ଚିନ୍ତା ବଢ଼ାଇଲା ଜିକା ଭାଇରସ୍‌, ପଜିଟିଭ୍‌ ଥିଲେ ଯୌନ ସମ୍ପର୍କ ମନା !

ଲକ୍ଷ୍ନୌ: ମହାମାରୀ କରୋନା ଭଳି ଆଉ ଏକ ଭାଇରସ ଏବେ ଚିନ୍ତାର କାରଣ ପାଲଟିଛି। ଉତ୍ତରପ୍ରଦେଶରେ କାନପୁରରେ  ପ୍ରଥମ ଥର ପାଇଁ ଜିକ୍କା ଭାଇରସ ଚିହ୍ନଟ ହୋଇଛି। ଏହି ରୋଗରେ ଶିକାର ହୋଇଥିବା ରୋଗୀ ଜଣକ ଭାରତୀୟ ବାୟୁସେନାର କର୍ମଚାରୀ। ସେ କାନପୁରରର ପୋଖରପୁରରେ ରହୁନ୍ତି।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ନମୁନାକୁ ପରୀକ୍ଷା ପାଇଁ ପୁନେ ପଠାଇଥିଲା। ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ରହୁଥିବା ଅଞ୍ଚଳକୁ ସାନିଟାଇଜ କରାଯାଇଛି।  କାନପୁର ମୁଖ୍ୟ […]

zika

Tapas Behera
  • Published: Sunday, 24 October 2021
  • , Updated: 24 October 2021, 05:11 PM IST

ଲକ୍ଷ୍ନୌ: ମହାମାରୀ କରୋନା ଭଳି ଆଉ ଏକ ଭାଇରସ ଏବେ ଚିନ୍ତାର କାରଣ ପାଲଟିଛି। ଉତ୍ତରପ୍ରଦେଶରେ କାନପୁରରେ  ପ୍ରଥମ ଥର ପାଇଁ ଜିକ୍କା ଭାଇରସ ଚିହ୍ନଟ ହୋଇଛି। ଏହି ରୋଗରେ ଶିକାର ହୋଇଥିବା ରୋଗୀ ଜଣକ ଭାରତୀୟ ବାୟୁସେନାର କର୍ମଚାରୀ। ସେ କାନପୁରରର ପୋଖରପୁରରେ ରହୁନ୍ତି।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ନମୁନାକୁ ପରୀକ୍ଷା ପାଇଁ ପୁନେ ପଠାଇଥିଲା।

ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ରହୁଥିବା ଅଞ୍ଚଳକୁ ସାନିଟାଇଜ କରାଯାଇଛି।  କାନପୁର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ନେପାଳ ସିଂ କହିଛନ୍ତି ଯେ, ସମ୍ପୃକ୍ତ ରୋଗୀ ସହ ୨୦୦ ଲୋକ କଣ୍ଟାକ୍ଟରେ ଆସିଛନ୍ତି।  ରୋଗୀକୁ ସଙ୍ଗରୋଧ କରାଯାଇଛି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି । ଉତ୍ତରପ୍ରଦେଶ ପୂର୍ବରୁ କେରଳ ଏବଂ ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ ହୋଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ରୋଗ  ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି। ଅଧିକାଂଶ ଲକ୍ଷଣ ଦୁଇ-ସାତ ଦିନ ପର୍ଯ୍ୟନ୍ତ ରହିପାରେ। ଯୌନ ସମ୍ପର୍କ ମାଧ୍ୟମରେ ଏହି ଭାଇରସ ଆଉ ଜଣକୁ ସଂକ୍ରମିତ କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related story