ତିନୋଟି ଦେଶରେ ଖୋଲିବ ଭାରତୀୟ ମିଶନ

ନୂଆଦିଲ୍ଲୀ: ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାରେ ଭାରତୀୟ ମିଶନ ଖୋଲିବ। କେନ୍ଦ୍ର କ୍ୟାବିନେଟରେ ଆଗତ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଦେଶ ଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲିବା ପରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୀତିକ ସମ୍ପର୍କ ବଢ଼ିବ, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା ମଜବୁତ କରିବା ସହ ରାଜନୀତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ। ଏହାଦ୍ୱାରା ଏହି ତିନି ଦେଶରେ ରହୁଥିବା ଭାରତୀୟ […]

Mission-India

Mission-India

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 08:55 PM IST

Sports

Latest News

ନୂଆଦିଲ୍ଲୀ: ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାରେ ଭାରତୀୟ ମିଶନ ଖୋଲିବ। କେନ୍ଦ୍ର କ୍ୟାବିନେଟରେ ଆଗତ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଦେଶ ଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲିବା ପରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୀତିକ ସମ୍ପର୍କ ବଢ଼ିବ, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା ମଜବୁତ କରିବା ସହ ରାଜନୀତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ।

ଏହାଦ୍ୱାରା ଏହି ତିନି ଦେଶରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି  ଉନ୍ନତ ଢଙ୍ଗରେ ସହାୟତା କରିପାରିବ।

 ଏହି ତିନୋଟି ନୂତନ ଭାରତୀୟ ମିଶନ ଖୋଲିବାର ଏହି ନିଷ୍ପତ୍ତି ‘ସବକା ସାଥ ସବକା ବିକାଶ’ ବା ଉନ୍ନତି ଏବଂ ବିକାଶକୁ ନେଇ ଆମର ଜାତୀୟ ପ୍ରାଥମିକତାକୁ ପ୍ରାପ୍ତି ଦିଗରେ ଏକ ଭବିଷ୍ୟଗାମୀ ପଦକ୍ଷେପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos