ନୂଆଦିଲ୍ଲୀ: ସାରା ଦେଶରେ ଗତ ୨୪ ଘଣ୍ଟାରେ ୧,୩୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଭାରତରେ ମୋଟ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୦୦କୁ ଟପି ୧୬,୧୧୬ରେ ପହଞ୍ଚିଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା ୫୧୯କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳର ତଥ୍ୟ ଅନୁଯାୟୀ, ଅତି କମରେ ୨,୨୩୦ ଲୋକ ସଂକ୍ରମଣରୁ ମୁକ୍ତି ପାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଆରୋଗ୍ୟ ହାର ୧୪.୨% କୁ ବୃଦ୍ଧି ପାଇଛି। ଶନିବାର ଦିନ ୧୩.୮୫% ଏବଂ ଶୁକ୍ରବାର ୧୩% ଉନ୍ନତି ହୋଇଛି। ଦେଶରେ ବର୍ତ୍ତମାନ ୧୩,୨୯୫ ଆକ୍ଟିଭ୍ ଆକ୍ରାନ୍ତ ଥିବାବେଳେ ୨,୩୦୧ ରୋଗୀ ଡିସଚାର୍ଜ ହୋଇଛନ୍ତି କିମ୍ବା ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଜଣେ ରୋଗୀ ଦେଶରୁ ସ୍ଥାନାନ୍ତର ହୋଇଛନ୍ତି।
ଏତଦ୍ବ୍ୟତୀତ ୭୭ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାରତରେ କରୋନା ଜନିତ ମୃତ୍ୟୁହାର ପ୍ରାୟ ୩.୨% ଅଟେ। ଆହୁରି ମଧ୍ୟ ଦେଶରେ ୭୫୫ କୋଭିଡ୍-୧୯ ହସ୍ପିଟାଲ ଏବଂ ୧,୩୮୯ ସ୍ୱାସ୍ଥ୍ୟସେବା କେନ୍ଦ୍ର ଅଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ୨୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୪ଟି ଜିଲ୍ଲାରେ ଗତ ୧୪ଦିନ ମଧ୍ୟରେ କୌଣସି ଆକ୍ରାନ୍ତ ଚିହ୍ନଟ କରାଯାଇନାହିଁ।
ଆଇସିଏମଆର ଡକ୍ଟର ରମଣ ଆର୍ ଗଙ୍ଗାଖେଡ଼କର କହିଛନ୍ତି, “ଆମେ ଏପର୍ଯ୍ୟନ୍ତ ୩,୮୬,୭୯୧ ପରୀକ୍ଷା କରିଛୁ। ଗତକାଲି ୩୭,୧୭୩ଟି ପରୀକ୍ଷା କରାଯାଇଥିଲା, ଏଥିରୁ ୨୯,୨୮୭ ନମୁନା ଆଇସିଏମଆର ନେଟୱାର୍କର ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଘରୋଇ ଲ୍ୟାବରେ ୭,୮୮୬ଟିଟି ପରୀକ୍ଷା କରାଯାଇଥିଲା।”
ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ୩,୬୦୦ ରୁ ଅଧିକ ପଜିଟିଭ୍ ସହ ମହାରାଷ୍ଟ୍ର ସବୁଠାରୁ ଖରାପ ରାଜ୍ୟ ହୋଇ ରହିଛି। ରାଜ୍ୟରେ ମୋଟ ମାମଲା ୩,୬୫୧କୁ ବୃଦ୍ଧି ପାଇ ୨୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରୁ ୨,୧୧୦ରୁ ଅଧିକ ପଜିଟିଭ୍ କୋଭିଡ୍-୧୯ ଆକ୍ରାନ୍ତ ସହ ସର୍ବାଧିକ ମାମଲା ରିପୋର୍ଟ କରାଯାଇଥିଲା।
ଏହା ପଛକୁ ଦିଲ୍ଲୀରେ ବର୍ତ୍ତମାନ ୧,୮୯୩ ଆକ୍ରାନ୍ତ ରହିଛନ୍ତି ଏବଂ ୪୩ ଜଣଙ୍କ ଜୀବନ ଯାଇଛି। କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟାରେ ୧,୩୦୦ ମାର୍କ ଅତିକ୍ରମ କରିଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ ଏବଂ ରାଜସ୍ଥାନ। ୧୦୦୦ ମାର୍କ ଅତିକ୍ରମ କରିଥିବା ପରବର୍ତ୍ତୀ ରାଜ୍ୟ ଉତ୍ତରପ୍ରଦେଶ ରହିଛି।
ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ବ୍ୟତୀତ ଅନ୍ୟ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ହେଉଛି ଗୁଜରାଟ (୫୮), ତେଲେଙ୍ଗାନା (୧୮), ମଧ୍ୟପ୍ରଦେଶ (୭୦), ପଞ୍ଜାବ (୧୬), କର୍ଣ୍ଣାଟକ (୧୪), ପଶ୍ଚିମବଙ୍ଗ (୧୨), ଜାମ୍ମୁ କାଶ୍ମୀର (୫), ଉତ୍ତରପ୍ରଦେଶ (୧୭) କେରଳ (୩), ଝାରଖଣ୍ଡ (୨), ଆନ୍ଧ୍ରପ୍ରଦେଶ (୧୫) ରାଜସ୍ଥାନ (୧୧) ହରିୟାଣା (୩), ତାମିଲନାଡୁ (୧୫) ଏବଂ ବିହାର (୨), ମେଘାଳୟ, ଓଡ଼ିଶା, ଆସାମ, ହିମାଚଳ ପ୍ରଦେଶ ଏବଂ ପ୍ରତ୍ୟେକ ଗୋଟିଏ ମୃତ୍ୟୁ ଖବର କରିଛନ୍ତି।