ନୋଭେଲ୍ କରୋନା ଟୀକା ଖୋଜୁଛନ୍ତି ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ: ସାରା ଦୁନିଆକୁ ମରଣଜନ୍ତାରେ ପକାଇଥିବା ନୋଭେଲ୍ କରୋନା ଭୂତାଣୁର ନିରାକରଣ ପାଇଁ ସମଗ୍ର ବିଶ୍ୱ ଲାଗିପଡ଼ିଛି। ତେବେ ଭାରତ ମଧ୍ୟ ଏଥିରେ ପଛରେ ପଡ଼ିନାହିଁ। ଅନବରତ ଏହାର ସମାଧାନ ପାଇବାକୁ ଦେଶ ଚେଷ୍ଟା ଚଳାଇଛି। ଏହି କ୍ରମରେ ଭାରତୀୟ ବୈଜ୍ଞାନିକମାନେ କରୋନା ଭୂତାଣୁ ନିରାକରଣ ଓ ନିବାରଣ ଟୀକା ଖୋଜି ବାହାର କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି। ଏନେଇ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜୀ(ଏନଆଇଆଇ) ଏହି ଦାୟିତ୍ୱ ନେଇ ୧୦ଜଣ ଅଭିଜ୍ଞ ବୈଜ୍ଞାନିକଙ୍କୁ ନେଇ ଏକ […]

vaccine

Pragnya Choudhury
  • Published: Saturday, 28 March 2020
  • , Updated: 28 March 2020, 01:57 PM IST

ନୂଆଦିଲ୍ଲୀ: ସାରା ଦୁନିଆକୁ ମରଣଜନ୍ତାରେ ପକାଇଥିବା ନୋଭେଲ୍ କରୋନା ଭୂତାଣୁର ନିରାକରଣ ପାଇଁ ସମଗ୍ର ବିଶ୍ୱ ଲାଗିପଡ଼ିଛି। ତେବେ ଭାରତ ମଧ୍ୟ ଏଥିରେ ପଛରେ ପଡ଼ିନାହିଁ। ଅନବରତ ଏହାର ସମାଧାନ ପାଇବାକୁ ଦେଶ ଚେଷ୍ଟା ଚଳାଇଛି। ଏହି କ୍ରମରେ ଭାରତୀୟ ବୈଜ୍ଞାନିକମାନେ କରୋନା ଭୂତାଣୁ ନିରାକରଣ ଓ ନିବାରଣ ଟୀକା ଖୋଜି ବାହାର କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି। ଏନେଇ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜୀ(ଏନଆଇଆଇ) ଏହି ଦାୟିତ୍ୱ ନେଇ ୧୦ଜଣ ଅଭିଜ୍ଞ ବୈଜ୍ଞାନିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ଏନଆଇଆଇର ବିଶେଷଜ୍ଞମାନଙ୍କ ମଧ୍ୟରୁ ଡା. ଅମୂଲ୍ୟ କୁମାର ପଣ୍ଡା ଅନ୍ୟତମ। ମନୁଷ୍ୟ ଜୀବନ ସୁରକ୍ଷା ଲାଗି ଅନେକ ଟୀକା ଖୋଜି ବାହାର କରିବାରେ ସେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ତେବେ କରୋନା ଟୀକାକରଣ ପରିପ୍ରେକ୍ଷୀରେ ସେ ଆଇଏଏନଏସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, “ଏହା ମୋ ଜୀବନର ସବୁଠାରୁ ବଡ଼ ଆଉ କଠିନ ଚ୍ୟାଲେଞ୍ଜ। ଆମେ ସମସ୍ତେ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣର ସମାଧାନ ଖୋଜିବା ପାଇଁ ଦିନ, ରାତି ପରିଶ୍ରମ କରୁଛୁ। ଟିକା ବାହାର କରିବା କାମ ଆରମ୍ଭ ହୋଇସାରିଛି।”

ଡା. ପଣ୍ଡାଙ୍କ ଟିମ୍ ପୂର୍ବରୁ ଅନେକ ଅସାଧ୍ୟ ରୋଗର ସମାଧାନ ଖୋଜି ବାହାର କରିଛନ୍ତି। ଏପରି କି ଏହି ଟିମ୍ କ୍ୟାନସର ଭଳି ରୋଗର ଟୀକା ମଧ୍ୟ ବାହାର କରିଛନ୍ତି, ଯାହାକି ଚେନ୍ନାଇଠାରେ ପରୀଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନଆଇଆଇ ମଧ୍ୟ ଏହା ପୂର୍ବରୁ ଟିବି, କୁଷ୍ଠ ରୋଗୀଙ୍କ ପାଇଁ ଟୀକା ଆବିଷ୍କାର କରିଛି। ଏଥିପାଇଁ ଏନଆଇଆଇକୁ ସାରା ଦୁନିଆରୁ ପ୍ରଶଂସା ମିଳିସାରିଛି।

ସୂଚନା ଯେ, ନୂଆଦିଲ୍ଲୀଠାରେ ଏନଆଇଆଇର ମୁଖ୍ୟାଳୟ ରହିଛି। ଏହା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅଧୀନରେ କାର୍ଯ୍ୟ କରୁଛି। ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଭାବେ ମଧ୍ୟ ଏହା କାର୍ଯ୍ୟରତ। ତେବେ ଏନଆଇଆଇର ସ୍ୱତନ୍ତ୍ର ଅଭିଜ୍ଞ ଟିମରେ ଥିବା ଡା. ପଣ୍ଡା କରୋନା ଭୂତାଣୁ ସମ୍ବନ୍ଧୀୟ ଅନେକ ତଥ୍ୟ ଖୁଲାସା କରିଛନ୍ତି।ସେ କହିଛନ୍ତି, ଏହି ବିଶ୍ୱ ମହାମାରୀର ସମାଧାନ ଖୋଜିବାକୁ ଏକ କୋର୍ ଟିମ୍ ଗଠନ କରାଯାଇଛି, ଯେଉଁଥିରେ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବିଶେଷଜ୍ଞମାନେ ରହିଛନ୍ତି। ସେମାନେ ଟୀକା ଆବିଷ୍କାର କରିବା ଲାଗି ଦିନ, ରାତି ଗବେଷଣା ଚଳାଇଛନ୍ତି।

ଡା. ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଅନେକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଆଣ୍ଟିବଡି ଏହି ଭୂତାଣୁ ସହ କିପରି ମୁକାବିଲା କରିଛି, ତା’ଉପରେ ଗବେଷଣା କରାଯାଉଛି। ଏହା ଦ୍ୱାରା ଭୂତାଣୁର ପ୍ରକାର ଓ ପ୍ରକୃତି ସମ୍ବନ୍ଧରେ ଅଧିକ ତଥ୍ୟ ମିଳିବ। ତେବେ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍କର୍ସ ଦେବା କଷ୍ଟକର ବୋଲି ସେ କହିଛନ୍ତି।

ସେହିପରି କରୋନା ଭୂତାଣୁର ବିଚିତ୍ର ବ୍ୟବହାର ସମ୍ବନ୍ଧରେ ଡା. ପାଣ୍ଡେ କହିଛନ୍ତି ଯେ, “ଅଧିକାଂଶ ଭୂତାଣୁର ସଂରଚନା ସ୍ଥାୟୀ ହୋଇଥାଏ। ହେଲେ କରୋନା ଭୂତାଣୁ ନିଜର ସଂରଚନାରେ ବାରମ୍ବାର ପରିବର୍ତ୍ତନ ଆଣୁଥିବା ଜଣାପଡ଼ୁଛି। ଏଭଳି ସ୍ଥିତିରେ ଏହାର ନିରାକରଣ ବା ନିବାରଣ ଖୋଜି ପାଇବା ସହଜ ନୁହେଁ। ଆମକୁ ଏନେଇ କିଛି ସମୟ ଲାଗିପାରେ। ଏହି ଗବେଷଣାରେ ଆଇସିଏମଆର ଏବଂ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଆମକୁ ସହଯୋଗ କରୁଛନ୍ତି।“

Related story