ଅଭିବୃଦ୍ଧି ସହ ମେଳ ଖାଉନି ନିଯୁକ୍ତି, ଆଇଏମ୍‌ଏଫ୍‌ର ଚେତାବନୀ

ଜାତିସଂଘ: ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌) ପକ୍ଷରୁ କୁହାଯାଇଛି ଭାରତରେ ଗତ କିଛି ବର୍ଷରେ ଯେଉଁ ହାରରେ ଅଭିବୃଦ୍ଧି ହୋଇଛି ଏହା ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଏବଂ ଶ୍ରମ କ୍ଷେତ୍ରର ନିଯୁକ୍ତି କ୍ଷେତ୍ରରେ ପରିଲକ୍ଷିତ ହୋଇନି। ଅର୍ଥାତ ଉଚ୍ଚ ଅଭିବୃଦ୍ଧି ହାରର ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି। ସୋମବାର ୱାଶିଂଟନ୍‌ଠାରେ ରିଲିଜ୍‌ ହୋଇଥିବା ଏକ ରିପୋର୍ଟରେ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି, ଦ୍ରୁତ ଗତିରେ ବିକାଶ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଭାରତ […]

IMF LOGO

Subrat Kumar Nayak
  • Published: Tuesday, 24 December 2019
  • , Updated: 24 December 2019, 06:17 PM IST

ଜାତିସଂଘ: ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌) ପକ୍ଷରୁ କୁହାଯାଇଛି ଭାରତରେ ଗତ କିଛି ବର୍ଷରେ ଯେଉଁ ହାରରେ ଅଭିବୃଦ୍ଧି ହୋଇଛି ଏହା ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଏବଂ ଶ୍ରମ କ୍ଷେତ୍ରର ନିଯୁକ୍ତି କ୍ଷେତ୍ରରେ ପରିଲକ୍ଷିତ ହୋଇନି। ଅର୍ଥାତ ଉଚ୍ଚ ଅଭିବୃଦ୍ଧି ହାରର ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି।

ସୋମବାର ୱାଶିଂଟନ୍‌ଠାରେ ରିଲିଜ୍‌ ହୋଇଥିବା ଏକ ରିପୋର୍ଟରେ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି, ଦ୍ରୁତ ଗତିରେ ବିକାଶ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଭାରତ ଯଦିଓ ଲକ୍ଷ ଲକ୍ଷ ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛି, ଗତ କିଛି ଦିନର ଶ୍ରମ ବଜାର ତଥ୍ୟ ଅନୁଯାୟୀ ବେକାରୀ ହାର ବହୁତ ଉଚ୍ଚରେ ରହିଛି। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଲେବର ଫୋର୍ସ ଭାଗିଦାରୀ କମିଛି ବୋଲି ଏଥିରେ କୁହାଯାଇଛି। ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି, “ଅଧିକ ସ୍ଥାୟୀ ଅଭିବୃଦ୍ଧି ବିନା ଭାରତର ଯୁବ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ଶ୍ରମ ଶକ୍ତି ନଷ୍ଟ ହେବ।”

ଏହି ରିପୋର୍ଟରେ ଧୀମା ଭାରତୀୟ ଅର୍ଥନୀତି ବାବଦରେ ତଥ୍ୟ ରହିଛି। ଖର୍ଚ୍ଚ ଏବଂ ନିବେଶ କ୍ଷେତ୍ରରେ ଅସ୍ଥିରତା ବାବଦରେ ଏଥିରେ ବର୍ଣ୍ଣନା କରାଯାଇଛି। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ଅର୍ଦ୍ଧ ଭାଗରେ ନିବେଶ ଏବଂ ଘରୋଇ ଖର୍ଚ୍ଚ ବୃଦ୍ଧି କାରଣରୁ ଅଭିବୃଦ୍ଧି ହାର ୭.୩ ଯାଏ ପହଞ୍ଚି ପାରିଥିଲା। ଅଇଏମ୍‌ଏଫ୍‌ ଚଳିତ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୧% ଆକଳନ କରିଛି ଏବଂ ଆସନ୍ତା ବର୍ଷ ପାଇଁ ୭% ଆକଳନ କରିଛି।

Related story