୧୯୭୯ ପରେ ପ୍ରଥମ ଥର ପାଇଁ ରସାତଳକୁ ଖସିବ ଭାରତର ଅର୍ଥନୀତି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ଦେଶର ତଥା ବିଶ୍ୱର ଅର୍ଥନୀତି ଉପରେ ଜୋରଦାର ପ୍ରଭାବ ପକାଇବ। ବିଶେଷ କରି ଭାରତର ଅର୍ଥନୀତି ରସାତଳକୁ ଖସିଯିବ। ପୂର୍ବରୁ ଆର୍ଥନୀତିକ ସ୍ତରରେ ଦୁର୍ବଳ ରହିଥିବା ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ରେ ଆହୁରି ୩.୨% ହ୍ରାସ ପାଇବ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଛି। ଏହାର ଅର୍ଥ ୧୯୭୯ ପରେ ଭାରତର ଅର୍ଥନୀତି ଏଭଳି ଏକ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବା ବିଶ୍ୱବ୍ୟାଙ୍କ କହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ […]

e

Hemant Lenka
  • Published: Tuesday, 09 June 2020
  • , Updated: 09 June 2020, 03:37 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ଦେଶର ତଥା ବିଶ୍ୱର ଅର୍ଥନୀତି ଉପରେ ଜୋରଦାର ପ୍ରଭାବ ପକାଇବ। ବିଶେଷ କରି ଭାରତର ଅର୍ଥନୀତି ରସାତଳକୁ ଖସିଯିବ। ପୂର୍ବରୁ ଆର୍ଥନୀତିକ ସ୍ତରରେ ଦୁର୍ବଳ ରହିଥିବା ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ରେ ଆହୁରି ୩.୨% ହ୍ରାସ ପାଇବ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଛି। ଏହାର ଅର୍ଥ ୧୯୭୯ ପରେ ଭାରତର ଅର୍ଥନୀତି ଏଭଳି ଏକ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବା ବିଶ୍ୱବ୍ୟାଙ୍କ କହିଛି।

ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ବିଶ୍ୱର ଅର୍ଥନୀତି ଏଭଳି ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଛି। ଏହା ଆଗକୁ ମଧ୍ୟ ଜାରି ରହିବ। କରୋନା ମହାମାରୀ ଯୋଗୁ ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ କମିବ। ଏହି କାରଣରୁ କୋଟିକୋଟି ଲୋକ ଗରିବ ରେଖା ମଧ୍ୟକୁ ଚାଲିଯିବେ।

ଭାରତର ଅର୍ଥ ବ୍ୟବସ୍ଥା ଉପରେ ବିଶେଷ ଭାବେ ମତ ରଖି ବିଶ୍ୱବ୍ୟାଙ୍କ କହିଛି ଯେ କରୋନା ଯୋଗୁ ଭାରତର ଅର୍ଥନୀତି ଏକ ପ୍ରକାରର ଠପ ହୋଇଯାଇଛି। ସେହିପରି ଏହାକୁ ପୁଣି ଚଳାଚଳ ଓ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି।

ଗତବର୍ଷ ଭାରତର ଜିଡିପି ୪.୨% ରହିବ ବୋଲି ବିଶ୍ୱବ୍ୟାଙ୍କ କହିଥିଲା। ଏବେ ଦେଶର ଅର୍ଥନୀତି ୨୦୨୦-୨୧ରେ ଆହୁରି ୩.୨% ହ୍ରାସ ପାଇବ। ୧୯୭୯ରେ ଭାରତର ଅର୍ଥନୀତି ସବୁଠାରୁ ଦୁର୍ବଳ ସ୍ଥିତିରେ ପହଞ୍ଚିଥିଲା। ସେତେବେଳେ ଦେଶର ଅଭିବୃଦ୍ଧି ବିଯୁକ୍ତ ୫.୨୪% ରହିଥିଲା।

ସେହିପରି ବିଶ୍ୱ ଅର୍ଥନୀତି ପ୍ରାୟ ୫.୨% ହ୍ରାସ ପାଇବ। ଏପରି ହେଲେ ବିଶ୍ୱର ଅର୍ଥନୀତି ୧୮୭୦ ପରେ ଆଉ ଏକ ବଡ଼ଧରଣ ମାନ୍ଦାବସ୍ଥାର ସମ୍ମୁଖୀନ ହେବ। ବିଶ୍ୱର ମୁଣ୍ଡପିଛା ଆୟ ୩.୬% ହ୍ରାସ ପାଇବାକୁ ଥିବାରୁ କୋଟି କୋଟି ଲୋକ ଗିରବ ରେଖା ତଳକୁ ଚାଲିଯିବେ।

ତେବେ ଆସନ୍ତା ଆର୍ଥିକ ବର୍ଷରେ ବିଶ୍ୱର ଅର୍ଥନୀତି ୪.୨% ବୃଦ୍ଧି ପାଇବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ବିକଶିତ ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୭% ହ୍ରାସ ପାଇବାର ଥିଲେ ହେଁ ଆସନ୍ତା ବର୍ଷ ଏହା ୩.୯% ବୃଦ୍ଧି ପାଇବ।

Related story