ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ 'ସମୁଦ୍ର ସେତୁ' ଅଭିଯାନ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ। ପରେ ମାଳଦୀପର ମାଲେରୁ ଆଉ ୭୦୦ ଭାରତୀୟଙ୍କୁ ତୁତିକୋରିନକୁ ଆଣିବ। ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା ୧,୪୮୮ ଭାରତୀୟଙ୍କୁ ମାଲେରୁ କୋଚି ଆଣିଥିଲା । ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ […]

Samudra Setu

Subhransu Sekhar
  • Published: Saturday, 30 May 2020
  • , Updated: 30 May 2020, 09:37 PM IST

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ। ପରେ ମାଳଦୀପର ମାଲେରୁ ଆଉ ୭୦୦ ଭାରତୀୟଙ୍କୁ ତୁତିକୋରିନକୁ ଆଣିବ।

ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା ୧,୪୮୮ ଭାରତୀୟଙ୍କୁ ମାଲେରୁ କୋଚି ଆଣିଥିଲା । ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସିବାକୁ ଥିବା ନାଗରିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି। ଜାହାଜରେ ଆସୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ଦୂରତ୍ଵ ନିୟମ ମାନିବା ସହ ସେମାନଙ୍କୁ ଯାତ୍ରାକାଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ତୁତିକୋରିନରେ ଓହ୍ଲାଇବା ପରେ ସେଠାରୁ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ମାଲିକାନାରେ ଛଡାଯିବ। ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ସମନ୍ଵୟରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି।

Related story