ସାଢ଼େ ୧୧ ଲକ୍ଷ ଟପିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୫୮୭ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୧ ଲକ୍ଷ ପାର କରିଯାଇଛି। ୨୪ ଘଣ୍ଟାରେ ପୁଣିଥରେ ୩୭,୧୪୮ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପୂର୍ବରୁ ରବିବାର ୩୮,୯୦୨ ଓ ସୋମବାର ୪୦,୪୨୫ ପଜିଟିଭ କେସ୍‌ ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୫୫,୧୯୧ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ […]

a

Hemant Lenka
  • Published: Tuesday, 21 July 2020
  • , Updated: 21 July 2020, 01:34 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୧ ଲକ୍ଷ ପାର କରିଯାଇଛି।

୨୪ ଘଣ୍ଟାରେ ପୁଣିଥରେ ୩୭,୧୪୮ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପୂର୍ବରୁ ରବିବାର ୩୮,୯୦୨ ଓ ସୋମବାର ୪୦,୪୨୫ ପଜିଟିଭ କେସ୍‌ ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୫୫,୧୯୧ରେ ପହଞ୍ଚି ଯାଇଛି।

ସେହିପରି ଗୋଟିଏ ଦିନରେ ମହାମାରୀ କରୋନା ଭାଇରସ ଆଉ ୫୮୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮,୦୮୪ ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ଦିନରେ ପ୍ରାୟ ୨୪ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ୭,୨୪,୫୭୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ ୪୦୨୫୨୯ ଆକ୍ଟିଭ କେସ୍‌ ରହିଛି।

Related story