ବିଜେପିରେ ଯୋଗଦେଲେ ବୀରାପ୍ପାନ୍‌ର ଝିଅ, କହିଲେ ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ

ଚେନ୍ନାଇ: କୁଖ୍ୟାତ ଅପହରଣକାରୀ, ହାତୀ ଦାନ୍ତ ମାଫିଆ, ଚନ୍ଦନ ଦସ୍ୟୁ ବୀରାପ୍ପାନର ଝିଅ ବିଧ୍ୟା ରାଣୀ ବିଜେପିରେ ଯୋଗ ଦେଇଛନ୍ତି। ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପିଏମ୍‌କେର କର୍ମୀ ମଧ୍ୟ ଅଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସବୁରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ […]

Veerappan

Subrat Kumar Nayak
  • Published: Sunday, 23 February 2020
  • , Updated: 23 February 2020, 06:09 PM IST

ଚେନ୍ନାଇ: କୁଖ୍ୟାତ ଅପହରଣକାରୀ, ହାତୀ ଦାନ୍ତ ମାଫିଆ, ଚନ୍ଦନ ଦସ୍ୟୁ ବୀରାପ୍ପାନର ଝିଅ ବିଧ୍ୟା ରାଣୀ ବିଜେପିରେ ଯୋଗ ଦେଇଛନ୍ତି। ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପିଏମ୍‌କେର କର୍ମୀ ମଧ୍ୟ ଅଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସବୁରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପନ୍‌ ରାଧାକ୍ରିଷ୍ଣନ୍‌ ଯେବେଠାରୁ ତାଙ୍କୁ ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗଦେବାକୁ କହିଲେଣି ସେ ରାଜନୀତିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଗତ ୧ ବର୍ଷ ଧରି ସେ ଏକ ଟ୍ୟୁସନ୍‌ ସେଣ୍ଟର ଚଲାଉଛନ୍ତି। ସେ ଧର୍ମ ବା ଜାତିର ବାଛ ବିଚାର ନକରି ଶିକ୍ଷା ମାଧ୍ୟମରେ ଗରିବଙ୍କ ସାହାଯ୍ୟ କରୁଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏକ ସମୟରେ ତାମିଲନାଡ଼ୁ, କର୍ଣ୍ଣାଟକା ଏବଂ କେରଳର ଜଙ୍ଗଲରେ ରାଜା ବୋଲାଉଥିବା ବୀରାପ୍ପାନ୍‌କୁ ଧରିବା ପାଇଁ ୧୯୯୦ ମସିହାରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ଏଥିରେ ବିଫଳତା ପରେ ୨୦୦୧ ମସିହାରେ ଟାସ୍କ ଫୋର୍ସ ମୁଖ୍ୟ ବିଜୟ କୁମାରଙ୍କ ନେତୃତ୍ୱରେ ଅପରେସନ୍‌ କୋକୋନ୍‌ ଆରମ୍ଭ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହାକୁ ଆରମ୍ଭ କରାଇଥିଲେ।

କୁହାଯାଏ କିଛି ତାମିଲ ରାଜନୀତିକ ଦଳ ବୀରାପ୍ପାନକୁ ରାଜନୀତିକ ସମର୍ଥନ ଦେଉଥିଲେ। ବିଭିନ୍ନ ଗଣମାଧ୍ୟମରେ ଏନେଇ ପିଏମ୍‌କେ ଏବଂ ଡିଏମ୍‌କେର ନାଁ ଉଠିଥିଲା। ପୂର୍ବତନ ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧି ବୀରାପ୍ପାନକୁ ବିଭିନ୍ନ ସମୟରେ ସମର୍ଥନ କରୁଥିଲେ। ୧୯୯୭ ମସିହାରେ ବୀରାପ୍ପାନର ଆତ୍ମସମର୍ପଣ ସମୟ ମଧ୍ୟ ସେ ବଢ଼ାଇଥିଲେ। ଶେଷରେ ୨୦୦୪ ମସିହା ଅକ୍ଟୋବର ୧୮ ତାରିଖରେ ତାମିଲ ନାଡ଼ୁ ସ୍ପେଶାଲ ଟାସ୍କ ଫୋର୍ସ ହାତରେ ତା’ର ଜୀବନ ଯାଇଥିଲା।

Related story