କରୋନା ଆରୋଗ୍ୟ ହାର ୨୫.୩୭%, ସୁସ୍ଥ ହେଲେଣି ୯୦୬୫

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦେଶବାସୀ ନିର୍ଣ୍ଣାୟକ ଲଢ଼େଇ କରୁଛନ୍ତି। କରୋନା ଟେଷ୍ଟ ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶରେ ଆରୋଗ୍ୟ ହାର ୨୫.୩୭%ରେ ପହଞ୍ଚି ଯାଇଛି। ଅର୍ଥାତ ପ୍ରତି ୧୦୦ ଜଣ କରୋନା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୬ ଜଣ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୫୬୪ ଜଣ କରୋନାର ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଏଯାବତ ଦେଶରେ ଆରୋଗୀଙ୍କ ସଂଖ୍ୟା […]

d

Hemant Lenka
  • Published: Friday, 01 May 2020
  • , Updated: 01 May 2020, 05:56 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦେଶବାସୀ ନିର୍ଣ୍ଣାୟକ ଲଢ଼େଇ କରୁଛନ୍ତି। କରୋନା ଟେଷ୍ଟ ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶରେ ଆରୋଗ୍ୟ ହାର ୨୫.୩୭%ରେ ପହଞ୍ଚି ଯାଇଛି। ଅର୍ଥାତ ପ୍ରତି ୧୦୦ ଜଣ କରୋନା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୬ ଜଣ ସୁସ୍ଥ ହେଉଛନ୍ତି।

ଗତ ୨୪ ଘଣ୍ଟାରେ ଦେଶରେ ୫୬୪ ଜଣ କରୋନାର ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଏଯାବତ ଦେଶରେ ଆରୋଗୀଙ୍କ ସଂଖ୍ୟା ୯,୦୬୫ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୧୯୯୩ଟି ନୂଆ ମାମଲା ରେକର୍ଡ କରାଯାଇଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୩୬୫ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୧୫୨ ଜଣ ପ୍ରାଣ ହରାଇଛନ୍ତି। ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୨୫୧୪୮ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧୦,୪୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୫୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୭୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁଜରାଟରେ ୨୧୪, ଦିଲ୍ଲୀରେ ୫୯, ମଧ୍ୟପ୍ରଦେଶରେ ୧୩୭, ତାମିଲନାଡୁରେ ୨୭, ପଞ୍ଜାବରେ ୧୯, ରାଜସ୍ଥାନରେ ୫୮, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୪୧ ଓ ପଶ୍ଚିମବଙ୍ଗରେ ୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି।

Related story