୧୦,୦୦୦ ଫୁଟ୍‌ ଉପରେ ଲଢିବାକୁ ପ୍ରସ୍ତୁତ:  ଚୀନକୁ ଚେତେଇ ଦେଲା ଭାରତ

ନୂଆଦିଲ୍ଲୀ:ପଛଘୁଞ୍ଚା ଦେବ ନାହିଁ ଭାରତ। କାହା ନାଲି ଅଖିକୁ ବି ଡରିଯିବ ନାହିଁ। ଏମିତି କିଛି ମୋଡରେ ଏବେ ଭାରତୀୟ ସେନା । ଚୀନକୁ ମୁକାବିଲା ପାଇଁ ଭାରତୀୟ ସେନା ସମସ୍ତପ୍ରକାର ପ୍ରସ୍ତୁତ ବୋଲି ପରୋକ୍ଷରେ ଜଣାଇଦେଇଛି। ସିକିମର ବିବାଦୀୟ ଇଲାକା ଡୋକଲାମରୁ ସେନା ହଟାଇବା ପାଇଁ ଚୀନ୍ ଧମକ ଦେଇଥିଲେ ମଧ୍ୟ ଭାରତ ଏହାକୁ ଖାତିର କରିନାହିଁ। ବରଂ ଦୁଃସାହସ ଦେଖାଇଛି। ବିବାଦୀୟ ଅଞ୍ଚଳ ଡୋକଲାମରେ ମଧ୍ୟ ସେନା ମୁତୟନ ହେବେ।  କୁହାଯାଉଛି ଡୋକଲାମର ସେହି […]

Untitled-1

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 06:41 PM IST

ନୂଆଦିଲ୍ଲୀ:ପଛଘୁଞ୍ଚା ଦେବ ନାହିଁ ଭାରତ। କାହା ନାଲି ଅଖିକୁ ବି ଡରିଯିବ ନାହିଁ। ଏମିତି କିଛି ମୋଡରେ ଏବେ ଭାରତୀୟ ସେନା । ଚୀନକୁ ମୁକାବିଲା ପାଇଁ ଭାରତୀୟ ସେନା ସମସ୍ତପ୍ରକାର ପ୍ରସ୍ତୁତ ବୋଲି ପରୋକ୍ଷରେ ଜଣାଇଦେଇଛି। ସିକିମର ବିବାଦୀୟ ଇଲାକା ଡୋକଲାମରୁ ସେନା ହଟାଇବା ପାଇଁ ଚୀନ୍ ଧମକ ଦେଇଥିଲେ ମଧ୍ୟ ଭାରତ ଏହାକୁ ଖାତିର କରିନାହିଁ। ବରଂ ଦୁଃସାହସ ଦେଖାଇଛି। ବିବାଦୀୟ ଅଞ୍ଚଳ ଡୋକଲାମରେ ମଧ୍ୟ ସେନା ମୁତୟନ ହେବେ।  କୁହାଯାଉଛି ଡୋକଲାମର ସେହି ବିବାଦୀୟ ସ୍ଥାନ ସମୁଦ୍ର ପତନଠାରୁ ୧୦,୦୦୦ ଫୁଟ୍‌ ଉପରେ ଅବସ୍ଥିତ। ବରଫ ଏବଂ ତୁସାରପାତରେ ଛାଇ ହୋଇଯାଉଥିବା ଏହି ଅଞ୍ଚଳରେ କେହି କାହାରିକୁ ଚିହ୍ନିପାରନ୍ତି ନାହିଁ। ଏଠି ମଧ୍ୟ ଭାରତୀୟ ସେନା ମୁତୟନ ହେବେ। ଯଦି ଚୀନ ତା’ର ଆଚରଣ ନ ବଦଳାଏ ତେବେ ଭାରତ ମଧ୍ୟ ଯେସାକୁ ତେସା ନୀତିରେ ଜବାବ ଦେବ ବୋଲି କହିଛି।

Related story