ଲଦାଖ ଘଟଣାକୁ ବିରୋଧ କରି ଜୋମାଟୋ କର୍ମଚାରୀମାନେ କମ୍ପାନୀର ଟି-ଶର୍ଟ ଜାଳିଲେ

କୋଲକାତା: ଲଦାଖରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାର ପ୍ରତିବାଦରେ ଗତକାଲି କୋଲକାତାରେ ଜୋମାଟୋର କିଛି କର୍ମଚାରୀ କମ୍ପାନୀର ଟି-ଶର୍ଟ ଚିରିବା ସହିତ ଜାଳି ଦେଇଥିଲେ। କୋଲକାତାର ବେହାଲା ଅଞ୍ଚଳରେ ଏହି ପ୍ରତିବାଦ କରାଯାଇଥିବା ବେଳେ ବିକ୍ଷୋଭକାରୀମାନେ କହିଥିଲେ ଯେ ସେମାନେ ଜୋମାଟୋରୁ ଇସ୍ତଫା ମଧ୍ୟ ଦେଇଛନ୍ତି। କାରଣ ଏଥିରେ ଚୀନର ଏକ କମ୍ପାନୀ ଅର୍ଥ ନିବେଶ କରିଛି। ଏହା ସହିତ ଜୋମାଟୋ ଜରିଆରେ ଖାଦ୍ୟ ଅର୍ଡର ନ କରିବାକୁ ସେମାନେ […]

zomato

zomato

Jitendra Garnayak
  • Published: Sunday, 28 June 2020
  • Updated: 28 June 2020, 08:59 AM IST

Sports

Latest News

କୋଲକାତା: ଲଦାଖରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାର ପ୍ରତିବାଦରେ ଗତକାଲି କୋଲକାତାରେ ଜୋମାଟୋର କିଛି କର୍ମଚାରୀ କମ୍ପାନୀର ଟି-ଶର୍ଟ ଚିରିବା ସହିତ ଜାଳି ଦେଇଥିଲେ।

କୋଲକାତାର ବେହାଲା ଅଞ୍ଚଳରେ ଏହି ପ୍ରତିବାଦ କରାଯାଇଥିବା ବେଳେ ବିକ୍ଷୋଭକାରୀମାନେ କହିଥିଲେ ଯେ ସେମାନେ ଜୋମାଟୋରୁ ଇସ୍ତଫା ମଧ୍ୟ ଦେଇଛନ୍ତି। କାରଣ ଏଥିରେ ଚୀନର ଏକ କମ୍ପାନୀ ଅର୍ଥ ନିବେଶ କରିଛି। ଏହା ସହିତ ଜୋମାଟୋ ଜରିଆରେ ଖାଦ୍ୟ ଅର୍ଡର ନ କରିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସେମାନେ ଆହୁରି କହିଥିଲେ, ଚୀନର କମ୍ପାନୀଗୁଡ଼ିକ ଭାରତରେ ଅର୍ଥ ନିବେଶ କରି ଭଲ ଲାଭ ପାଉଛନ୍ତି। କିନ୍ତୁ ଅନ୍ୟ ପଟେ ତାଙ୍କ ଦେଶର ସେନା ଆମ ଯବାନମାନଙ୍କୁ ଆକ୍ରମଣ କରୁଛି। ସେମାନେ ଆମ ଦେଶର ଜାଗାକୁ ହାତେଇବାକୁ ଚାହୁଁଛନ୍ତି। ସେମାନଙ୍କୁ ଆଦୌ ସେମିତି କରିବାକୁ ଦିଆଯିବ ନାହିଁ।

ଏହି ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ସେମାନେ ଭୋକରେ ସିନା ରହିବେ, କିନ୍ତୁ ଚୀନର ଅର୍ଥ ନିବେଶ ହୋଇଥିବା ଏହି କମ୍ପାନୀ (ଜୋମାଟୋ)ରେ କାମ କରିବେ ନାହିଁ। ତେବେ ଏନେଇ ଜୋମାଟୋ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ।

ଗତ ମେ’ ମାସରେ କରୋନା ଭାଇରସ୍ ଯୋଗୁ ଜୋମାଟୋ ତା’ର ୫୨୦ କର୍ମଚାରୀଙ୍କୁ ଛଟେଇ କରି ଦେଇଥିଲା। ତେଣୁ ଗତକାଲି ବିକ୍ଷୋଭ କରିଥିବା ଲୋକଙ୍କ ମଧ୍ୟରେ ଏମାନେ ଥିଲେ ନା ଆଉ କିଏ, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଜୁନ୍ ୧୫ ତାରିଖରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ଥିଲେ। ଚୀନ ସେନା ପ୍ରଥମେ ଆକ୍ରମଣ କରିଥିଲା। ଭାରତୀୟ ସେନାର ପ୍ରତିଆକ୍ରମଣରେ ଚୀନ୍‌ର ୪୩ ଯବାନ ମୃତାହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡଂ ଅଫିସ୍‌ର ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଥିଲେ। ଏ ଦୁଇ ବରିଷ୍ଠ ଅଧିକାରୀ ନିହତ ହୋଇଥିବା କଥା ଚୀନ ସ୍ୱୀକାର କରିଥିବା ବେଳେ ଆଉ କେତେ ଯବାନ ନିହତ ହୋଇଛନ୍ତି, ତା’ର ହିସାବ ଦେଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos