ଆହୁରି ଶକ୍ତିଶାଳୀ ହେଲା ନୌସେନା: ଆସିଗଲା ବୁଡ଼ାଜାହାଜ ୱାଗିର୍

ମୁମ୍ବାଇ: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। ଶତ୍ରୁ ପକ୍ଷର ରାଡାରକୁ ମାତ୍‌ ଦେବାର କ୍ଷମତା ରଖିଥିବା ଅତ୍ୟାଧୁନିକ ବୁଡ଼ା ଜାହାଜ ୱାଗିର ଆଜି ନୌସେନାରେ ସାମିଲ ହୋଇଛି। ଦକ୍ଷିଣ ମୁମ୍ବାଇର ମାଜାଗାଓଁ ସ୍ଥିତ ନୌସେନା ଡକୟାର୍ଡରେ ଏହି ପଞ୍ଚମ ‘ସ୍କର୍ପିନ୍‌’ ବୁଡ଼ାଜାହାଜ ‘ୱାଗିର୍‌’ର ଜଳାବତରଣ ହୋଇଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ବୁଡ଼ାଜାହାଜକୁ ବିଦ୍ଧିବଧ ଭାବେ ନୌସେନାରେ ସାମିଲ କରିଛନ୍ତି। ଭାରତରେ ନିର୍ମାଣ ହେଉଥିବା ଛଅଟି କଲବରୀ ଶ୍ରେଣୀୟ ବୁଡ଼ାଜାହାଜ […]

fd

Hemant Lenka
  • Published: Thursday, 12 November 2020
  • , Updated: 12 November 2020, 08:52 PM IST

ମୁମ୍ବାଇ: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। ଶତ୍ରୁ ପକ୍ଷର ରାଡାରକୁ ମାତ୍‌ ଦେବାର କ୍ଷମତା ରଖିଥିବା ଅତ୍ୟାଧୁନିକ ବୁଡ଼ା ଜାହାଜ ୱାଗିର ଆଜି ନୌସେନାରେ ସାମିଲ ହୋଇଛି। ଦକ୍ଷିଣ ମୁମ୍ବାଇର ମାଜାଗାଓଁ ସ୍ଥିତ ନୌସେନା ଡକୟାର୍ଡରେ ଏହି ପଞ୍ଚମ ‘ସ୍କର୍ପିନ୍‌’ ବୁଡ଼ାଜାହାଜ ‘ୱାଗିର୍‌’ର ଜଳାବତରଣ ହୋଇଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ବୁଡ଼ାଜାହାଜକୁ ବିଦ୍ଧିବଧ ଭାବେ ନୌସେନାରେ ସାମିଲ କରିଛନ୍ତି।

ଭାରତରେ ନିର୍ମାଣ ହେଉଥିବା ଛଅଟି କଲବରୀ ଶ୍ରେଣୀୟ ବୁଡ଼ାଜାହାଜ ମଧ୍ୟରୁ ୱାଗିର ଅନ୍ୟତମ। ଏହାର ଡିଜାଇନ୍‌ ଫ୍ରାନ୍ସ ‌ନୌପ୍ରତିରକ୍ଷା ଓ ଶକ୍ତି ପ୍ରତିଷ୍ଠାନ ଡିସିଏନ୍‌ଏସ୍ କରିଛି। ଭାରତୀୟ ନୌସେନାର ପ୍ରକଳ୍ପ-୭୫ର ଅଂଶବିଶେଷ ଭାବେ ଏହାକୁ ନିର୍ମାଣ କରାଯାଇଛି।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏହି ବୁଡ଼ାଜାହାଜ ଜଳସ୍ତର ଉପରି ଭାଗରେ ଓ ଜଳ ଭିତରେ ହେବାକୁ ଥିବା ଯୁଦ୍ଧ ସମୟରେ ବେଶ ସହଜରେ ଶତ୍ରୁ ପକ୍ଷଙ୍କୁ ମାତ ଦେଇପାରିବ। ୱାଗିର ଦ୍ୱାରା ସାଙ୍କେତିକ ସୂଚନା ସଂଗ୍ରହ, ମାଇନ୍‌ ବିଛାଇବା ଓ ଯେ‌କୌଣସି ଅଞ୍ଚଳ ଉପରେ ବେଶ ସହଜରେ ଦୃଷ୍ଟି ରଖାଯାଇ ପାରିବ।

ଶତ୍ରୁ ପକ୍ଷର ରାଡାର୍‌ରୁ ବର୍ତ୍ତିବା ପାଇଁ ଏଥିରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାୟର ବ୍ୟବହାର ମଧ୍ୟ କରାଯାଇଛି। ଭାରତ ମହାସାଗରରେ ଦେଖାଯାଉଥିବା ଶିକାରୀ ମାଛ ‘ୱାଗିର୍‌’ର ନାଁ ଅନୁସାରେ ଏହି ବୁଡ଼ାଜାହାଜର ନାମକରଣ କରାଯାଇଛି। ରୁଷ୍‌ରୁ ଆସିଥିବା ପ୍ରଥମ ‘ୱାଗିର୍‌’ ବୁଡ଼ାଜାହାଜ ୧୯୭୩ ମସିହା ଡିସେମ୍ବର ୩ ତାରିଖରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ପ୍ରାୟ ତିନି ଦଶନ୍ଧି ଧରି ଦେଶର ସେବା କରିବା ପରେ ୨୦୦୧ ମସିହା ଜୁନ୍‌ ୭ ତାରିଖରେ ଏହା ସେନା ବାହିନୀରୁ ଅବସର ନେଇଥିଲା।

ଏବେ ପୁଣିଥରେ ୱାଗିର ଭାରତୀୟ ନୌସେନାରେ ସାମିଲ ହୋଇଛି। ୱାଗିରର ବିଶେଷ୍ୱତ ହେଲା ଶତ୍ରୁ ପକ୍ଷର ରାଡାର ବର୍ତ୍ତିବା ପାଇଁ ଏହାର ଶବ୍ଦକୁ କମ କରିଯାଇଛି। ଏଥି ପାଇଁ ସ୍ୱତନ୍ତ୍ର ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଜଳପଥରେ ଦ୍ରୁତଗତିରେ ଯିବା ଆସିବା କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଏଥିରେ ରହିଛି।

ଏହି ୱାଗିର ବୁଡ଼ାଜାହାଜ ଜରିଆରେ ଭାରତୀୟ ଯବାନମାନେ ଶତ୍ରୁପକ୍ଷ ଉପରେ ଅସ୍ତ୍ରଶସ୍ତ୍ର ମଧ୍ୟ ମାଡ଼ କରିପାରିବେ। ବୁଡ଼ାଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖିଥିବା ମିସାଇଲକୁ ମଧ୍ୟ ଏହା ଜରିଆରେ ଉତକ୍ଷେପଣ କରାଯାଇ ପାରିବ।

Related story