ବାପାଙ୍କ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆରମ୍ଭ କଲେ ୪ ହଜାର କିମି ପଦଯାତ୍ରା

ହାଇଦ୍ରାବାଦ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ୱାଇଏସ୍‌ଆର ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ତେଲେଙ୍ଗାନାରେ ୪ ହଜାର କିମିର ପଦଯାତ୍ରା ଆରମ୍ଭ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚ୍ୟାଲେଞ୍ଜ ଦେବାକୁ ସେ ଏପରି ପଦଯାତ୍ରା କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୦୩ରେ ରାଜଶେଖର ସମାନ ଧରଣର ପଦଯାତ୍ରା କରିଥିଲେ। ଏହାର ପରବର୍ତ୍ତୀ ବର୍ଷ ସେ ଅବିଭକ୍ତ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶର୍ମିଲା ହେଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ […]

sharmila

Hemant Lenka
  • Published: Saturday, 23 October 2021
  • , Updated: 23 October 2021, 02:45 PM IST

ହାଇଦ୍ରାବାଦ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ୱାଇଏସ୍‌ଆର ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ତେଲେଙ୍ଗାନାରେ ୪ ହଜାର କିମିର ପଦଯାତ୍ରା ଆରମ୍ଭ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚ୍ୟାଲେଞ୍ଜ ଦେବାକୁ ସେ ଏପରି ପଦଯାତ୍ରା କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୦୩ରେ ରାଜଶେଖର ସମାନ ଧରଣର ପଦଯାତ୍ରା କରିଥିଲେ। ଏହାର ପରବର୍ତ୍ତୀ ବର୍ଷ ସେ ଅବିଭକ୍ତ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶର୍ମିଲା ହେଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ। ବୁଧବାର ଠାରୁ ୪୭ ବର୍ଷୀୟ ଶର୍ମିଲା ଏହି ବିଶାଳ ପଦଯାତ୍ରା ଆରମ୍ଭ କରିଛନ୍ତି।

ଦୈନିକ ସେ ୧୨ରୁ ୧୫ କିମି ପଦଯାତ୍ରା କରି ବର୍ଷକ ମଧ୍ୟରେ ତେଲେଙ୍ଗାନାବାସୀଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ ଗାଦିଚ୍ୟୁତ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ।

ବାପା ରାଜଶେଖରଙ୍କ ଜନ୍ମଦିନ ଅର୍ଥାତ ଜୁଲାଇ ୮ରେ ଶର୍ମିଲା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ଲଞ୍ଚ କରିଥିଲେ। ସେ କହିଛନ୍ତି ଯେ ଆନ୍ଧ୍ରରୁ ଅଲଗା ହୋଇ ତେଲେଙ୍ଗାନା ଗଠନ ହେବା ପରେ କେବଳ କେ ଚନ୍ଦ୍ରଶେଖର ରାଓଙ୍କ ପରିବାର ଲୋକ ଲାଭବାନ ହୋଇଛନ୍ତି। ୭ ବର୍ଷ ମଧ୍ୟରେ ୭ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଅନେକ ଲୋକ ଚାକିରୀ ହରାଇଛନ୍ତି। ୧.୯୦ ଲକ୍ଷ ନିଯୁକ୍ତି ପାଇଁ କେବେ ହେଲେ ବିଜ୍ଞପ୍ତି ପ୍ରକାଶ ପାଇନି ବୋଲି ସେ ଅଭିଯୋଗ କରିଛନ୍ତି।

୨୦୧୩ରେ ଜଗନ ମୋହନ ଜେଲରେ ଥିବା ବେଳେ ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ଶର୍ମିଲା ୩ ହଜାର କିମିର ପଦଯାତ୍ରା କରିଥିଲେ। ତେବେ ଆନ୍ଧ୍ରରେ କ୍ଷମତାରେ ଥିବା ୱାଇଏସ୍‌ଆର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଜଗନ ମୋହନ ନିଜକୁ ଶର୍ମିଲାଙ୍କ ସମସ୍ତ ରାଜନୀତିକ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି।

ଅନ୍ୟପକ୍ଷରେ ଶର୍ମିଲାଙ୍କୁ ତାଙ୍କ ମା’ ସମର୍ଥନ କରିଛନ୍ତି। ସେ ଅକ୍ଟୋବର ୨୦ରେ ପଦଯାତ୍ରାର ଆରମ୍ଭ କରି ଶର୍ମିଲାଙ୍କୁ ତେଲେଙ୍ଗାନାର ଝିଅ ଭାବେ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ପଦଯାତ୍ରା ବେଳେ ଶର୍ମିଲା ଗାଁ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ସେ ଉଭୟ କଂଗ୍ରେସ ଓ ବିଜେପି କ୍ଷମତାସୀନ ଟିଆରଏସ୍ କଥାରେ ପରିଚାଳିତ ହେଉଥିବା କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପୂର୍ବରୁ ରାଜଶେଖର ଓ ଜଗନ ମୋହନ ପଦଯାତ୍ରା ହିଁ କରିଥିଲେ। ଏବେ ଶର୍ମିଲା ମଧ୍ୟ ପଦଯାତ୍ରା ଆରମ୍ଭ କରିଛନ୍ତି।

Related story