ପାକ୍‌ ପଟୁ ଅନଧିକାର ପ୍ରବେଶ କରିଥିବା ବିମାନକୁ ଅବତରଣ କରିବାକୁ ବାଧ୍ୟ କଲା ବାୟୁସେନା

ନୂଆଦିଲ୍ଲୀ: ବାୟୁସୀମା ଉଲ୍ଲଙ୍ଘନ କରି ପାକିସ୍ତାନରୁ ଭାରତରେ ଜୋରଜବରଦସ୍ତି ପ୍ରବେଶ କରୁଥିବା ଜର୍ଜିଆର ଏକ ବିମାନକୁ ଭାରତୀୟ ବାୟୁସେନା କାବୁ କରିଛନ୍ତି। ବିମାନଟି ପ୍ରଥମେ ବାୟୁସେନାର କଥା ନମାନି ଦିଲ୍ଲୀ ଅଭିମୁଖେ ଯାଉଥିଲା। କିନ୍ତୁ ଭାରତୀୟ ବାୟୁସେନାର ବିମାନ ଗୁଡ଼ିକ ଆକ୍ରମଣାତ୍ମକ ମୁଦ୍ରାକୁ ଚାଲି ଆସିବାରୁ ବିମାନଟି ବାଧ୍ୟ ହୋଇ ବୋଲ ମାନିଥିଲା ଏବଂ ଶେଷରେ ଏହା ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଜର୍ଜିଆର ଏହି ଏନ୍‌-୧୨ କାରଗୋ ବିମାନଟି ସର୍ବଦା ଜର୍ଜିଆର ରାଜଧାନୀ […]

iaf

Hemant Lenka
  • Published: Friday, 10 May 2019
  • , Updated: 10 May 2019, 09:44 PM IST

ନୂଆଦିଲ୍ଲୀ: ବାୟୁସୀମା ଉଲ୍ଲଙ୍ଘନ କରି ପାକିସ୍ତାନରୁ ଭାରତରେ ଜୋରଜବରଦସ୍ତି ପ୍ରବେଶ କରୁଥିବା ଜର୍ଜିଆର ଏକ ବିମାନକୁ ଭାରତୀୟ ବାୟୁସେନା କାବୁ କରିଛନ୍ତି। ବିମାନଟି ପ୍ରଥମେ ବାୟୁସେନାର କଥା ନମାନି ଦିଲ୍ଲୀ ଅଭିମୁଖେ ଯାଉଥିଲା। କିନ୍ତୁ ଭାରତୀୟ ବାୟୁସେନାର ବିମାନ ଗୁଡ଼ିକ ଆକ୍ରମଣାତ୍ମକ ମୁଦ୍ରାକୁ ଚାଲି ଆସିବାରୁ ବିମାନଟି ବାଧ୍ୟ ହୋଇ ବୋଲ ମାନିଥିଲା ଏବଂ ଶେଷରେ ଏହା ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।

ଜର୍ଜିଆର ଏହି ଏନ୍‌-୧୨ କାରଗୋ ବିମାନଟି ସର୍ବଦା ଜର୍ଜିଆର ରାଜଧାନୀ ତିବିଲିସିରୁ ପାକିସ୍ତାନର କରାଚି ଦେଇ ଦିଲ୍ଲୀ ଆସିଥାଏ। କିନ୍ତୁ ଆଜି ଅପରାହ୍ନ ପ୍ରାୟ ୩.୧୫ରେ ବିମାନଟି କୌଣସି ପୂର୍ବ ସୂଚନା ନ ଦେଇ ହଠାତ୍‌ ପାକିସ୍ତାନରୁ ସିଧାସଳଖ ଉତ୍ତର ଗୁଜରାଟ ଦେଇ ଭାରତର ବାୟୁସୀମାରେ ପ୍ରବେଶ କରିଥିଲା। ବାୟୁସେନାର ଗୁରୁତ୍ୱପୂର୍ଣ୍ଣ କଚ୍ଛ ଅଫ ରନ୍ନ ଏୟାରବେସ୍‌ ଠାରୁ ଏହା ୭୦ କିମି ଦୂରରେ ରହିଥିଲା। ଏହି ରୁଟରେ କୌଣସି ବିମାନ ଯିବା ଆସିବାର ନିୟମ ନାହିଁ ତଥାପି ଏନ୍‌-୧୨ ପାକିସ୍ତାନରୁ ସିଧା ଏହି ଅଞ୍ଚଳରେ ପ୍ରବେଶ କରିଥିଲା। ବିମାନଟି ଏୟାର ଟ୍ରାଫିକ ସର୍ଭିସ(ଏଟିଏସ୍‌)କୁ ପାଳନ କରି ନଥିଲା।

ସେହିପରି ୨୭ ହଜାର ଫୁଟ ଉପରେ ଥିବା ଏହି ବିମାନ ସହ ରେଡିଓ ସିଗନାଲ୍‌ ଜରିଆରେ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ହେଁ ଏହା କୌଣସି ଉତ୍ତର ଦେଇ ନଥିଲା। ଏଭଳି ପରିସ୍ଥିତିରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇକୁ ଏହାର ମୁକାବିଲା କରିବା ପାଇଁ ପଠା ଯାଇଥିଲା। ସୁଖୋଇର ଆକ୍ରମଣାତ୍ମକ ମୁଦ୍ରା ଦେଖି ଶେଷରେ ବିମାନଟି ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲା। ଏବେ ଭାରତୀୟ ସୁରକ୍ଷା ଅଧିକାରୀମାନେ ବିମାନର ପାଇଲଟ୍‌ ଏବଂ କ୍ରୁ'ଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଇସ୍‌ଲାମାବାଦ୍‌ରୁ ସିଧା ସଳଖ ଏକ ବିମାନ ନିୟମ ଭାଙ୍ଗି ଭାରତର ବାୟୁସୀମାରେ ପ୍ରବେଶ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ଥିଲା କି ନାହିଁ, ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Related story