ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ଆପଣମାନେ ନିଜ ଆଖପାଖରେ ଏପରି ଅନେକ ଘଟଣା ଦେଖୁଥି ଯେ ଜଣେ ପିଲାର ଏକାବେଳେ ଅନେକ ପ୍ରେମିକା ଥିବେ। ହେଲେ ସେମାନେ ପରସ୍ପର କେହି କାହା ବିଷୟରେ ଜାଣିନଥିବେ। ଅର୍ଥାତ ଯେ କେହି ବି ଏ ଭଳି କରୁଥିବେ ସେ ଲୁଚାଛପା ହିଁ କରୁଥିବେ। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ଏକାଠି ବିବାହ କରିବା? ସେ ପୁଣି ପରସ୍ପରର ସମହମତିରେ?
ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଦୁଇଜଣ ମହିଳା ଏକାବେଳେ ଭଲପାଉଥିଲେ। ବ୍ୟକ୍ତି ଜଣଙ୍କୁ ମଧ୍ୟ ଦୁଇଜଣ ପସନ୍ଦ ଥିଲେ। ଏଣୁ ତାଙ୍କ କହିବା ଅନୁଯାୟୀ ସେ ଦୁଇଜଣଙ୍କ ମଧ୍ୟରୁ କାହାର ବି ହୃଦୟ ଭାଙ୍ଗିବାକୁ ଚାହୁଁ ନଥିଲେ। ତେଣୁ ସେ ଏକାବେଳେ ଗୋଟିଏ ମଣ୍ଡପରେ ଦୁଇଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ।
ଇଣ୍ଡୋନେସିଆରେ ବିବାହ ସମୟରେ ଯୌତୁକ ଦେବାର ଏକ ପରମ୍ପରା ରହିଛି। କନ୍ୟା ପକ୍ଷ ବର ପକ୍ଷକୁ ଯୌତୁକ ଦିଅନ୍ତି ଓ ତା’ ବଦଳରେ ବର ପୁଣି କନ୍ୟାର ପରିବାରକୁ ଯୌତୁକ ଦେଇ ଏହା ପ୍ରମାଣ କରେ ଯେ ସେ ତାଙ୍କ ଝିଅକୁ ଭଲରେ ରଖିପାରିବେ। ଏଠି ମଧ୍ୟ ବ୍ୟକ୍ତି ଜଣକ ମଣ୍ଡପରେ ଉଭୟ କନ୍ୟାଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦେଲେ ଓ ସମସ୍ତ ପରମ୍ପରା ଓ ରୀତିନୀତି ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା।
ସୋଶାଲ୍ ମଡିଆରେ ଏହି ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି। ଏହି ବାହାଘରଟି ଅଗଷ୍ଟମାସ ୧୭ ତାରିଖରେ ହୋଇଥିଲା।