‘ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଭାରତୀୟ ଦୂତାବାସ’

ନୂଆଦିଲ୍ଲୀ: ଚୀନରେ ବ୍ୟାପିଥିବା ଘାତକ କୋରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାପ୍ରକଟ କରିଛି। ଏଯାବତ ୫୬ ଲୋକଙ୍କ ଜୀବନ ଏହି ଭାଇରସ ନେଇଛି। ୨ ହଜାର ଲୋକ ଏହି ଭାଇରସର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏ ନେଇ କହିଛନ୍ତି, ଚୀନରେ ଥିବା ଭାରତୀୟ ଦୂତାବାସ କୋରୋନା ଭାଇରସ ଉପରେ ନଜର ରଖିଛି। ସେଠାରେ ଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଭାରତୀୟ ଦୂତାବାସ ନଜର ରଖିଛି। ଲୋକଙ୍କୁ ସହଯୋଗ […]

s-jayshankar

s-jayshankar

Subhransu Sekhar
  • Published: Sunday, 26 January 2020
  • Updated: 26 January 2020, 03:07 PM IST

Sports

Latest News

ନୂଆଦିଲ୍ଲୀ: ଚୀନରେ ବ୍ୟାପିଥିବା ଘାତକ କୋରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାପ୍ରକଟ କରିଛି। ଏଯାବତ ୫୬ ଲୋକଙ୍କ ଜୀବନ ଏହି ଭାଇରସ ନେଇଛି। ୨ ହଜାର ଲୋକ ଏହି ଭାଇରସର ଶିକାର ହୋଇ ଚିକିତ୍ସାଧୀନ ରହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏ ନେଇ କହିଛନ୍ତି, ଚୀନରେ ଥିବା ଭାରତୀୟ ଦୂତାବାସ କୋରୋନା ଭାଇରସ ଉପରେ ନଜର ରଖିଛି। ସେଠାରେ ଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଭାରତୀୟ ଦୂତାବାସ ନଜର ରଖିଛି। ଲୋକଙ୍କୁ ସହଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଦୁଇଟି ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରାଯାଇଛି।

https://twitter.com/DrSJaishankar/status/1221246515751972865

କୋରୋନା ଭାଇରସ ପ୍ରଭାବରେ ଥଣ୍ଡା-କାଶ ହୋଇଥାଏ। ହେଲେ ଏହା ଯଦି ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ)ର ଲକ୍ଷଣ ଭିତରକୁ ଆସିବ ତା’ହେଲେ ଏହା ଘାତକ ସାଜିଥାଏ। ୨୦୦୨-୦୩ରେ ଚୀନ ଏବଂ ହଙ୍ଗକଙ୍ଗରେ ପାଖାପାଖି ୬୫୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏହି କୋରୋନା ଭାଇରସ ପାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos