ଦ୍ୱିତୀୟ ଥର ପାଇଁ କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ବିଶାଖାପଟନମ୍‌ ଉପକୂଳରୁ କେ-୪ ସବ୍‌ମରାଇନ୍‌ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରିପାରିଛି। ସପ୍ତାହକରେ ଦ୍ୱିତୀୟ ଥର ପାଇଁ ଏଭଳି ସଫଳତା ମିଳିପାରିଛି। ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ଼ ସଫଳତା କୁହାଯାଉଛି। ଡିଆରଡିଓ ଦ୍ୱାରା ବିକଶିତ ଏହି ମିସାଇଲ୍‌ର କ୍ଷମତା ୩,୫୦୦ କିଲୋମିଟର ରହିଛି। ଅର୍ଥାତ ଏହା ପାକିସ୍ତାନର ପ୍ରାୟ ଅଞ୍ଚଳ କଭର କରିପାରିବ। ଏପରିକି ଚାଇନାର ବେଶ କିଛି ଅଞ୍ଚଳକୁ ମଧ୍ୟ ଏହା ଟାର୍ଗେଟ୍‌ କରିପାରିବ। ଏହି ମିସାଇଲ୍‌ […]

submarine

Subrat Kumar Nayak
  • Published: Friday, 24 January 2020
  • , Updated: 24 January 2020, 08:55 PM IST

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ବିଶାଖାପଟନମ୍‌ ଉପକୂଳରୁ କେ-୪ ସବ୍‌ମରାଇନ୍‌ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରିପାରିଛି। ସପ୍ତାହକରେ ଦ୍ୱିତୀୟ ଥର ପାଇଁ ଏଭଳି ସଫଳତା ମିଳିପାରିଛି। ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ଼ ସଫଳତା କୁହାଯାଉଛି।

ଡିଆରଡିଓ ଦ୍ୱାରା ବିକଶିତ ଏହି ମିସାଇଲ୍‌ର କ୍ଷମତା ୩,୫୦୦ କିଲୋମିଟର ରହିଛି। ଅର୍ଥାତ ଏହା ପାକିସ୍ତାନର ପ୍ରାୟ ଅଞ୍ଚଳ କଭର କରିପାରିବ। ଏପରିକି ଚାଇନାର ବେଶ କିଛି ଅଞ୍ଚଳକୁ ମଧ୍ୟ ଏହା ଟାର୍ଗେଟ୍‌ କରିପାରିବ। ଏହି ମିସାଇଲ୍‌ ଆରିହନ୍ତ ଶ୍ରେଣୀର ଭାରତୀୟ ଆଣବିକ ଯୁଦ୍ଧ ଜାହଜରେ ବ୍ୟବହୃତ ହୋଇପାରିବ।

ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ମିସାଇଲ ମାତ୍ର ୫ ଦିନର ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ପରୀକ୍ଷା କରାଯାଇଛି।

Related story