ଆତଙ୍କବାଦ ହଟିଲେ ଯାଇ ଅଧିକାର ଉପଭୋଗ କରିହେବ: ଆମେରିକୀୟ ସାଂସଦ

ୱାଶିଂଟନ୍‌: ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ହେବ, ଏହାପରେ ଯାଇ ଅଧିକାର ଏବଂ ସ୍ୱାଧୀନତାର କିଛି ଅର୍ଥ ରହିବ ବୋଲି ମତ ଦେଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରବି ବାତ୍ରା। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କିଛି ଆମେରିକୀୟ ସାଂସଦ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିବା ସହ ଜମ୍ମୁ-କଶ୍ମୀରରେ ମାନବ ଅଧିକାର କଥା ଉଠାଇଥିଲେ। ଆମେରିକାର କଂଗ୍ରେସନାଲ୍‌ ସବ୍‌କମିଟି ଦକ୍ଷିଣ ଏସିଆରେ ମାନବାଧିକାରକୁ ନେଇ ରଖିଥିବା ମତର ଏଭଳି ଜବାବ ଦେଇଛନ୍ତି ରବି। ସେ […]

ravi-batra

Subrat Kumar Nayak
  • Published: Wednesday, 23 October 2019
  • , Updated: 23 October 2019, 04:32 PM IST

ୱାଶିଂଟନ୍‌: ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ହେବ, ଏହାପରେ ଯାଇ ଅଧିକାର ଏବଂ ସ୍ୱାଧୀନତାର କିଛି ଅର୍ଥ ରହିବ ବୋଲି ମତ ଦେଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରବି ବାତ୍ରା। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କିଛି ଆମେରିକୀୟ ସାଂସଦ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିବା ସହ ଜମ୍ମୁ-କଶ୍ମୀରରେ ମାନବ ଅଧିକାର କଥା ଉଠାଇଥିଲେ। ଆମେରିକାର କଂଗ୍ରେସନାଲ୍‌ ସବ୍‌କମିଟି ଦକ୍ଷିଣ ଏସିଆରେ ମାନବାଧିକାରକୁ ନେଇ ରଖିଥିବା ମତର ଏଭଳି ଜବାବ ଦେଇଛନ୍ତି ରବି।

ସେ କହିଛନ୍ତି, “ଲୋକେ ଘରୁ ବାହାରିବାକୁ ଚାହୁଁନାହାନ୍ତି କାରଣ ସମେନଙ୍କୁ ଧ୍ୱଂସ ହେବାର ନାହିଁ। କାରଣ ସୀମାପାର ଆତଙ୍କବାଦ ସବୁଦିନିଆ କଥାରେ ପରିଣତ ହୋଇଛି। ସେମାନେ ମାନବାଧିକାର ପୂର୍ବରୁ ବଞ୍ଚିବାକୁ ଚାହାନ୍ତି।”

ବାତ୍ରା ଆହୁରି ମଧ୍ୟ ୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେ ପକାଇଛନ୍ତି। ସେ କହିଛନ୍ତି, “୨୦୦୮ ମସିହାର ଏହି ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ଇହୁଦୀ ଏବଂ ଆମେରିକୀୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେତେବେଳେ ମୁଁ ସଂଯମତା ଅବଲମ୍ବନ କରିବାକୁ କହିଥିଲି। ମୁଁ ସେତେବେଳେ ଭୁଲ କହିଥିଲି। ଏଥିପାଇଁ ଭାରତକୁ କ୍ଷମା ମାଗୁଛି। ଆତଙ୍କବାଦର ମୂଳୋତ୍ପାଟନ ହେବା ଦରକାର। ଯାହାଫଳରେ ଆମ ଅଧିକାର ଏବଂ ସ୍ୱାଧୀନତାର କିଛି ଅର୍ଥ ରହିବ।

ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କ ସହ ତୁଳନା କରିଥିଲେ। ବ୍ୟାପକ ସେନା ନିୟୋଜିତ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସେ ସମର୍ଥନ ଜଣାଇଛନ୍ତି।

Related story