ବ୍ୟାଙ୍କ ଜମାକାରୀଙ୍କୁ ଆଶ୍ୱସ୍ତି, ବଢ଼ିଲା ବୀମା ପରିମାଣ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବ୍ୟାଙ୍କ ଜମାକାରୀଙ୍କ ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଯାଏ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନିୟମ ରହିଛି ବ୍ୟାଙ୍କ ଚାଲିବାରେ ବିଫଳ ହେଲେ ପ୍ରତି ଜମାକାରୀଙ୍କ ମୂଳଧନ ଏବଂ ସୁଧ ସର୍ବାଧିକ ୧ ଲକ୍ଷ ଟଙ୍କା ମୂଲ୍ୟର ବୀମାଭୁକ୍ତ ହେବ। ୧୯୯୩ ମସିହାରେ ୩୦ ହଜାର ଟଙ୍କାରୁ ଏହାକୁ ୧ ଲକ୍ଷ […]

sbi

Subrat Kumar Nayak
  • Published: Saturday, 01 February 2020
  • , Updated: 01 February 2020, 03:27 PM IST

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବ୍ୟାଙ୍କ ଜମାକାରୀଙ୍କ ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଯାଏ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନିୟମ ରହିଛି ବ୍ୟାଙ୍କ ଚାଲିବାରେ ବିଫଳ ହେଲେ ପ୍ରତି ଜମାକାରୀଙ୍କ ମୂଳଧନ ଏବଂ ସୁଧ ସର୍ବାଧିକ ୧ ଲକ୍ଷ ଟଙ୍କା ମୂଲ୍ୟର ବୀମାଭୁକ୍ତ ହେବ। ୧୯୯୩ ମସିହାରେ ୩୦ ହଜାର ଟଙ୍କାରୁ ଏହାକୁ ୧ ଲକ୍ଷ ଟଙ୍କା କରାଯାଇଥିଲା।

ବ୍ୟାଙ୍କ ଜମା ଉପରେ ଲାଗୁ ହେଉଥିବା ବୀମା ବ୍ୟାଙ୍କର ବିଫଳତା ସମୟରେ ସୁରକ୍ଷା ଦେଇଥାଏ। ଆର୍ଥିକ ପରିଚାଳନାରେ ତ୍ରୁଟି ବା ଅନ୍ୟ କାରଣରୁ ବ୍ୟାଙ୍କ ବନ୍ଦ ହୋଇଯିବା ସମୟରେ ଟଙ୍କା ଫେରିପାଇବା ଅସମ୍ଭବ ହୋଇପଡ଼େ। ସେତେବେଳେ ଏହି ବୀମା ରାଶି ମିଳିଥାଏ।

ଜମା ଉପରେ ଲାଗୁ ହେଉଥିବା ଏହି ବୀମା ସବୁ ବ୍ୟାଙ୍କ ପାଇଁ ଲାଗୁ ହୋଇଥାଏ। ଘରୋଇ, କୋଅପରେଟିଭ୍‌ ଏବଂ ବିଦେଶୀ ବ୍ୟାଙ୍କଙ୍କ ଭାରତୀୟ ଶାଖା ପାଇଁ ଏହା ଲାଗୁ ହୋଇଥାଏ। ସେଭିଂସ୍‌, ଫିକ୍ସଡ ଏବଂ ରିକରିଂ ଆଦି ଡିପୋଜିଟ୍‌ ପାଇଁ ମଧ୍ୟ ଏହା ଲାଗୁ ହୋଇଥାଏ। ଡିପୋଜିଟ୍‌ ଇନ୍ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ (ଡିଆଇସିଜିସି) ଏହି ବୀମା କରିଥାଏ। ଏହା ଆରବିଆଇ ଅଧୀନରେ ଥିବା ଏକ ସଂସ୍ଥା।

ଏହା ପୂର୍ବରୁ ୨୦୧୭ ମସିହା ଜୁନ୍‌ରେ ଆରବିଆଇ ସମସ୍ତ ବ୍ୟବସାୟିକ, କ୍ଷୁଦ୍ର ଏବଂ ପେମେଣ୍ଟସ୍‌ ବ୍ୟାଙ୍କଙ୍କୁ ସର୍କୁଲାର ଜାରି କରି କହିଥିଲା, ‘ଜମା ଉପରେ ମିଳୁଥିବା ବୀମା’ ବାବଦରେ ସମସ୍ତ ସୂଚନା ଦିଆଯିବ ଏବଂ ଏହା ପାଶ୍‌ବୁକ୍‌ରେ ଉଲ୍ଲେଖ ରହିବ।

Related story