ନୋଏଡା: ଜଣାଶୁଣା ୟୁ-ଟ୍ୟୁବର ଗୌରବ ତନିଜାଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ତାଙ୍କ ପ୍ରରୋଚନାରେ ପ୍ରଶଂସକମାନେ ନୋଏଡାର ସେକ୍ଠର-୫୧ ମେଟ୍ରୋ ଷ୍ଟେସନନରେ ଏକାଠି ହୋଇ ଅଜଥା ଗହଳି କରିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଜ ସୋଶାଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରେ ନୋଏଡା ମେଟ୍ରୋ ଷ୍ଟେସନରେ ଜନ୍ମ ଦିନ ପାଳନ କାରିବାକୁ ଘୋଷଣା କରଥିଲେ।
ଫଳରେ ସେକ୍ଠର-୫୧ ମେଟ୍ରୋ ଷ୍ଟେସନରେ ତନିଜାଙ୍କ ହଜାର ହଜାର ପ୍ରଶଂସକ ଭିଡ଼ ଜଣାଇଥଲେ। ତନିଜାଙ୍କଙ୍କୁ ଭେଟିବା ପାଇଁ ତାଙ୍କ ଅନୁଗାମୀ ମାନେ ପ୍ରବଳ ମାତ୍ରାରା ରୁଣ୍ଡ ହୋଇଥିଲେ। ଯାହା ଫଳରେ ଷ୍ଟେସନରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା। ଏପରିକି ଦଳାଚକାଟା ପରିସ୍ଥିତି ଉପୁଜିଥିଲା।
ମେଟ୍ରୋ ଷ୍ଟେସନ ଗୁଡ଼ିକ ଜନଗହଳି ପୂର୍ଣ୍ଣ ହୋଇଥିବା ବେଳେ ବିନା କାରଣରେ ସେଠାରେ ଅନ୍ୟମାନେ ଭିଡ଼ ଜମାଇବା ସମସ୍ୟା ସୃଷ୍ଟି କରିଥିଲା।
ଯାତ୍ରୀମାନେ ଭିଡ଼ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ସେହିପରି ଉକ୍ତ ଅଞ୍ଚଳରେ ଅଜଥା ଟ୍ରାଫିକ୍ ଜାମ ହେବାରୁ ପଲିସ ଏହାକୁ ମୁକାବିଲା କରିବାକୁ ନାକେଦମ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ପୁଲିସକୁ ୧୪୪ ଧାରା ଜାରି କରିବାକୁ ପଡ଼ିଥିଲା। ହେଲେ ଏହି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୁଲିସ ୟୁ-ଟ୍ୟୁବର ଗୌରବ ତନିଜାଘଙ୍କୁ ନିଜ ହେପାଜତକୁ ନେଇଥିଲା ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।