ଭାଗ୍ୟ ବଦଳିଗଲା ଅଣ୍ଡା ବିକାଳିର, ସହାୟତାର ହାତ ବଢ଼ାଇଲେ ରାହୁଲ, କେଜ୍ରିଓ୍ୱାଲ
ଇନ୍ଦୋର: କରୋନା ମହାମାରୀ ବେଳେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଛୋଟ ଛୁଆ ଠେଲାରେ ଅଣ୍ଡା ବିକ୍ରି କରୁଥିଲା। ଲାଞ୍ଚ ନଦେବାରୁ ସ୍ଥାନୀୟ ପ୍ରଶାସନର କିଛି ଅଧିକାରୀ ଠେଲା ଗାଡ଼ିଟିକୁ ଓଲଟାଇ ଦେଇଥିଲେ। ଏହି ଖବର ସୋଶାଲ ମିଡିଆରେ ଜବରଦସ୍ତ ଭାଇରାଲ ହେବା ପରେ ବଦଳିଯାଇଛି ସେହି ଛୋଟ ପିଲାଟିର ଭାଗ୍ୟ।
ଛୋଟ ଛିଆଟିର ନାମ ପାରସ ରାୟକଓ୍ୱାର। ଏବେ ତା’ପାଖକୁ ସହଯୋଗର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଗବିଜୟ ସିଂହଙ୍କ ପାଖରୁ ଆରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପାରସ ଆକାଉଣ୍ଟରେ ପାଞ୍ଚ ଲକ୍ଷ ଟଙ୍କା ଜମା କରାଯିବ ବୋଲ ଘୋଷଣା କରିଛନ୍ତି। ଏମିତି ଆହୁରି କିଛି ବଦାନ୍ୟ ବ୍ୟକ୍ତି ଛୋଟ ଛୁଆଟିକୁ ସହଯୋଗ କରିଛନ୍ତି।
ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଜଣେ ୧୪ ବର୍ଷୀୟ ପିଲା ନଗର ନିଗମ ଅଧିକାରୀଙ୍କୁ ୧୦୦ ଟଙ୍କା ଲାଞ୍ଚ ନ ଦେବାରୁ ତା’ର ଅଣ୍ଡା ବୋଝେଇ ଠେଲା ଗାଡ଼ିଟିକୁ ବାବୁମାନେ ରାସ୍ତାରେ ଓଲଟାଇ ଦେଇଥିଲେ। ଫଳରେ ରାସ୍ତାରେ ପଡ଼ି ନାବାଳକଟି ବିକ୍ରି କରୁଥିବା ସମସ୍ତ ଅଣ୍ଡା ନଷ୍ଟ ହୋଇଯାଇଥିଲା।
Indore bjp government in Indore bad job …… pic.twitter.com/dSX5ilhXbO
— Vikas Choudhary (@VikasCh05703641) July 23, 2020
ନାବାଳକ ଜଣଙ୍କ ରାସ୍ତା କଡ଼ରେ ଅଣ୍ଡା ବିକ୍ରି କରୁଥିଲେ। ଏହି ସମୟରେ ପୌର ଅଧିକାରୀମାନେ ସେଠାରେ ପହଞ୍ଚି ଏହାକୁ ହଟାଇବାକୁ କହିଥିଲେ। ଯଦି ସେ ରାସ୍ତାରେ ଅଣ୍ଡା ବିକ୍ରି କରିବ, ତା’ହେଲେ ତା’କୁ ୧୦୦ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ। ହେଲେ ନାବାଳକ ଜଣଙ୍କ ଟଙ୍କା ନ ଦେବାରୁ ସେମାନେ ଠେଲା ଗାଡ଼ିଟିକୁ ରାସ୍ତାରେ ହିଁ ଓଲଟାଇ ଦେଇଥିଲେ।
ସୋଶାଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ କିଛି ପାରସର ଭାଗ୍ୟ ବଦଳିଛି। କିଛି ଦିନ ପୂର୍ବରୁ ଗୋଟିଏ ଅଣ୍ଡା ବିକ୍ରି କରିବା ପାଇଁ ସଂଘର୍ଷ କରୁଥିଲେ। ହେଲେ ଏବେ ଏତେ ଆର୍ଥିକ ସହଯୋଗ ମିଳିଛି ଯେ ଫୋନ୍ ଉଠାଇବା ପାଇଁ ପରିବାର ଲୋକଙ୍କ ପାଖରେ ସମୟ ନାହିଁ।
ପାରାସଙ୍କ ବାପା ମାଆ କହିଛନ୍ତି ଯେ ଅନେକ ଲୋକ ସାହାଯ୍ୟ କରୁଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଏକ ଫୋନ୍ କଲ ଆସିଥିଲା ସାହାଯ୍ୟର ଆଶ୍ୱାସନା ଦିଆଯାଇଛି। ଏହା ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବ୍ୟାଙ୍କ ଆକାଉଣ୍ଟରେ ପାଞ୍ଚ ଲକ୍ଷ ଟଙ୍କା ଜମା କରିବାକୁ କହିଛନ୍ତି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପିଲାମାନଙ୍କୁ ଆର୍ଥିକ ସହାୟତା ଏବଂ ଦିଲ୍ଲୀ କଲେଜରେ ଉଭୟ ପିଲାଙ୍କୁ ପାଠ ପଢ଼ାଇବେ ବୋଲି ସୁନିଶ୍ଚିତ କରିଛନ୍ତି। କେବଳ ଏତିକି ନୁହେଁ, ଇନ୍ଦୋର ବିଧାୟକ ରମେଶ ମେଣ୍ଡୋଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏକ ଫ୍ଲାଟ ଦେବେ ବୋଲି ଘୋଷଣା କରିଛନ୍ତି। ସେହିପରି ପିଲାମାନଙ୍କୁ ସ୍କୁଲ ଯିବାକୁ ସାଇକେଲ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏହା ବ୍ୟତୀତ ଦିଲ୍ଲୀର ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାରାଙ୍କୁ ସାହାଯ୍ୟ କରିବା ପାଇଁ ଏକ କ୍ୟାମ୍ପେନ୍ ଚଳାଇଛନ୍ତି, ଏଥିରେ ଦେଶ ବିଦେଶରୁ ଆର୍ଥିକ ସହାୟତା ଆସୁଛି ବୋଲି ସେ କହିଛନ୍ତି।
ସବୁଠୁ ବଡ଼ କଥା ହେଲା ମୁମ୍ବାଇର ଜଣେ ଆଠ ବର୍ଷର ଝିଅ ନିକଟରେ ଛାତ୍ରବୃତ୍ତି ପାଇଛନ୍ତି। ସେ ତାଙ୍କ ବୃତ୍ତି ଟଙ୍କା ପାରସଙ୍କ ଏବଂ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।