ଏମ୍ସରୁ ଆସିଲା ବିଚଳିତ କରିବା ଭଳି ଚିତ୍ର: ଗୁରୁତର ରୋଗୀମାନଙ୍କୁ ବେଡ୍‌ରେ ଛାଡ଼ି ଚାଲିଗଲେ ନର୍ସ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ହସ୍ପିଟାଲ ଏମ୍ସର ଗୋଟିଏ ୱାର୍ଡରୁ ବିଚଳିତ କରିବା ଭଳି ଫଟୋ ସାମ୍ନାକୁ ଆସିଛି। ପୂରା ୱାର୍ଡରେ ଗୁରୁତର ରୋଗୀମାନେ ବେଡ୍‌ରେ ପଡ଼ି ରହିଥିଲେ ହେଁ ସେମାନଙ୍କ ଦେଖାଶୁଣା କରିବାକୁ ହସ୍ପିଟାଲରେ କୌଣସି ନର୍ସ ନାହାନ୍ତି। ତେବେ ଏଥିରେ ନର୍ସଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। କାରଣ ଆଜିଠାରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ଠିକଣା ସମୟରେ ଦରମା ମିଳୁନାହିଁ। କେତେ ଦରମା ମିଳିବ, ସେକଥା ମଧ୍ୟ […]

frs

Hemant Lenka
  • Published: Monday, 14 December 2020
  • , Updated: 14 December 2020, 08:49 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ହସ୍ପିଟାଲ ଏମ୍ସର ଗୋଟିଏ ୱାର୍ଡରୁ ବିଚଳିତ କରିବା ଭଳି ଫଟୋ ସାମ୍ନାକୁ ଆସିଛି। ପୂରା ୱାର୍ଡରେ ଗୁରୁତର ରୋଗୀମାନେ ବେଡ୍‌ରେ ପଡ଼ି ରହିଥିଲେ ହେଁ ସେମାନଙ୍କ ଦେଖାଶୁଣା କରିବାକୁ ହସ୍ପିଟାଲରେ କୌଣସି ନର୍ସ ନାହାନ୍ତି। ତେବେ ଏଥିରେ ନର୍ସଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। କାରଣ ଆଜିଠାରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେମାନଙ୍କୁ ଠିକଣା ସମୟରେ ଦରମା ମିଳୁନାହିଁ। କେତେ ଦରମା ମିଳିବ, ସେକଥା ମଧ୍ୟ ଆଜି ଯାଏ ନର୍ସମାନେ ଜାଣିନାହାନ୍ତି। ସେହିପରି ଚୁକ୍ତିଭିତ୍ତିକ ଚାକିରି ଉପରେ ରୋକ ଲଗାଇବା ପାଇଁ ନର୍ସମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ନର୍ସମାନେ ଚାଲିଯିବାରୁ ରୋଗୀମାନେ ୱାର୍ଡରେ କେମିତି ପଡ଼ିଛନ୍ତି, ତା’ର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମହାମାରୀ କରୋନା ଭିତରେ ଏମ୍ସ ଭଳି ହସ୍ପିଟାଲରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏମ୍ସର ପ୍ରାୟ ୫ ହଜାର ନର୍ସ ଆଜି ମଧ୍ୟାହ୍ନରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ପୂର୍ବଭଳି କାମ କରିବାକୁ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିବେଦନ କରିଛନ୍ତି।

ସେ କହିଛନ୍ତି, “କରୋନା ବେଳେ ଆମ ଏମ୍ସ ପରିବାର ଏକ ହୋଇ ଯେଉଁଭଳି ଲୋକଙ୍କ ସେବା କରିଥିଲା, ସେଥିପାଇଁ ମୁଁ ଗର୍ବିତ। ଦେଶ ବି ଏଥିପାଇଁ ଗର୍ବ କରୁଛି। କିନ୍ତୁ ମହାମାରୀ କରୋନା ପରିସ୍ଥିତି ମଧ୍ୟରେ ନର୍ସ ୟୁନିଅନ ଷ୍ଟ୍ରାଇକକୁ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

ନର୍ସ ୟୁନିଅନ ପ୍ରାୟ ୨୩ଟି ଦାବି ଉପସ୍ଥାପନ କରିଥିଲା। ସବୁ ଦାବିକୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସରକାର ପୂରଣ କରିଛନ୍ତି।” ଗୁଲେରିଆଙ୍କ ନିବେଦନ ସତ୍ତ୍ୱେ ନର୍ସମାନେ ଆନ୍ଦୋଳନରୁ ଓହରି ନାହାନ୍ତି।

ନର୍ସ ୟୁନିୟନର ସାଧାରଣ ସମ୍ପାଦକ ଫମୀର ସିକେ କହିଛନ୍ତି, “କିଛି ଦିନ ତଳେ ଆମକୁ କୁହାଯାଇଥିଲା ଯେ ତୁମ ମାନଙ୍କର ଦାବିକୁ ବିଚାରକୁ ନିଆଯିବ। ଏହା ମଧ୍ୟରେ ୬ଷ୍ଠ ବେତନ କମିଶନ ଆଧାରରେ ଦରମା ଓ ଠିକା ନିଯୁକ୍ତି ଉପରେ ରୋକ। ତେବେ କିଛି ଦିନ ହେବ ପୁଣିଥରେ ଠିକାରେ ନିଯୁକ୍ତି ଦେବାକୁ ଇଣ୍ଟରଭ୍ୟୁ ହେଉଛି।

ପ୍ରଫେସର ରଣଦୀପ ଗୁଲେରିଆଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। କିନ୍ତୁ ଯଦି ସେ କହୁଛନ୍ତି ଆମର ସବୁ ଦାବି ପୂରଣ ହୋଇଯାଇଛି, ତା’ହେଲେ ନିକଟରେ ଆମକୁ ଦିଆଯାଇଥିବା ପ୍ରତିଶ୍ରୁତି କ’ଣ ହେଲା?”

Related story