କୋରନା ସତର୍କତା; ନୋଟ୍‌ ବ୍ୟବହାର ନେଇ ବି ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ବି ଏଥିରେ ସାମିଲ ହୋଇଛି। ଆସୋସିଏସନ୍ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କରେନ୍ସି ନୋଟ୍ ଧରିଲା ପରେ ଭଲ ଭାବେ ହାତ ଧୋଇବାକୁ ଆସୋସିଏସନ ପରାମର୍ଶ ଦେଇଛି। ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି। […]

currency

Jitendra Garnayak
  • Published: Monday, 23 March 2020
  • , Updated: 23 March 2020, 10:57 AM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ବି ଏଥିରେ ସାମିଲ ହୋଇଛି। ଆସୋସିଏସନ୍ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କରେନ୍ସି ନୋଟ୍ ଧରିଲା ପରେ ଭଲ ଭାବେ ହାତ ଧୋଇବାକୁ ଆସୋସିଏସନ ପରାମର୍ଶ ଦେଇଛି। ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି।

ଜାରି କରାଯାଇଥିବା ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ ହାତରେ ଟଙ୍କା ଧରିଲା ପରେ ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ଭଲ ଭାବେ ହାତ ଧୁଅନ୍ତୁ। ଏହା ସହିତ ଏଭଳି ସମୟରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯଥା ସମ୍ଭବ ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦେଣନେଣ କରିବାକୁ ସଂଘ ପରାମର୍ଶ ଦେଇଛି।

ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ପକ୍ଷରୁ ଆହୁରି ମଧ୍ୟ ଅପିଲ୍ କରାଯାଇଛି ଯେ ନିହାତି ଜରୁରୀ ଥିଲେ ଲୋକେ ବ୍ୟାଙ୍କକୁ ଆସନ୍ତୁ। ନହେଲେ ମୋବାଇଲ୍ ଓ ଅନ୍‌ଲାଇନ୍ ଜରିଆରେ ଟ୍ରାଞ୍ଜାକ୍ସନ୍ କରନ୍ତୁ।

ସଂଘ କହିଛି, ଆମେ ଅନଲାଇନର ଆବେଦନ ଗୁଡ଼ିକୁ ଦିନ ତମାମ ଲାଗି କ୍ଲିୟର କରୁଛୁ। ଆପଣମାନଙ୍କ ଭଳି ବ୍ୟାଙ୍କ କର୍ମଚାରୀ ମଧ୍ୟ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ଆଜି ଠାରୁ ବ୍ୟାଙ୍କଗୁଡ଼ିକ ମୁଖ୍ୟତଃ ୪ଟି ଦିଗ ଉପରେ ଗୁରୁତ୍ୱ ଦେବେ। ଜମା ଓ ଉଠାଣ, କ୍ଲିୟରିଂ ଚେକ୍, ରେମିଟାନ୍ସ ଓ ସରକାରୀ ଟ୍ରାଞ୍ଜାକ୍ସନ୍।

ସୂଚନାଯୋଗ୍ୟ, ପୂରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୮ରେ ପହଞ୍ଚିଥିବା ବେଳେ ୯୭ ହଜାର ୬୩୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ଏହା ଜନିତ ମୃତ୍ୟୁସଂଖ୍ୟା ୧୪ ହଜାର ୬୧୧ରେ ପହଞ୍ଚିଛି। ତେବେ ଏହାକୁ ଦେଖି ଅନ୍ୟମାନେ ଡରିବା ଉଚିତ୍ ନୁହେଁ। ତା’ବଦଳରେ ସତର୍କ ରହିବା ଉଚିତ୍‌। କାରଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆରୋଗ୍ୟ ହେଉଥିବା ଲୋକଙ୍କ ହାର ୮୭% ରହିଛି। ଭାରତରେ ୩୬୭ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ଇଟାଲୀ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଏଠାରେ ମୃତ୍ୟୁସଂଖ୍ୟା ୫,୪୭୬ରେ ପହଞ୍ଚି ଯାଇଛି। ଚୀନରେ ୩,୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ପେନରେ ୧,୭୫୬, ଇରାନରେ ୧,୬୮୫, ଫ୍ରାନ୍ସରେ ୬୭୪, ଆମେରିକାରେ ୪୧୪ ଓ ଇଂଲଣ୍ଡରେ ୨୮୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related story