ନୌସେନାରେ ବିଧ୍ୱଂସୀ ଯୁଦ୍ଧ ଜାହାଜ କବରତ୍ତି, ହଜିବ ଶତ୍ରୁପକ୍ଷର ନିଦ

ନୂଆଦିଲ୍ଲୀ: ଶତ୍ରୁପକ୍ଷର ନିଜ ହଜାଇବା ପାଇଁ ଭାରତୀୟ ନୌସେନା ଆହୁରି ସଶକ୍ତ ହୋଇଛି। ଆଜି ନୌସେନାରେ ସାମିଲ ହୋଇଛି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି। ବିଶାଖାପାଟଣା ସ୍ଥିତ ନୌସେନା ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସେନା ବାହିନୀରେ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ଆଇଏନ୍ଏସ କବରତ୍ତି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି। ଆଇଏନଏସ୍ […]

fd

Hemant Lenka
  • Published: Thursday, 22 October 2020
  • , Updated: 22 October 2020, 03:37 PM IST

ନୂଆଦିଲ୍ଲୀ: ଶତ୍ରୁପକ୍ଷର ନିଜ ହଜାଇବା ପାଇଁ ଭାରତୀୟ ନୌସେନା ଆହୁରି ସଶକ୍ତ ହୋଇଛି। ଆଜି ନୌସେନାରେ ସାମିଲ ହୋଇଛି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି। ବିଶାଖାପାଟଣା ସ୍ଥିତ ନୌସେନା ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସେନା ବାହିନୀରେ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ।

ଆଇଏନ୍ଏସ କବରତ୍ତି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି। ଆଇଏନଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ଶତ୍ରୁ ପକ୍ଷର ରାଡାରରେ ସହଜରେ ଦୃଶ୍ୟମାନ ହେବନାହିଁ।

ଏହାର ନିର୍ମାଣରେ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହାକୁ ଭାରତୀୟ ନୌସେନାର ଡିରୋକ୍ଟୋରେଟ ଅଫ ନାଭାଲ ଡିଜାଇନ୍‌ ପକ୍ଷରୁ ବିକଶିତ କରାଯାଇଛି। ୧୧୦ ମିଟର ଲମ୍ବ ଓ ୧୪ ମିଟର ଚଉଡ଼ା ତଥା ୩୫୦୦ ଟନ୍ ଓଜନର କ୍ଷମତା ରଖିଥିବା ଆଇଏନ୍ଏସ୍ କବରତ୍ତିରେ ଆଣ୍ଟି ସବମେରିନ ରକେଟ୍ ଲଗାଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧଜାହାଜ ପରମାଣୁ, ରାସାୟନିକ ତଥା ଜୈବିକ ଯୁଦ୍ଧ ସ୍ଥିତିରେ ବେଶ ଦକ୍ଷତାର ସହ କାର୍ଯ୍ୟ କରିପାରିବ। ସେହିପରି ଶତ୍ରୁ ପକ୍ଷର ହମଲାକୁ ମଧ୍ୟ ପ୍ରତିହତ କରିବା ପାଇଁ କବରତ୍ତି ପାଖରେ କ୍ଷମତା ରହିଛି।

ସ୍ଥଳସେନା ମୁଖ୍ୟ ଜେନେରାଲ ନରୱାଣେ କହିଛନ୍ତି, ସୁମଦ୍ର ତଟରେ ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଆଉ ଏକ ପାଦ ଆଗକୁ ବଢ଼ାଇଛୁ। ଏହା ନୌସେନାକୁ ଅଧିକ ସଶକ୍ତ କରିବ। ମୁଁ ଟିମ୍‌ କବରତ୍ତିକୁ ଶୁଭେଚ୍ଛା ଜଣାଉଛି।

Related story