ରେଳ ବିଭାଗ ନେଟଓ୍ୱର୍କ ଉପରେ ସାଇବର ଆଟାକ, ଗୁଇନ୍ଦା କଲା ସତର୍କ

ନୂଆଦିଲ୍ଲୀ: ଆତଙ୍କବାଦ, କରୋନା, ଲଦାଖରେ ଚୀନର ବିପଦ ପରେ ଏବେ ଦେଶ ପାଇଁ ଆଉ ଏକ ଚିନ୍ତାଜନକ ବିଷୟ ପାଲଟିଛି ସାଇବର ଆଟାକ୍। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ସାଇବର ହ୍ୟାକର ଭାରତୀୟ ରେଳ ନେଟୱର୍କରେ ଭାଇରସ ମାଧ୍ୟମରେ ଟ୍ରେନର ଗତିବିଧି ଏବଂ ସେମାନଙ୍କ ତଥ୍ୟ ଉପରେ ନଜର ରଖିଛନ୍ତି। ଭାରତୀୟ ରେଳ ବିଭାଗ ଚାଇନାର ଏକ କମ୍ପାନୀ ସହିତ ଚୁକ୍ତି ବାତିଲ୍ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଖରାପ ପ୍ରଦର୍ଶନ ଏବଂ ମନ୍ଥର ଗତି […]

cyber-1

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 11:03 PM IST

ନୂଆଦିଲ୍ଲୀ: ଆତଙ୍କବାଦ, କରୋନା, ଲଦାଖରେ ଚୀନର ବିପଦ ପରେ ଏବେ ଦେଶ ପାଇଁ ଆଉ ଏକ ଚିନ୍ତାଜନକ ବିଷୟ ପାଲଟିଛି ସାଇବର ଆଟାକ୍। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ସାଇବର ହ୍ୟାକର ଭାରତୀୟ ରେଳ ନେଟୱର୍କରେ ଭାଇରସ ମାଧ୍ୟମରେ ଟ୍ରେନର ଗତିବିଧି ଏବଂ ସେମାନଙ୍କ ତଥ୍ୟ ଉପରେ ନଜର ରଖିଛନ୍ତି।

ଭାରତୀୟ ରେଳ ବିଭାଗ ଚାଇନାର ଏକ କମ୍ପାନୀ ସହିତ ଚୁକ୍ତି ବାତିଲ୍ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଖରାପ ପ୍ରଦର୍ଶନ ଏବଂ ମନ୍ଥର ଗତି ହେତୁ ଏହି କମ୍ପାନୀର ଚୁକ୍ତିନାମା କାର୍ଯ୍ୟ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭାଇରସ ବା ବୈଷୟିକ ଭାଷାରେ ମାଲଓ୍ୱେର ହେଉଛି ଏକ ପ୍ରକାର ସଫ୍ଟୱୟାର୍ ପ୍ରୋଗ୍ରାମ୍ ଯାହା କୌଣସି କମ୍ପ୍ୟୁଟର କିମ୍ବା ବଡ଼ ନେଟୱାର୍କ ପାଇଁ ବିପଦ ଜନକ ପ୍ରମାଣିତ ହୋଇପାରେ। ଏହି ସଫ୍ଟୱୟାର୍ ଏକ କମ୍ପ୍ୟୁଟରରୁ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପାଇଁ ହ୍ୟାକର ମାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ମାଲୱେର୍ ସହଜରେ ବ୍ୟକ୍ତିଗତ ଫାଇଲଗୁଡ଼ିକୁ ପ୍ରବେଶ କରି ଅନ୍ୟ ଉପକରଣକୁ ସ୍ଥାନାନ୍ତର କରିପାରିବ। ଏହା ମାଧ୍ୟମରେ ହ୍ୟାକରମାନେ ସୂଚନା, ଫଟୋ, ଭିଡିଓ ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିପାରିବେ।

ଗୁପ୍ତଚର ଏଜେନ୍ସି ସୂତ୍ର ଅନୁଯାୟୀ ରେଳ ବିଭାଗ ଦ୍ୱାରା APT 36 ନାମକ ମାଲୱେୟାର ବାବଦରେ ସୂଚନା ପାଇଛି। ଏହାପରେ ଇଣ୍ଟରନେଟ୍ ସହିତ କମ୍ପ୍ୟୁଟର ସିଷ୍ଟମକୁ ବିଚ୍ଛିନ୍ନ କରିବା ଏବଂ ପାସୱାର୍ଡ ଶୀଘ୍ର ବଦଳାଇବା ପାଇଁ ରେଳବାଇ ବୋର୍ଡକୁ ସତର୍କ ସୂଚନା ଦେଇଛି।

ଏହି APT 36 ମାଲୱେର୍ ପାକିସ୍ତାନ ସହିତ ଜଡିତ, ଯାହାକି ଚୀନର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ପରେ ସିଷ୍ଟମରୁ ମାଲୱେୟାର ହଟାଇବା ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିବା ସୂଚନା ରହିଛି।

ରେଳ ବ୍ୟତୀତ ପ୍ରତିରକ୍ଷା, କେନ୍ଦ୍ରୀୟ ପୁଲିସ ସଂଗଠନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ମଧ୍ୟ ଏହି ଭାଇରସର ବିପଦ ରହିଛି।

Related story