ନାସାରେ କମାଲ ଦେଖାଇଲା ୧୪ବର୍ଷର ଝିଅ, ଭାରତକୁ କଲେ ଗୌରବାନ୍ନିତ

ନୂଆଦିଲ୍ଲୀ: ଭାରତ ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ହିମାଚଳ ପ୍ରଦେଶର ଝିଅ ଭୁବନେଶ୍ୱରୀ ଠାକୁର। ମାତ୍ର ୧୪ ବର୍ଷ ବୟସରେ ଆମେରିକାର ନାସାରେ ନିଜର ପାରଦର୍ଷିତା ଦେଖାଇଛନ୍ତି ଭୁବନେଶ୍ୱରୀ। ସେ ନାସା ରେ ୱେଦର ବେଲୁନର ଶୁଭାରମ୍ଭ କରିଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲୁ ସ୍ଥିତ ବିଧାୟକ ରବିଠାକୁରଙ୍କ ଝିଅ ହେଉଛନ୍ତି  ଭୁବନେଶ୍ୱରୀ ଠାକୁର। ଭୁବରନେଶ୍ୱରୀ ଯେଉଁ ବେଲୁନ ତିଆରି କରିଛନ୍ତି ସେ ପାଣିପାଗ ବିଷୟରେ ସଠିକ ତଥ୍ୟ ଦେଇଛି ବୋଲି ନାସା ଅଧିକାରୀ କହିଛନ୍ତି। ତାଙ୍କର […]

Untitled-1

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 05:05 PM IST

ନୂଆଦିଲ୍ଲୀ: ଭାରତ ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ହିମାଚଳ ପ୍ରଦେଶର ଝିଅ ଭୁବନେଶ୍ୱରୀ ଠାକୁର। ମାତ୍ର ୧୪ ବର୍ଷ ବୟସରେ ଆମେରିକାର ନାସାରେ ନିଜର ପାରଦର୍ଷିତା ଦେଖାଇଛନ୍ତି ଭୁବନେଶ୍ୱରୀ। ସେ ନାସା ରେ ୱେଦର ବେଲୁନର ଶୁଭାରମ୍ଭ କରିଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲୁ ସ୍ଥିତ ବିଧାୟକ ରବିଠାକୁରଙ୍କ ଝିଅ ହେଉଛନ୍ତି  ଭୁବନେଶ୍ୱରୀ ଠାକୁର। ଭୁବରନେଶ୍ୱରୀ ଯେଉଁ ବେଲୁନ ତିଆରି କରିଛନ୍ତି ସେ ପାଣିପାଗ ବିଷୟରେ ସଠିକ ତଥ୍ୟ ଦେଇଛି ବୋଲି ନାସା ଅଧିକାରୀ କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆମେରିକାରୁ ତାଙ୍କୁ ଭବିଷ୍ୟତ ପାଇଁ ଚାକିରି ଅଫର ଆସିଥିଲା। ହେଲେ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ନିଜ ଦେଶ ଭାରତ ପାଇଁ କାମ କରିବେ ବୋଲି କହିଥିଲେ। ଭୁବନେଶ୍ୱରୀଙ୍କ ସଫଳତା ଅନ୍ତର୍ଜାତୀୟସ୍ତରରେ ଦେଶକୁ ଗୌରବାନ୍ନିତ କରିଛି।

Related story