ଆଖି ନାହିଁ, କିନ୍ତୁ ବନ୍ଦ ହୋଇନି ସ୍ୱପ୍ନଦେଖା:IRS ପରେ ପୁଣି IAS ପାଇଲେ ଦୃଷ୍ଟିଶକ୍ତି ନଥିବା ଝିଅ ପ୍ରାଞ୍ଜଳ ପାଟିଲ୍

କଠିନ ପରିଶ୍ରମ ଆଗରେ ହାର ମାନିଥାଏ ସମାଜ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରାଞ୍ଜଳ ପାଟିଲ। ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ସେ। ଚଳିତ ଆଇଏଏସ୍‌ ପରୀକ୍ଷାରେ ଅନେକ ମହିଳା ସଫଳତାର ସ୍ୱାଦ ଚାଖିଛନ୍ତି। ହେଲେ ପ୍ରାଞ୍ଜଳ ପାଟିଲଙ୍କ ଆଇଏଏସ୍‌ ହେବାର ସଂର୍ଘଷଭରା କାହାଣୀ ଟିକିଏ ନିଆରା। ବହୁ ବାଧାବିଘ୍ନ ପରେ ମଧ୍ୟ ସେ ନିଜକୁ ପ୍ରମାଣିତ କରି ପାରିଛନ୍ତି ଶିକ୍ଷିତ ସମାଜ ଆଗରେ। ମହାରାଷ୍ଟ୍ର ଉହ୍ଲାସନଗରର ବାସିନ୍ଦା […]

pranjal

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 05:25 PM IST

କଠିନ ପରିଶ୍ରମ ଆଗରେ ହାର ମାନିଥାଏ ସମାଜ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରାଞ୍ଜଳ ପାଟିଲ। ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ସେ। ଚଳିତ ଆଇଏଏସ୍‌ ପରୀକ୍ଷାରେ ଅନେକ ମହିଳା ସଫଳତାର ସ୍ୱାଦ ଚାଖିଛନ୍ତି। ହେଲେ ପ୍ରାଞ୍ଜଳ ପାଟିଲଙ୍କ ଆଇଏଏସ୍‌ ହେବାର ସଂର୍ଘଷଭରା କାହାଣୀ ଟିକିଏ ନିଆରା। ବହୁ ବାଧାବିଘ୍ନ ପରେ ମଧ୍ୟ ସେ ନିଜକୁ ପ୍ରମାଣିତ କରି ପାରିଛନ୍ତି ଶିକ୍ଷିତ ସମାଜ ଆଗରେ।

ମହାରାଷ୍ଟ୍ର ଉହ୍ଲାସନଗରର ବାସିନ୍ଦା ପ୍ରାଞ୍ଜଳ ପାଟିଲ। ୭ ବର୍ଷ ବୟସରୁ ହରାଇଛନ୍ତି ଦୃଷ୍ଟିଶକ୍ତି । ଅତି ଛୋଟବେଳୁ ସିନା ଦୃଷ୍ଟିଶକ୍ତି ହରାଇଥିଲେ ହେଲେ ସ୍ୱପ୍ନ ଦେଖିବା ବନ୍ଦ କରିନଥିଲେ ସେ ।  ଆଉ ନିଜ ସ୍ୱପ୍ନକୁ ସାକାର ମଧ୍ୟ କରିଥିଲେ। ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୨୪ ରାଙ୍କ ରଖି ସଫଳତା ପାଇଛନ୍ତି। ତେବେ ତାଙ୍କର ଏହି ଲମ୍ବା ଯାତ୍ରାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଆପଣାଛାଏଁ ଲୁହ ଆସିଯିବ। ଯୁକ୍ତ ୩ରେ ପଢୁଥିବା ବେଳେ ଆଇଏଏସ୍‌ ହେବାର ନିଶା ତାଙ୍କୁ ଘାରିଥିଲା। ଆଉ ପ୍ରଥମ ଚେଷ୍ଟାରେ ସଫଳତା ମଧ୍ୟ ପାଇଥିଲେ ସେ। ସର୍ବଭାରତୀୟ ସ୍ତରରେ ୭୭୩ ରାଙ୍କ ପାଇ କୃତକାର୍ଯ୍ୟ ହୋଇଥିଲେ। ଭାବିଥିଲେ ସବୁ ଦୁଃଖ ସରିଯିବ। ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଦୃଷ୍ଟିହୀନ ଯୋଗୁ ମନରେ ଥିବା ଦୁଃଖ ଓ ଅନୁଶୋଚନା ଚାଲିଯିବ ବୋଲି ଭାବିଥିଲେ ପ୍ରାଞ୍ଜଳ। ହେଲେ ନିୟତିର ବିଚାର ଥିଲା କିଛି ଅଲଗା।

ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆଇଆର୍‌ଏସ୍ ବା ଭାରତୀୟ ରାଜସ୍ୱ ସେବାରେ ଚାକିରୀ ପାଇଁ ଅଫର ଆସିଥିଲା। ପ୍ରାଞ୍ଜଳ ମଧ୍ୟ ଉତ୍ସାହର ସହିତ ରେଳ ବିଭାଗରେ ନିଜର ଟ୍ରେନିଂ ସମାପ୍ତ କରିଥିଲେ। ଏହା ଭିତରେ ତାଙ୍କ ସାଙ୍ଗରେ ଟ୍ରେନିଂ ନେଇଥିବା ଅନ୍ୟମାନଙ୍କୁ ରେଳ ବିଭାଗରେ ଉଚ୍ଚ ପଦବୀରେ ନିଯୁକ୍ତି ମିଳିଥିଲା। ହେଲେ ତାଙ୍କ ପାଖକୁ କୌଣସି ନିଯୁକ୍ତିପତ୍ର ଆସିନଥିଲା। ତାଙ୍କୁ ଚାକିରି ମିଳିଥିବା ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ଏହାର କାରଣ ପଚାରିଥଇଲେ ସେ। ଉତ୍ତର ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିପଡିଥିଲା। ପ୍ରାଞ୍ଜଳଙ୍କ ପ୍ରଶ୍ନର ଉତ୍ତରରେ ରେଳ ବିଭାଗ କହିଥିଲା, ଯେହେତୁ ସେ ଜଣେ ଦୃଷ୍ଟିହୀନ ତେଣୁ ରେଳ ବିଭାଗରେ ଚାକିରି କରିବାକୁ ସେ ଅଯୋଗ୍ୟ। ଦୃଷ୍ଟିହୀନତା ଆଗରେ ଫିକା ପଡିଯାଇଥିଲା ତାଙ୍କ ପ୍ରତିଭା। ତଥାପି ସେ ହାର୍‌ ମାନିନଥିଲେ। ନିଜର ଅକ୍ଷମତାକୁ ପଛରେ ପକାଇ ପୁଣିଥରେ ଅଣ୍ଟାସଳଖି ଠିଆ ହେବାକୁ ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ।

ପ୍ରାଞ୍ଜଳ ନିଜର ପରିଶ୍ରମ ଓ ସାହସ ଫଳରେ ପୁଣିଥରେ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ କିନ୍ତୁ ଏଥର ଦୃଷ୍ଟିହୀନଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସର୍ବଭାରତୀୟ ସ୍ତରରେ ୧୨୪ତମ ରାଙ୍କ ରଖି ନିଜର ଶ୍ରେଷ୍ଠତ୍ୱ ପୁଣିଥରେ ପ୍ରତିପାଦନ କରିଥିଲେ।

Related story