୨୮ ତାରିଖ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଫେବୃଆରୀ ମାସରେ ବି ବିଦେଶକୁ ସ୍ୱାଭାବିକ ହେବନି ବିମାନ ଯାତ୍ରା। ଆସନ୍ତା ୨୮ ତାରିଖ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ଆଜି ଡିଜିସିଏ ଘୋଷଣା କରିଛି। ତେବେ ମାଲ ବିମାନ ଓ ଅନୁମତିପ୍ରାପ୍ତ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବନି। ସେହିପରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ସ୍ଥିତି ସମୀକ୍ଷା ପରେ ଅନ୍ତର୍ଜାତୀୟ ବିମାନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଡିଜିସିଏ କହିଛି। କରୋନା […]

cd

Hemant Lenka
  • Published: Thursday, 28 January 2021
  • , Updated: 28 January 2021, 07:53 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଫେବୃଆରୀ ମାସରେ ବି ବିଦେଶକୁ ସ୍ୱାଭାବିକ ହେବନି ବିମାନ ଯାତ୍ରା। ଆସନ୍ତା ୨୮ ତାରିଖ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ଆଜି ଡିଜିସିଏ ଘୋଷଣା କରିଛି। ତେବେ ମାଲ ବିମାନ ଓ ଅନୁମତିପ୍ରାପ୍ତ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବନି। ସେହିପରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ସ୍ଥିତି ସମୀକ୍ଷା ପରେ ଅନ୍ତର୍ଜାତୀୟ ବିମାନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଡିଜିସିଏ କହିଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ମାର୍ଚ୍ଚ ମାସରୁ ବିଦେଶକୁ ବିମାନ ଉଡ଼ାଣ ବନ୍ଦ ରହିଥିଲା। ତେବେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର ଭାବେ ଏୟାର ବିମାନ ଉଡ଼ାଣ କରିଥିଲେ। କିନ୍ତୁ ନିୟମିତ ବିମାନ ସେବାକୁ ଏଯାଏ ଆରମ୍ଭ ହୋଇନାହିଁ।

Related story