କରୋନା ଭ୍ୟାକସିନ ବାହାର କରିବା ପାଇଁ ଫୁଲଦମରେ ଲାଗିଛି ଭାରତ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରଭଳି ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଭାରତର ବୈଜ୍ଞାନିକମାନେ ମଧ୍ୟ ଫୁଲଦମରେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ୩୦ ପ୍ରକାରର ସମ୍ଭାବ୍ୟ ଭ୍ୟାକସିନ ଉପରେ ପରୀକ୍ଷା ନୀରିକ୍ଷା ଚାଲିଥିବା ଜଣାପଡ଼ିଛି। ସେହିପରି ଏହି ଭ୍ୟାକସିନଗୁଡ଼ିକ ମଧ୍ୟରୁ କିଛି ଟ୍ରାଏଲ ଷ୍ଟେଜରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଔଷଧ, ଭ୍ୟାକସିନ ଓ ଟେଷ୍ଟିଂ ପାଇଁ ଗଠିତ ଟ୍ୟାକ୍ସଫୋର୍ସ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକ ବେଳେ ଭାରତ ମଧ୍ୟ […]

u

Hemant Lenka
  • Published: Wednesday, 06 May 2020
  • , Updated: 06 May 2020, 08:25 PM IST

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରଭଳି ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଭାରତର ବୈଜ୍ଞାନିକମାନେ ମଧ୍ୟ ଫୁଲଦମରେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ୩୦ ପ୍ରକାରର ସମ୍ଭାବ୍ୟ ଭ୍ୟାକସିନ ଉପରେ ପରୀକ୍ଷା ନୀରିକ୍ଷା ଚାଲିଥିବା ଜଣାପଡ଼ିଛି।

ସେହିପରି ଏହି ଭ୍ୟାକସିନଗୁଡ଼ିକ ମଧ୍ୟରୁ କିଛି ଟ୍ରାଏଲ ଷ୍ଟେଜରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଔଷଧ, ଭ୍ୟାକସିନ ଓ ଟେଷ୍ଟିଂ ପାଇଁ ଗଠିତ ଟ୍ୟାକ୍ସଫୋର୍ସ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକ ବେଳେ ଭାରତ ମଧ୍ୟ କରୋନା ଭ୍ୟାକସିନ ବାହାର କରିବା ଦିଗରେ ଜୋରାଦାର ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି।

ପ୍ରଥମତଃ ବୈଜ୍ଞାନିକମାନେ ଦେଶରେ ପୂର୍ବରୁ ଅନ୍ୟ ରୋଗ ପାଇଁ ଉପଲବ୍ଧ ଥିବା ଔଷଧଗୁଡ଼ିକୁ କରୋନା ଭାଇରସ ଉପରେ ପରୀକ୍ଷାନୀରିକ୍ଷା କରୁଛନ୍ତି। ଏହି ଶ୍ରେଣୀରେ ୪ଟି ଔଷଧ ରହିଛି। ଦ୍ୱିତୀୟରେ ବିଭିନ୍ନ ଉଦ୍ଭିଦରୁ ଆଣ୍ଟି ଭାଇରାଲ ଡ୍ରଗ୍ସ ତିଆରି କରିବା ପାଇଁ ଉଦ୍ୟମ ଚାଲିଛି। ତୃତୀୟରେ ବୈଜ୍ଞାନିକମାନେ ନୂଆ ଔଷଧ ତିଆରି କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି।

ସେହିପରି ଟେଷ୍ଟିଂ ବ୍ୟବସ୍ଥା ପାଇଁ ବିଭିନ୍ନ ଗବେଷଣା ସଂସ୍ଥା ଓ ଷ୍ଟାର୍ଟ ଅପ ପକ୍ଷରୁ ଆରଟି ପିସିଆର ଏବଂ ଆଣ୍ଟିବଡି ଭାଇରସ ଚିହ୍ନଟ ପାଇଁ ସରଞ୍ଜାମ ବାହାର କରିବା ପାଇଁ ଲାଗିପଡ଼ିଛନ୍ତି। ଦେଶରେ ଟେଷ୍ଟିଂ ସଂଖ୍ୟାକୁ ବଢ଼ାଇବା ଦିଗରେ ମଧ୍ୟ ଜୋରଦାର ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

Related story