ଆଉ ପାଦେ ଆଗେଇଲା ଭାରତୀୟ ରେଳ

ନୂଆଦିଲ୍ଲୀ: ଦେଶରେ ରେଳ ସେବା ଆଉ ପାଦେ ଆଗକୁ ଯାଇଛି। ଏବେ ବିନା ଡିଜେଲ, ବିଦ୍ୟୁତରେ ଗଡ଼ିବ ଟ୍ରେନ। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରଥମେ କୋଇଲା, ପରେ ଡିଜେଲ ଆଉ ଏବେ ବିଦ୍ୟୁତରେ ଚାଲୁଛି ଟ୍ରେନ୍। ଏବେ କିନ୍ତୁ ବିନା ଡିଜେଲ ଏବଂ ବିଦ୍ୟୁତରେ ଟ୍ରେନ ଗଡ଼ିବ ବୋଲି ଜଣାପଡ଼ିଛି। ଭାରତୀୟ ରେଳ ବିଭାଗ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ […]

Indian railway ran a train without diesel and electricity

Indian railway ran a train without diesel and electricity

Subhransu Sekhar
  • Published: Thursday, 09 July 2020
  • Updated: 09 July 2020, 08:45 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ରେଳ ସେବା ଆଉ ପାଦେ ଆଗକୁ ଯାଇଛି। ଏବେ ବିନା ଡିଜେଲ, ବିଦ୍ୟୁତରେ ଗଡ଼ିବ ଟ୍ରେନ। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରଥମେ କୋଇଲା, ପରେ ଡିଜେଲ ଆଉ ଏବେ ବିଦ୍ୟୁତରେ ଚାଲୁଛି ଟ୍ରେନ୍। ଏବେ କିନ୍ତୁ ବିନା ଡିଜେଲ ଏବଂ ବିଦ୍ୟୁତରେ ଟ୍ରେନ ଗଡ଼ିବ ବୋଲି ଜଣାପଡ଼ିଛି।

ଭାରତୀୟ ରେଳ ବିଭାଗ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ଗଡ଼ିବ ବ୍ୟାଟେରୀ ଚାଳିତ ଟ୍ରେନ୍।

ବିଦ୍ୟୁତ ଓ ଡିଜେଲକୁ ବଞ୍ଚାଇବା ପାଇଁ ଏପରି ବ୍ୟାଟେରୀ ଚାଳିତ ଇଞ୍ଜିନ ପ୍ରସ୍ତୁତ କରାଯାଇଥିବା ରେଳ ବିଭାଗ କହିଛି। ଏହି ବ୍ୟାଟେରୀ ଚାଳିତ ଇଞ୍ଜିନ ଡୁଆଲ୍-ମୋଡ୍ ରହିଥିବା ସୂଚନା ରହିଛି। ଏହି ଇଞ୍ଜିନର ନାମ ‘ନବଦୂତ’ ରହିଛି। ଏହାର ନିର୍ମାଣ ଓ୍ୱେଷ୍ଟ ସେଣ୍ଟ୍ରାଲରେ ତିଆରି ହୋଇଛି। ଏହାର ପରୀକ୍ଷଣ ମଧ୍ୟ ସଫଳ ହୋଇଛି। ବ୍ୟାଟେରୀରୁ ଏହି ଇଞ୍ଜିନ ଚାଲିବା ଦ୍ୱାରା ପରିବେଶ ସଂରକ୍ଷଣ ହେବ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି।

ରେଳମନ୍ତ୍ରୀ ପିୟୂଷ ଗୋଏଲ୍ ମଧ୍ୟ ଟୁଇଟ୍ କରି କହିଛନ୍ତି, ବ୍ୟାଟେରୀରୁ ଅପରେଟ ହେଉଥିବା ଏହି ଇଞ୍ଜିନ୍ ଏକ ଉଜ୍ଜଳ ଭବିଷ୍ୟତର ସଙ୍କେତ ଦେଉଛି, ଯାହା ଡିଜେଲ୍ ସହ ବିଦେଶୀ ମୁଦ୍ରା ବିନିମୟ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ।

ନିକଟରେ ସୋଲାର ପାୱାରାରୁ ଇଲେକ୍ଟ୍ରିରୁ ଟ୍ରେନ୍ ଚଲାଇବା ନେଇ ରେଲୱେ କହିଥିଲା। ଏଥିପାଇଁ ମଧ୍ୟ ରେଲୱେର ସବୁ ପ୍ରସ୍ତୁତି ଶେଷ ହୋଇଛି। ମଧ୍ୟପ୍ରଦେଶର ରେଳ ବିଭାଗ ସୋଲାର୍ ପାୱାର ପ୍ଲାଣ୍ଟକୁ ପ୍ରସ୍ତୁତ କରିଛି, ଯେଉଁଥିରୁ ୧.୭ ମେଗା ୱାଟରୁ ବିଜୁଳି ଉତ୍ପନ୍ନ ହେବ ଏବଂ ସିଧା ଟ୍ରେନର ଓଭର୍ ହେଡ୍ ପର୍ଯ୍ୟନ୍ତ ପହଞ୍ଚିବ। ଏହା ପୂର୍ବରୁ କୌଣସି ଦେଶ ରେଲୱେକୁ ସୌରଚାଳିତ କରି ନାହାନ୍ତି।

ଗତ ସପ୍ତାହରେ ରେଳ ବିଭାଗ ୨.୮ କିଲୋମିଟର ମାଲବାହୀ ଟ୍ରେନକୁ ଟ୍ରାକରେ ଚଳାଇ ଇତିହାସ ରଚିଥିଲା। ରେଲୱେ ଏହି ଟ୍ରେନକୁ ‘ଶେଷନାଗ’ ନାମକରଣ ଦେଇଥିଲା। ଏହି ଟ୍ରେନରେ ୪ଟି ଇଞ୍ଜିନ୍ ଲଗାଯାଇଥିଲା। ଏହି ଟ୍ରେନରେ ୨୫୧ଟି ବଗି ରହିଛି। ଏହା ପୂର୍ବରୁ ରେଲୱେ ୨ କିଲୋମିଟର୍ ଲମ୍ବା ସୁପର୍ ଆନାକୋଣ୍ଡାକୁ ଚଲାଇଥିଲା, ଯେଉଁଥିରେ ୬୦୦୦ ହର୍ସପାୱାର୍ କ୍ଷମତା ବିଶିଷ୍ଟ ୩ଟି ଇଞ୍ଜିନ୍ ଲଗାଯାଇଥିଲା। ଏହି ଟ୍ରେନରେ ୧୭୭ ଲୋଡେଡ୍ ବଗି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos