ଇଣ୍ଡିଗୋ ସହ ଘସିହେଲା ସ୍ପାଇସ୍‌ ଜେଟ: ୫ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଅଭାବନୀୟ ଘଟଣା। ଦୁର୍ଘଟଣା ଘଟି ଇଣ୍ଡିଗୋ ବିମାନର ୫ ଜଣ ଆହତ ହୋଇଛନ୍ତି। ସୌଭାଗ୍ୟକ୍ରମେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି  ଯାତ୍ରୀ। ସୂଚନା ଅନୁଯାୟୀ, ଗତକାଲି ଭୋରୁ ୪ଟା ବେଳେ ୬ଇ-୧୯୧ ଇଣ୍ଡିଗୋ ବିମାନ ଯାତ୍ରା ପାଇଁ ବେ-୧୭ରେ ପାର୍କିଂ କରିଥିଲା। ଇଣ୍ଡିଗୋ ବିମାନଟି ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ ଏସ-ଜି୨୫୩ ସ୍ପାଇସଜେଟ ଅବତରଣ କରିଥିଲା। ତେବେ ସମାନ ବେ’ରେ ସ୍ପାଇସ୍‌ ଜେଟ […]

air-line

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 02:11 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଅଭାବନୀୟ ଘଟଣା। ଦୁର୍ଘଟଣା ଘଟି ଇଣ୍ଡିଗୋ ବିମାନର ୫ ଜଣ ଆହତ ହୋଇଛନ୍ତି। ସୌଭାଗ୍ୟକ୍ରମେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି  ଯାତ୍ରୀ। ସୂଚନା ଅନୁଯାୟୀ, ଗତକାଲି ଭୋରୁ ୪ଟା ବେଳେ ୬ଇ-୧୯୧ ଇଣ୍ଡିଗୋ ବିମାନ ଯାତ୍ରା ପାଇଁ ବେ-୧୭ରେ ପାର୍କିଂ କରିଥିଲା। ଇଣ୍ଡିଗୋ ବିମାନଟି ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ ଏସ-ଜି୨୫୩ ସ୍ପାଇସଜେଟ ଅବତରଣ କରିଥିଲା। ତେବେ ସମାନ ବେ’ରେ ସ୍ପାଇସ୍‌ ଜେଟ ଅବତରଣ କରିବାରୁ କୌଣସି କାରଣରୁ ସାମାନ୍ୟ ଦୁର୍ଘଟଣା ଘଟିଥିଲା। ଏଥିରେ ଇଣ୍ଡିଗୋ ବିମାନର ଡାହାଣପାର୍ଶ୍ୱର କ୍ଷୟକ୍ଷତି ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ତେବେ ଘଟଣାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related story