ଇଣ୍ଡୋନେସିଆରେ ଭୂମିକମ୍ପ, ୫୦ ରୁ ଅଧିକ ମୃତ, ୭୮ ଆହତ

ସିଡନୀ: ଆଜି ବଡ଼ି ଭୋରରୁ ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବାନ୍ଦା ଆସେ ପ୍ରଦେଶରେ ଆସିଥିବା ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୭୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବହୁଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ତେବେ ଭୂମିକମ୍ପ ଯୋଗୁଁ ସୁନାମୀ ଆଶଙ୍କା […]

indonesia-aceh-earthquake-

Rakesh Mallick
  • Published: Wednesday, 07 December 2016
  • , Updated: 04 May 2017, 03:44 PM IST

ସିଡନୀ: ଆଜି ବଡ଼ି ଭୋରରୁ ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବାନ୍ଦା ଆସେ ପ୍ରଦେଶରେ ଆସିଥିବା ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୭୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବହୁଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ତେବେ ଭୂମିକମ୍ପ ଯୋଗୁଁ ସୁନାମୀ ଆଶଙ୍କା ନଥିବା କୁହାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରାଯାଇଛି।

Related story