ମନ୍ତ୍ରୀଙ୍କ ଘର ଆଗରେ ବସିଲେ ଦଶମ ପିଲା, ୟୁ-ଟ୍ୟୁବରଙ୍କୁ ବାନ୍ଧି ନେଲା ପୁଲିସ  

ମୁମ୍ବାଇ: ସୋଶାଲ ମିଡିଆରେ ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ୟୁଟ୍ୟୁବର ହିନ୍ଦୁସ୍ତାନୀ ଭାଉ ଓରଫ ବିକାଶ ପାଠକଙ୍କୁ ପୁଲିସ ଗିରଫ କରିଛି। ଛାତ୍ରମାନଙ୍କୁ ଉସକେଇବା ଅଭିଯୋଗରେ ମୁମ୍ବାଇର ଧରାବି ପୁଲିସ ତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ବର୍ଷା ଗାଇକୱାର୍ଡ଼ଙ୍କ ଘର ସମ୍ନାରେ ଛାତ୍ରମାନଙ୍କୁ ଏକାଠି ହୋଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅଫଲାଇନ୍‌ ପରୀକ୍ଷା ବାତିଲ ଦାବି କରିବାକୁ ସେ ଛାତ୍ରଙ୍କୁ ମତାଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ପ୍ରଭାବୀ ଚେହେରା  ବିକାଶ ପାଠକ ସୋଶାଲ […]

iom

Tapas Behera
  • Published: Tuesday, 01 February 2022
  • , Updated: 01 February 2022, 06:13 PM IST

ମୁମ୍ବାଇ: ସୋଶାଲ ମିଡିଆରେ ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ୟୁଟ୍ୟୁବର ହିନ୍ଦୁସ୍ତାନୀ ଭାଉ ଓରଫ ବିକାଶ ପାଠକଙ୍କୁ ପୁଲିସ ଗିରଫ କରିଛି। ଛାତ୍ରମାନଙ୍କୁ ଉସକେଇବା ଅଭିଯୋଗରେ ମୁମ୍ବାଇର ଧରାବି ପୁଲିସ ତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ବର୍ଷା ଗାଇକୱାର୍ଡ଼ଙ୍କ ଘର ସମ୍ନାରେ ଛାତ୍ରମାନଙ୍କୁ ଏକାଠି ହୋଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅଫଲାଇନ୍‌ ପରୀକ୍ଷା ବାତିଲ ଦାବି କରିବାକୁ ସେ ଛାତ୍ରଙ୍କୁ ମତାଇଥିବା ଅଭିଯୋଗ ହୋଇଛି।

ସୋଶାଲ ମିଡିଆରେ ପ୍ରଭାବୀ ଚେହେରା  ବିକାଶ ପାଠକ ସୋଶାଲ ମିଡିଆରେ  ହିନ୍ଦୁସ୍ତାନୀ ଭାଉ ନାମରେ ପରଚିତ। ଗତକାଲି ଧରାବିରେ ଛାତ୍ରମାନେ ଆନ୍ଦୋଳ କରିଥିଲେ। କୋଭିଡକୁ ଦୃଷ୍ଟିରେ ରଖି ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଅଫ୍‌ଲାଇନ୍‌ ବଦଳରେ ଅନଲାଇନ୍‌ ପରୀକ୍ଷା ପାଇଁ ଛାତ୍ରମାନେ ଆନ୍ଦୋନ କରିଥିଲେ। ତେବେ ସେମାନେ ପାଠକଙ୍କ ପ୍ରରୋଚନାରେ ଆନ୍ଦୋଳନ କରିଥିବା ପୁଲିସ କହିଛି। ପାଠକ ତାଙ୍କ ୟୁଟ୍ୟୁବ ଚାନେଲ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଅପଲୋଡ଼ କରି ସେଥିରେ ଛାତ୍ରମାନଙ୍କୁ ଉସକାଇଥିବା ପୁଲିସ କହିଛି ।

ଏନେଇ ପାଠକଙ୍କ ବିରୋଧରେ  ବିଭିନ୍ନ ଦଫା ସମେତ ଦଙ୍ଗା ସୃଷ୍ଟିକାରୀ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ପୁଲିସ  ଇକରା ଖାନ୍‌ ଏବଂ ଭକର ଖାନ୍‌ଙ୍କୁ ଗିରଫ କରିଛି। ମୁମ୍ବାଇର ଅଶୋକା ମିଲ ନାକାଠାରେ ଶତାଧିକ ଛାତ୍ର ଆନ୍ଦୋଳନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲ। ମନ୍ତ୍ରୀଙ୍କ ବାଷଭବନ ଆଗରୁ ବିକ୍ଷୋବକାରୀ ଛାତ୍ରଙ୍କୁ ହଟେ‌ଇବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ପିଲାମାନଙ୍କ କହିବା ଅନୁଯାୟୀ, କୋଭିଡ୍‌ ପାଇଁ ସେମାନେ ଅନଲାଇନ୍ ପଢ଼ିଲେ । ତେଣୁ ଅଫଲାଇନ୍‌ରେ ପରୀକ୍ଷା ବାତିଲ କରାଯାଉ। କେବଳ ଅନଲାଇନ୍‌ରେ ପରୀକ୍ଷା କରାଯାଉ ବୋଲି ପିଲାମାନେ ଦାବି କହିଛନ୍ତି।

Related story