ଡରିଂ ମାମଲା […]

nationla-Herald

  • Published: Wednesday, 03 August 2022
  • , Updated: 03 August 2022, 06:28 PM IST

ନଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ଥିବା ହେରାଲ୍ଡ ହାଉସର କିଛି ଅଂଶକୁ ଆଜି ସିଲ୍‌ କରାଯାଇଛି। ବିଲଡିଂରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ହିଁ ଇଡି ଆଜି ସିଲ୍‌ କରିଛି। ନ୍ୟାଶନାଲ ହେରାଲ୍ଡ ଖବର କାଗଜକୁ ଆସୋସିଏଟ ଜର୍ଣ୍ଣାଲ ଲିଃ ଚଳାଉଥିଲା। ଏହାକୁ ୟଙ୍ଗ ଇଣ୍ଡିଆନ ଲିଃ ଅଧିଗ୍ରହଣ କରିଥିଲେ। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିପାଇଁ ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି।

ଅଫିସକୁ ସିଲ କରାଯିବା ସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ କରାଯାଇଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି।

ମଙ୍ଗଳବାର ଇଡିର ଅଧିକାରୀମାନେ ଏହି ବିଲଡିଂରେ ରେଡ କରିଥିଲେ। ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତକାରୀ ସଂସ୍ଥାର ବିନା ଅନୁମତିରେ କେହି ବି ସିଲ୍‌ ଅଫିସକୁ ଖୋଲି ପାରିବେ ନାହିଁ ବୋଲି ଇଡିର ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ସକାଳୁ ଇଡିର ଅଧିକାରୀମାନେ ନ୍ୟାଶନାଲ ହେରାଲ୍ଡ ଖବରକାଗଜର ମୁଖ୍ୟ କାର୍ଯ୍ୟାଳୟ ସହ ୧୧ଟି ସ୍ଥାନରେ ରେଡ କରିଥିଲେ। ନିକଟରେ ଏହି ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରିଥିଲା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାଶନାଲ ହେରାଲ୍ଡ ଖବରକାଗଜକୁ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ପରିଚାଳିତ କରୁଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ୟଙ୍ଗ ଇଣ୍ଡିଆନ ଲିଃ ଏହାକୁ ଅଧିକୃତ କରିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନ ପକ୍ଷରୁ AJLର ୮୦୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ହଡ଼କ କରାଯାଇଛି। ୟଙ୍ଗ ଇଣ୍ଡିଆନର ଶେଆର ହୋଲ୍ଡର ଭାବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଥିଲେ। ତେଣୁ ସେମାନଙ୍କୁ ମଧ୍ୟ ଏହି ସମ୍ପତ୍ତି ଉପରେ ଟିକସ ଦେବାର ଆବଶ୍ୟକତା ରହିଛି।

Related story