୨୪ ଦିନ ପରେ ଜେଲରୁ ବାହାରିଲେ ଅଲ୍ଟ ନ୍ୟୁଜର ମହମ୍ମଦ ଜୁବୈର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର। ଆଜି ସୁପ୍ରିମକୋର୍ଟ ତାଙ୍କୁ ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ୬ଟି ମାମଲାରେ ଜାମିନ ଦେବା ସହ ତୁରନ୍ତ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଆଜି ସନ୍ଧ୍ୟାରେ ଜୁବୈର ଜେଲରୁ ବାହାରିଛନ୍ତି। ଜୁବୈର ୨୦୧୮ ମସିହାରେ କରିଥିବା ଗୋଟିଏ ଟ୍ୱିଟ ପାଇଁ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଜୁନ ୨୭ ତାରିଖରେ ଗିରଫ କରିଥିଲା। […]

Mohammed-Zubair

Hemant Lenka
  • Published: Wednesday, 20 July 2022
  • , Updated: 20 July 2022, 09:18 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର। ଆଜି ସୁପ୍ରିମକୋର୍ଟ ତାଙ୍କୁ ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ୬ଟି ମାମଲାରେ ଜାମିନ ଦେବା ସହ ତୁରନ୍ତ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଆଜି ସନ୍ଧ୍ୟାରେ ଜୁବୈର ଜେଲରୁ ବାହାରିଛନ୍ତି।

ଜୁବୈର ୨୦୧୮ ମସିହାରେ କରିଥିବା ଗୋଟିଏ ଟ୍ୱିଟ ପାଇଁ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଜୁନ ୨୭ ତାରିଖରେ ଗିରଫ କରିଥିଲା। ଏହା ପରେ ୟୁପିରେ ମଧ୍ୟ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା। ବେଲ ବଣ୍ଡ ସହ ଜାମିନ ସର୍ତ୍ତ ସମ୍ପର୍କିତ କାଗଜପତ୍ର କାମ ସରିବା ପରେ ତାଙ୍କୁ ଖଲାସ କରିବା ପାଇଁ ଗୋଟିଏ ନିର୍ଦ୍ଦେଶନାମା ସନ୍ଧ୍ୟା ବେଳେ ତିହାର ଜେଲରେ ପହଞ୍ଚିଥିଲା। ଏହାପରେ ଜୁବେରକୁ ତିହାର ଜେଲର ଚାରି ନମ୍ବର ସେଲରୁ ବାହାରକୁ ଅଣାଯାଇଥିଲା।

ୟୁପିର ସମସ୍ତ ମାମଲାରେ ସୁପ୍ରିମକୋର୍ଟ ଜୁବୈରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିବାରୁ ସେ ଜେଲରୁ ବାହାରିବା ରାସ୍ତା ସଫା ହୋଇ ଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୁବୈରଙ୍କ ଓକିଲ ତାଙ୍କ ଜାମିନ ବଣ୍ଡକୁ ଡ୍ୟୁଟି ମାଜିଷ୍ଟ୍ରେଟ କୋର୍ଟରେ ଜମା କରିଥିଲେ। ସେ ୨୦ ହଜାର ଟଙ୍କାର ସ୍ୟୁରିଟି ବଣ୍ଡ ଦାଖଲ କରିବା ପରେ ମାଜିଷ୍ଟ୍ରେଟ ତିହାର ଜେଲକୁ ଜାମିନ ଆଦେଶ ପଠାଇଥିଲେ।

ଆଜି ଜୁବୈରଙ୍କୁ ଜାମିନ ପ୍ରଦାନ କରିବା ବେଳେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ୟୁପିରେ ହୋଇଥିବା ସମସ୍ତ ଏଫ୍ଆଇଆର୍ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଏହି ମାମଲାରେ ଯଦି ନୂଆ ଏଫଆଇଆର ହୁଏ, ତା’ହେଲେ ବି ଜୁବୈରଙ୍କ ଜାମିନ କାଏମ ରହିବ। ଜୁବୈର ଚାହିଁଲେ ତାଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିପାରିବେ। ଜୁବୈରଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ତଦନ୍ତ ଦିଲ୍ଲୀ ପୁଲିସ କରିବ। ସେହିପରି ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Related story