କରୋନା: ମୋଦିଜୀ ସହଯୋଗ କର, ଜାପାନ ଜାହାଜରୁ ଆସିଲା ଭାରତୀୟଙ୍କ ନିବେଦନ

ଟୋକିଓ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଜାପାନରେ ବ୍ୟାପିବା ଆରମ୍ଭ କରିଛି। ଏହି କାରଣରୁ ଫେବୃଆରୀ ୫ରୁ ଜାପାନରେ ଏକ ପୋର୍ଟରେ ଅତ୍ୟାଧୁନିକ ଜାହାଜକୁ ସମସ୍ତଙ୍କ ଠାରୁ ଅଲଗା କରି ରଖାଯାଇଛି। ଏହି ଜାହାଜରେ ହଜାର ହଜାର ଲୋକଙ୍କ ମଧ୍ୟରେ ଶତାଧିକ ଭାରତୀୟ ମଧ୍ୟ ରହିଛନ୍ତି। ଏମାନଙ୍କୁ କୌଣସି ପ୍ରକାରର ସହଯୋଗ ମିଳୁନାହିଁ। ଫଳରେ ଜାହାଜ ମଧ୍ୟରେ ସେମାନେ ଏବେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଏଥିପାଇଁ ଜାହାଜରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ed

Hemant Lenka
  • Published: Monday, 10 February 2020
  • , Updated: 10 February 2020, 05:31 PM IST

ଟୋକିଓ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଜାପାନରେ ବ୍ୟାପିବା ଆରମ୍ଭ କରିଛି। ଏହି କାରଣରୁ ଫେବୃଆରୀ ୫ରୁ ଜାପାନରେ ଏକ ପୋର୍ଟରେ ଅତ୍ୟାଧୁନିକ ଜାହାଜକୁ ସମସ୍ତଙ୍କ ଠାରୁ ଅଲଗା କରି ରଖାଯାଇଛି। ଏହି ଜାହାଜରେ ହଜାର ହଜାର ଲୋକଙ୍କ ମଧ୍ୟରେ ଶତାଧିକ ଭାରତୀୟ ମଧ୍ୟ ରହିଛନ୍ତି।

ଏମାନଙ୍କୁ କୌଣସି ପ୍ରକାରର ସହଯୋଗ ମିଳୁନାହିଁ। ଫଳରେ ଜାହାଜ ମଧ୍ୟରେ ସେମାନେ ଏବେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଏଥିପାଇଁ ଜାହାଜରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୁରନ୍ତ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଡାଇମଣ୍ଡ ଏକ୍ସପ୍ରେସରେ ଥିବା ଭାରତୀୟଙ୍କ ମଧ୍ୟରୁ ୫ ଜଣ ଭିଡିଓ ଜାରି କରି ମୋଦିଜୀ ଆମକୁ ତୁରନ୍ତ ସାହାଯ୍ୟ କର ବୋଲି ଆକୁଳ ଭାବେ କହିଛନ୍ତି।

ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ଇତି ମଧ୍ୟରେ ଜାହାଜରେ ଥିବା ୬୬ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାରିଥିବା ଏହାର କ୍ୟାପ୍ଟେନ କହି ସାରିଲେଣି। ଜାହାଜରେ ୧୬୦ ଜଣ ଭାରତୀୟଙ୍କ ସମେତ ୩୭ ଶହ ଲୋକ ରହିଛନ୍ତି। ଏବେ ଆମର କ’ଣ ହେବ ବୋଲି ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରିଛନ୍ତି।

ଉତ୍ତର ବେଙ୍ଗଲର ବିନୟ କୁମାର ସରକାର ଜାହାଜରେ ମୁଖ୍ୟ ରୋଷେଆ ଭାବେ କାର୍ଯ୍ୟ କରନ୍ତି। ସେ ଏକ ଭିଡିଓ ଜାରି କରି ଭାରତ ସରକାରଙ୍କୁ ସହଯୋଗ ଭିକ୍ଷା କରିଛନ୍ତି। ଜାହାଜ ମଧ୍ୟରେ ସେ ରେକର୍ଡ କରିଥିବା ଭିଡିଓରେ କହିଛନ୍ତି ଯେ “ଆମେ କରୋନା ଭାଇରସରେ ଆକ୍ରାନ୍ତ କି ନାହିଁ, ସେକଥା ଏଯାଏ କେହି ବି ପରୀକ୍ଷା କରିନାହାନ୍ତି।

ଆମକୁ ଯଥାଶୀଘ୍ର ଯେମିତି ହେଲେ ବି ବଞ୍ଚାଇ ଦିଅନ୍ତୁ। ଆମ ସହ ଯେ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ। ମୁଁ ଭାରତ ସରକାର ଓ ମୋଦିଜୀଙ୍କୁ ଏତିକି କହିବାକୁ ଚାହେଁ ଯେ ଆମକୁ ସୁରକ୍ଷିତ ଭାବେ ଆମ ଘରେ ପହଞ୍ଚାଇ ଦିଅନ୍ତୁ।” ଏହି ଭିଡିଓରେ ବିନୟଙ୍କ ସହ ଆଉ ୫ ଜଣ ବ୍ୟକ୍ତି ମାସ୍କ ଲଗାଇ ଛିଡ଼ା ହୋଇଛନ୍ତି। ସେ ଆମେରିକାକୁ ମଧ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ଡାଇମଣ୍ଡ ଏକ୍ସପ୍ରେସ ନାମକ ଏହି ଜାହାଜଟି ଜାପାନର ୟୋକୋହାମ ବନ୍ଦରରୁ ଜାନୁଆରୀ ୨୦ରେ ବାହାରିଥିଲା। ଜାନୁଆରୀ ୨୫ରେ ଏହି ଜାହାଜରୁ ହଂକଂଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିଲେ। ତେବେ ଏହି ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ଜାହାଜ ନିକଟରେ ଖବର ପହଞ୍ଚିଥିଲା। ଗତ ସୋମବାର ଏହା ଜାପାନ ଉପକୂଳରେ ପହଞ୍ଚିଥିଲା।

ସେବେଠାରୁ ଫେବୃଆରୀ ୧୯ ଯାଏ ଜାହାଜକୁ କରୋନା ଭାଇରସ ପରୀକ୍ଷା ନୀରିକ୍ଷା ପାଇଁ ଅଲଗା କରି ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ୩୫୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୦ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

Related story