ଆମେରିକା: ଭାରତୀୟ ଡାକ୍ତରଙ୍କୁ ଛୁରି ଭୁଷି ହତ୍ୟା

ୱାସିଂଟନ: ଆମେରିକାରେ ଜଣେ ଭାରତୀୟ ଡାକ୍ତରଙ୍କୁ ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ପ୍ରବାସୀ ଭାରତୀୟଙ୍କୁ ଗିରଫ କରିଛି ପୋଲିସ। ଘଟଣାଟି ଘଟିଛି କାନସାସ ପ୍ରଦେଶରେ। ମୃତ ଡାକ୍ତର ହେଲେ ଅଚ୍ୟୁତ ରେଡ୍ଡୀ। ତାଙ୍କ ଘର ତେଲେଙ୍ଗାନାରେ। ସେ କାନସାସାରେ ଜଣେ ମାନସିକ ରୋଗ ବିଶେଷଜ୍ଞ ଭାବେ କାମ କରୁଥିଲେ। ତାଙ୍କ ପାଖରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ହିଁ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି। ତାଙ୍କ କ୍ଲିନିକରେ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 08:43 PM IST

ୱାସିଂଟନ: ଆମେରିକାରେ ଜଣେ ଭାରତୀୟ ଡାକ୍ତରଙ୍କୁ ଛୁରି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ପ୍ରବାସୀ ଭାରତୀୟଙ୍କୁ ଗିରଫ କରିଛି ପୋଲିସ। ଘଟଣାଟି ଘଟିଛି କାନସାସ ପ୍ରଦେଶରେ। ମୃତ ଡାକ୍ତର ହେଲେ ଅଚ୍ୟୁତ ରେଡ୍ଡୀ। ତାଙ୍କ ଘର ତେଲେଙ୍ଗାନାରେ। ସେ କାନସାସାରେ ଜଣେ ମାନସିକ ରୋଗ ବିଶେଷଜ୍ଞ ଭାବେ କାମ କରୁଥିଲେ।

ତାଙ୍କ ପାଖରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ହିଁ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି। ତାଙ୍କ କ୍ଲିନିକରେ ହିଁ ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣକାରୀ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉମର ରଶିଦ ଦତ୍ତ। ହତ୍ୟା କରିବା ପରେ ସେ ୱିଚିଟା କାଉଣ୍ଟି କ୍ଲବକୁ ଯାଇ ସେଠାରେ ବସିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଛି।

ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related story