ନବବିବାହିତ ପ୍ରେମିକାକୁ କାର୍‌ରୁ ଘୋଷାରି ଆଣି ଗୁଳି କଲା ପ୍ରେମିକ

ପାଟନା: ତୁ ମୋର ନୁହଁ ତ ଆଉ କାହାର ହୋଇପାରିବୁନି । ତତେ ମୁଁ ମୋ ଜୀବନଠାରୁ ଅଧିକ ଭଲ ପାଉଛି । ଆଖି ସାମ୍ନାରେ ଆଉ କାହାର ହାତ ଧରି ବାହା ହୋଇଗଲୁ । ମୁଁ ଏହା କେମିତି ସହିପାରିବି । କୁଆଡେ ଗଲା ମୋତେ ଦେଇଥିବା ତୋର ପ୍ରତିଶ୍ରୁତି । ମୋତେ ଜୀବନ ସାଥୀ କରିବାକୁ କହି କେମିତି ଆଉ କାହାକୁ ସାଥୀ କରିନେଲୁ । ମୋଠୁ ଅଧିକ ତତେ ସିଏ କ’ଣ ଭଲ […]

shoot-his-exgirlfriend

Madhupriya Mistry
  • Published: Monday, 31 May 2021
  • , Updated: 31 May 2021, 05:24 PM IST

ପାଟନା: ତୁ ମୋର ନୁହଁ ତ ଆଉ କାହାର ହୋଇପାରିବୁନି । ତତେ ମୁଁ ମୋ ଜୀବନଠାରୁ ଅଧିକ ଭଲ ପାଉଛି । ଆଖି ସାମ୍ନାରେ ଆଉ କାହାର ହାତ ଧରି ବାହା ହୋଇଗଲୁ । ମୁଁ ଏହା କେମିତି ସହିପାରିବି । କୁଆଡେ ଗଲା ମୋତେ ଦେଇଥିବା ତୋର ପ୍ରତିଶ୍ରୁତି । ମୋତେ ଜୀବନ ସାଥୀ କରିବାକୁ କହି କେମିତି ଆଉ କାହାକୁ ସାଥୀ କରିନେଲୁ । ମୋଠୁ ଅଧିକ ତତେ ସିଏ କ’ଣ ଭଲ ପାଇପାରିବ କି? ତା’ର ହାତ ଛାଡି ପୁଣି ତୁ ମୋର ହୋଇଯା । ଚାଲ ଆମେ ଏ ସହର ଛାଡି ପଳେଇବା । ବିଚ୍ ରାସ୍ତାରେ ନବବିବାହିତ ପ୍ରେମିକା ସବନମ୍‌କୁ ଏଭଳି କହିଥିଲା ପ୍ରେମିକ ରେହାନ୍ । ଆଉ ଏଥିରେ ସବନମ୍ ଅରାଜି ହେବାରୁ ରାସ୍ତା ଉପରେ ହିଁ ଜଘନ୍ୟ କାଣ୍ଡ ଘଟାଇଥଲା ପ୍ରେମିକ ପ୍ରବର ରେହାନ ।

ବିିହାର ନାଳନ୍ଦା ଜିଲ୍ଲାର ଭାଗନ ବିଘା ଗାଁ । ୨୩ ବର୍ଷୀୟ ସବନମ୍ କୁମାରୀ ଓ ୨୫ ବର୍ଷୀୟ ରାଜପାଲ ପାସୱାନ ଓରଫ୍ ରେହାନ ପରସ୍ପରକୁ ଭଲ ପାଉଥିଲେ । ଦୁହେଁ ବିବହା କରିବେ ବୋଲି ନିଷ୍ପତି ନେଇଥିଲେ । ହେଲେ ମେ’ ୨୬ ତାରିଖାରେ ଏମାନଙ୍କ ପ୍ରେମରେ ଝଡ ସୃଷ୍ଟି କରିଥିଲା । ସବନମ୍ ରେହାନଙ୍କୁ ଭୁଲି ସାହାପୁର ଗାଁର ବିକାଶକୁ ବିବାହ କରିନେଇଥିଲେ । ବାହାଘର ପରେ ଶାଶୁ ଘରକୁ ଚାଲିଯାଇଥିଲେ ସବନମ୍ । ଏପଟେ ସବନମ୍ ସହ ବିଚ୍ଛେଦକୁ ସହି ନପାରି ରକ୍ତମୁଖା ହୋଇପଡିଥିଲା ରେହାନ ।

ମେ’ ୩୦ ତାରିଖ । ବିବାହର ୪ ଦିନ ପରେ ସ୍ୱାମୀଙ୍କ ସହ କାର୍‌ରେ ମା’ ଘରକୁ ଆସୁଥିଲେ ସବନମ୍। ହେଲେ ଅଧରାସ୍ତାରେ କାର୍ ଅଟକାଥିଲା ପ୍ରେମିକ ରେହାନ। କାର୍‌ରୁ ପ୍ରେମିକା ସବନମ୍‌ଙ୍କୁ ଘୋଷାରି ଆଣିଥିଲା । ସ୍ୱାମୀକୁ ଛାଡି ତା’ସହ ଯିବାକୁ ସବନମ୍‌ଙ୍କୁ ବାରମ୍ବାର କହି ଚାଲିଥିଲା । ହେଲେ ରେହନା କଥାରେ ଅମଙ୍ଗ ଥିଲେ ସବନମ୍। ଶେଷରେ ପକେଟରୁ ଦେଶୀ ବନ୍ଧୁକ ବାହାର କରି ସବନମଙ୍କୁ ଗୁଳି କରିଥିଲା ରେହାନ । କଥା ଏତିକିରେ ସରି ନଥିଲା । ପ୍ରେମିକାକୁ ମାରିବା ପରେ ନିଜ ମୁଣ୍ଡରେ ବି ଗୁଳି ଚଳାଇ ଦେଇଥିଲା ରେହାନ । ପୁଲିସ ଉଭୟଙ୍କୁ ହସ୍ପିଟାଲ ନେବା ବାଟ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

Related story