ସାହାଯ୍ୟ ପାଇଁ ସିରିଆରେ ପହଞ୍ଚିଲେ ଭାରତୀୟ ଶିଖ୍‌

ଗତ କିଛିଦିନ ଧରି ସୋସିଆଲ୍ ମିଡ଼ିଆରେ ସିରିଆ ସଙ୍କଟର ଖୁବ୍ ଚର୍ଚ୍ଚା। ଭାରତ ସହ ବିଶ୍ୱର ସବୁ ଦେଶର ଲୋକେ ସୋସିଆଲ୍ ମିଡ଼ିଆରେ ସିରିଆ ସହ ସଂପୃକ୍ତ ଫଟୋ ଓ ଭିଡ଼ିଓ ଶେୟାର କରି ସେଠାର ଲୋକଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖ୍ ସଂପ୍ରଦାୟର କିଛି ଲୋକ ସିରିଆର ନାଗରିକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବାସ୍ତବିକ୍‌ ଏହି ସବୁ ଭଲାଣ୍ଟିୟର୍ସ ‘ଖାଲସା ଏଡ୍’ ସଂସ୍ଥା ସହ […]

kkkkkkkk

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 03:05 PM IST

ଗତ କିଛିଦିନ ଧରି ସୋସିଆଲ୍ ମିଡ଼ିଆରେ ସିରିଆ ସଙ୍କଟର ଖୁବ୍ ଚର୍ଚ୍ଚା। ଭାରତ ସହ ବିଶ୍ୱର ସବୁ ଦେଶର ଲୋକେ ସୋସିଆଲ୍ ମିଡ଼ିଆରେ ସିରିଆ ସହ ସଂପୃକ୍ତ ଫଟୋ ଓ ଭିଡ଼ିଓ ଶେୟାର କରି ସେଠାର ଲୋକଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖ୍ ସଂପ୍ରଦାୟର କିଛି ଲୋକ ସିରିଆର ନାଗରିକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି।

ବାସ୍ତବିକ୍‌ ଏହି ସବୁ ଭଲାଣ୍ଟିୟର୍ସ ‘ଖାଲସା ଏଡ୍’ ସଂସ୍ଥା ସହ ଜଡିତ। ଯାହାକି  ବ୍ରିଟେନ୍‌ର ଏକ ବଡ଼ ସଂସ୍ଥା।‘ଖାଲସା ଏଡ୍’ କଶ୍ମୀରର ବନ୍ୟା , ନେପାଳର ଭୂକମ୍ପ ସହ ବିଶ୍ୱ ସାରା ଅନେକ ଦେଶର ଲୋକଙ୍କୁ ବିପତ୍ତି ସମୟରେ ଯାଇ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥାଆନ୍ତି। ସେମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଜିନିଷ ଯୋଗାଇ ଦେଇଥାଆନ୍ତି।

ଏହି ସଂସ୍ଥା ୨୦୧୪ରୁ ସିରିଆର ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଯାଇ ସାହାଯ୍ୟ କରିଆସୁଛନ୍ତି। ମୁଖ୍ୟତଃ ସେଠାକୁ ଯାଇ ଛୋଟ ପିଲାଙ୍କୁ  ଖାଦ୍ୟ,ବସ୍ତ୍ର ଓ ଖେଳନା ଦିଅନ୍ତି। ଭୟାତୁର ପରିବେଶରୁ ସେମାନଙ୍କୁ ଉଦ୍ଧାର କରନ୍ତି। ୧୯୯୯ରେ କୋସଭୋରେ ଶରଣାର୍ଥିଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିବା ପରେ ଏହି ସଙ୍ଗଠନର ସିଇଓ ରବିନ୍ଦର ସିଂହ ଏକ ଏନଜିଓ ଖୋଲିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ବିଶ୍ୱର ଯେକୌଣସି କୋଣକୁ ଯାଇ ସଂଙ୍କଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବା। ଏବେ ସେଇ ଲକ୍ଷ୍ୟରେ ଆଗେଇ ଚାଲିଛି ଏହି ସଂସ୍ଥା।

Related story